Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ19 ମହାମାରି ଭିତରେ ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ, ଶନି ଓ ରବିବାରେ ମଧ୍ୟ ଖୋଲା
ଜାତୀୟ ଖବର

କୋଭିଡ19 ମହାମାରି ଭିତରେ ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ, ଶନି ଓ ରବିବାରେ ମଧ୍ୟ ଖୋଲା

September 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋଭିଡ19 ମହାମାରି ଭିତରେ ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ, ଶନି ଓ ରବିବାରେ ମଧ୍ୟ ଖୋଲା

ନୂଆଦିଲ୍ଲୀ, ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ । ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର ୨୫୨ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲାରେ ଶେଷ ହେବ।

ଏହି ଅଧବେଶନର ମୋଟ ୧୮ ଦିନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଏଥର ଶନିବାର ଏବଂ ରବିବାର ମଧ୍ୟ କାର୍ଯ୍ୟ ଦିବସ ହେବ। ମୋଟ ୪୭ ପ୍ରସଙ୍ଗ ଏହି ଅଧିବେଶନରେ ଆଗତ କରାଯିବ। ଏଥି ମଧ୍ୟରେ ୪୫ଟି ବିଲ ଏବଂ ୨ଟି ଆର୍ଥିକ ପ୍ରସଙ୍ଗ ମଧ୍ୟ ରହିଛି।

ଅଧ୍ୟାଦେଶ ସ୍ଥାନରେ ମୋଟ ୧୧ଟି ବିଲ ଆଗତ କରାଯିବ। ସେଗୁଡ଼ିକ ହେଲା :

1-କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ- ୨୦୨୦

2-ମୂଲ୍ୟ ଆଶ୍ବାସନ ଏବଂ କୃଷି ସେବା ଉପରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ-୨୦୨୦

3-ହୋମିଓପାଥି କେନ୍ଦ୍ରୀୟ ପରିଷଦ (ସଂଶୋଧନ) ବିଲ-୨୦୨୦

4-ଭାରତୀୟ ଔଷଧୀୟ କେନ୍ଦ୍ରୀୟ ପରିଷଦ (ସଂଶୋଧନ) ବିଲ-୨୦୨୦

5-ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ-୨୦୨୦

6-ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- ୨୦୨୦

7-ବ୍ୟାଙ୍କିଂ ନିୟାମକ (ସଂଶୋଧନ) ବିଲ-୨୦୨୦

8-କରାଧାନ ଓ ଅନ୍ୟାନ୍ୟ ଆଇନ (ନିର୍ଦ୍ଦିଷ୍ଟ ବ୍ୟବସ୍ଥାର ସରଳିକରଣ) ବିଲ-୨୦୨୦

9-ମହାମାରୀ ରୋଗ (ସଂଶୋଧନ) ବିଲ- ୨୦୨୦

10-ମନ୍ତ୍ରୀମାନଙ୍କର ବେତନ ଓ ଭତ୍ତା (ସଂଶୋଧନ) ବିଲ-୨୦୨୦

11-ସାଂସଦମାନଙ୍କର ବେତନ ଓ ଭତ୍ତା (ସଂଶୋଧନ) ବିଲ-୨୦୨୦।

ଏହି ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଳମ୍ବିତ ଆଇନ ସଦନରେ ଉପସ୍ଥାପନ କରାଯିବା ସହିତ ସେଗୁଡ଼ିକ ଅନୁମୋଦନ ଲାଭ କରିବାର ପ୍ରସ୍ତାବ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି

1-କୀଟନାଶକ ପରିଚାଳନା ବିଲ-୨୦୨୦

2-ଭାରତୀୟ ଔଷଧ ବ୍ୟବସ୍ଥା ପାଇଁ ଜାତୀୟ ଆୟୋଗ (ଏନସିଆଇଏମ) ବିଲ-୨୦୧୯

3- ଆୟୁର୍ବେଦ ଶିକ୍ଷାଦାନ ଓ ଗବେଷଣା ପ୍ରତିଷ୍ଠାନ ବିଲ-୨୦୨୦

4-ବିମାନ (ସଂଶୋଧନ) ବିଲ-୨୦୨୦

5-କମ୍ପାନୀ (ସଂଶୋଧନ) ବିଲ-୨୦୨୦

6-ଚିକିତ୍ସା ଗର୍ଭପାତ (ସଂଶୋଧନ) ବିଲ-୨୦୨୦

7-ସରୋଗେସି (ନିୟାମକ) ବିଲ-୨୦୨୦

8-ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ବିଲ-୨୦୨୦

9-ଜାତୀୟ ଫୋରେନସିକ ସାଇନ୍ସ ବିଶ୍ୱବିଦ୍ୟାଳୟ ବିଲ୍-୨୦୨୦

10-ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ଆଇନ (ସଂଶୋଧନ) ବିଲ-୨୦୨୦

11-ଆନ୍ତଃରାଜ୍ୟ ଜଳ ବିବାଦ (ସଂଶୋଧନ) ବିଲ-୨୦୨୦

12-ନଦୀବନ୍ଧ ସୁରକ୍ଷା ବିଲ-୨୦୧୯

13-ବୃହତ ବନ୍ଦର କର୍ତ୍ତୃପକ୍ଷ ବିଲ-୨୦୨୦

14-ସାମାଜିକ ସୁରକ୍ଷା ଓ କଲ୍ୟାଣ ସଂହିତା-୨୦୧୯

15-ପେସାଗତ ସୁରକ୍ଷା, ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର‌୍ୟ୍ୟ ପରିସ୍ଥିତି ବିଲ-୨୦୧୯

ଏହାଛଡ଼ା ଏହି ଅଧିବେଶନରେ କେତେକ ନୂଆ ବିଲ ଉପସ୍ଥାପନ, ବିବେଚନା ଓ ଅନୁମୋଦନ ଲାଭ କରିବାର ପ୍ରସ୍ତାବ ରହିଛି । ଦ୍ୱିପାକ୍ଷିକ ଆର୍ଥିକ ଚୁକ୍ତିନାମା ବିଲ-୨୦୨୦, ଫ୍ୟାକ୍ଟରିଙ୍ଗ୍ ରେଗୁଲେସନ୍ (ସଂଶୋଧନ) ବିଲ୍-୨୦୨୦, ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ସଂଶୋଧନ) ବିଲ୍- ୨୦୨୦, ଆନୁସଙ୍ଗିକ ଏବଂ ସ୍ୱାସ୍ଥ୍ୟସେବା ବୃତ୍ତି ପାଇଁ ଜାତୀୟ ଆୟୋଗ ବିଲ ୨୦୨୦, ସହାୟକ ପ୍ରଜନନ ପ୍ରଯୁକ୍ତି (ନିୟମାବଳୀ) ବିଲ୍- ୨୦୨୦, ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ (ସଂଶୋଧନ) ବିଲ- ୨୦୨୦, ବୈଦେଶିକ ଯୋଗଦାନ (ନିୟମାବଳୀ) ସଂଶୋଧନ ବିଲ୍-୨୦୨୦, ଜନ ପ୍ରତିନିଧି (ସଂଶୋଧନ) ବିଲ-୨୦୨୦, ସଫେଇ କର୍ମଚାରୀଙ୍କ ଅସ୍ଥାୟୀ ନିଯୁକ୍ତି ନିଷେଧ ଏବଂ ସେମାନଙ୍କର ପୁନର୍ବାସ (ସଂଶୋଧନ) ବିଲ-୨୦୨୦, କିଶୋର ନ୍ୟାୟ (ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷା) ସଂଶୋଧନ ବିଲ- ୨୦୨୦, ବହୁମୁଖି ସମବାୟ ସମିତି (ସଂଶୋଧନ) ବିଲ-୨୦୨୦, ଜମ୍ମୁ ଓ କଶ୍ମୀର ସରକାରୀ ଭାଷା ବିଲ-୨୦୨୦ ।

ଏହି ଅଧିବେଶନ କାଳରେ କେତେକ ବିଲର ଉଚ୍ଛେଦ ମଧ୍ୟ କରାଯିବ ସେଥିମଧ୍ୟରେ ରହିଛି : ଆନୁସଙ୍ଗିକ ଏବଂ ସ୍ୱାସ୍ଥ୍ୟସେବା ବୃତ୍ତି ବିଲ-୨୦୧୮, ଖଣି (ସଂଶୋଧନ) ବିଲ ୨୦୧୧, ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟାମକ ଏବଂ ସେବା ସର୍ତ୍ତାବଳୀ) ସଂଶୋଧନ ବିଲ, ୨୦୧୧, କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂକ୍ରାନ୍ତ ଆଇନ (ସଂଶୋଧନ) ବିଲ, ୨୦୧୩, ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜ (ଖାଲି ପଦଗୁଡିକର ବାଧ୍ୟତାମୂଳକ ବିଜ୍ଞପ୍ତି) ସଂଶୋଧନ ବିଲ୍, ୨୦୧୩ ।

ସଂସଦର ମୌସୁମୀ ଅଧିବେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026
Latest News

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.