Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଚାଲିଲା ଜୋରଦାର ପ୍ରସ୍ତୁତି, ହେଲେ କାରଣ କଣ?
ଜାତୀୟ ଖବର

ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଚାଲିଲା ଜୋରଦାର ପ୍ରସ୍ତୁତି, ହେଲେ କାରଣ କଣ?

October 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଚାଲିଲା ଜୋରଦାର ପ୍ରସ୍ତୁତି, କାରଣ ?

ଭୁବନେଶ୍ବର, ସାଂସଦ ଅପରାଜିତା ଷଡଙ୍ଗୀ ଆସନ୍ତା ସାତ ତାରିଖରେ ଭୁବନେଶ୍ବର ଆସୁଛନ୍ତି। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ସେ ଭୁବନେଶ୍ବର ସାଂସଦ, ଘର ଭୁବନେଶ୍ବରରେ ଏଥିରେ ଆସିବାରେ ଅସୁବିଧା କେଉଁଠି ରହିଲା। ତାଙ୍କ ନିର୍ବାଚନ ମଣ୍ଡଳୀକୁ ଆସିବେ ନାହିଁ ତ ଆଉ କେଉଁଠିକି ଆସିବେ। ହେଲେ କଥାଟି ତାହା ନୁହେଁ। ଘଟଣାଟି ହେଉଛି ଯେ, ସେ ଭୁବନେଶ୍ବର ଆସୁଛନ୍ତି ବୋଲି ବିମାନ ବନ୍ଦରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା କରାଯାଉଛି।

ତେବେ କାହିଁକି, ଅପରାଜିତା କଣ ମନ୍ତ୍ରୀ ପଦ ପାଇଲେ କି ?  ତାହା ତ ନୁହେଁ। ହଁ ସେ ରାଷ୍ଟ୍ରୀୟ ପ୍ରବକ୍ତା ହୋଇଛନ୍ତି। ସେଠୁ କଣ ହେଲା। ଏହା ପୂର୍ବରୁ ସମ୍ବିତ ପାତ୍ର ମଧ୍ୟ ପ୍ରବକ୍ତା ଥିଲେ ଏବେ ବି ଅଛନ୍ତି। ଏହା ତ କୌଣସି ସରକାରୀ ପଦବୀ ନୁହେଁ। ଏହା ହେଉଛି ସଂପୂର୍ଣ୍ଣ ଭାରତୀୟ ଜନତା ପାର୍ଟିର ଦଳୀୟ ପଦବୀ। ତେଣୁ ଦଳୀୟ ପଦବୀ ପାଇବା କଣ ଏକ ବଡ କଥା ଯେ ବିମାନ ବନ୍ଦରରୁ ଶୋଭାଯାତ୍ରା ହେବ!

ଆମେ ଅପରାଜିତାଙ୍କ ଜଣେ ପାଖ ଲୋକଙ୍କୁ ପଚାରିଲୁ। ଭାଇ ମ୍ୟାଡମ କେବେ ଆସୁଛନ୍ତି। ସା’ରେ ମ୍ୟାଡମ ସାତ ତାରିଖରେ ଆସୁଛନ୍ତି। ଆମେ ଏକ ବଡ ଶୋଭାଯାତ୍ରାର ପ୍ରସ୍ତୁତ କରୁଛୁ। ସେଥିପାଇଁ ଟିକିଏ ବ୍ୟସ୍ତ ଅଛୁ। ଆମେ ପଚାରିଲୁ କାହିଁକି, ଏପରି ଶୋଭଯାତ୍ରା କରିବାର ମାନେ କଣ। ଆପଣ କଣ ବୁଝିପାରୁ ନାହିଁନ୍ତି। ସେମାନେ ମନ୍ତ୍ରୀ ହୋଇ ଆସିଲେ ଡିଣ୍ଡିମ ପିଟୁଛନ୍ତି। ଆମେ କାହିଁକି କରିବୁନି।

ଘଟଣାଟି ହେଲା ସେଇୟା। ସେମାନେ ଅର୍ଥଟା ଆମେ ବୁଝିଗଲୁ, ତେଣୁ ପ୍ରଶ୍ନ ପଚାରିଲୁ ନାହିଁ। ତେଣୁ ନିଶ୍ଚିତ ହେଲୁ ଯେ ବିମାନ ବନ୍ଦରରେ ସେମାନେ ଯେଉଁ ଢୋଲ ଢାଉଁ ଢାଉଁ କରି ପିଟିବେ ତାହା ଆଉ ଜଣଙ୍କ ହୃଦୟ ଯେପରି ଠକଠକ ହୋଇ ଫାଟି ପଡିବ। ତାହା ହିଁ କରିବାର ଉଦ୍ଦେଶ୍ୟ। ଭିତର କଥା ହେଲା ଅପରାଜିତାଙ୍କୁ କୌଣସି ଦଳୀୟ ପଦବୀ ଦିଆ ନ ଯାଉ ତାହା ଚେଷ୍ଠା କରାଯାଇ ଥିଲା। ହେଲେ ତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଯେତେବେଳେ ଏହି ପଦବୀଟି ମିଳିଛି ତାଠାରୁ ବଡ କଣ ହୋଇପାରେ। କେନ୍ଦ୍ରମନ୍ତ୍ରୀ ପଦଠାରୁ ଏହା ବେଶ୍ ବଡ ତାଙ୍କ ପାଇଁ।

ସେଥିପାଇଁ ଟିମ୍ ଅପରାଜିତା ପୁରା ଦମରେ ଲାଗିପଡିଛନ୍ତି କିପରି ତାଙ୍କ ଆସିବାଟା ସାରା ଓଡିଶାରେ ପ୍ରଭାବ ପକାଇବ। ସେଥିପାଇଁ ବଡ ନେତାଙ୍କ ପରି ସେ ଶୋଭାଯାତ୍ରାରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଲିଙ୍ଗରାଜ ମନ୍ଦିର ଆସିବେ। ସେଠାରେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ମୁଣ୍ଡିଆଟିଏ ମାରିବେ। ଏହାପରେ ସେ ପୁରୀ ଯିବେ, ସେଠାରେ ମଧ୍ୟ ମନ୍ଦିର ସମ୍ମୁଖରେ ଜଗନ୍ନାଥଙ୍କୁ ପ୍ରଣାମ କରିବେ। ଏହାକୁ ଟେଲିଭିଜନ ଏବଂ ସୋସିଆଲ ମିଡିଆରେ ଯେପରି ଜୋରସୋରରେ ପ୍ରଚାର ପ୍ରସାର କରାଯିବ ତାହାର ମଧ୍ୟ ବନ୍ଦୋବସ୍ତ ଚାଲିଛି।

ଏହି ପ୍ରସ୍ତୁତି ଭିତରେ ଆମେ ଦେଖିଲୁ ଏକ ଆଶ୍ଚର୍ଯ୍ୟ। ତାହା ହେଲା ତାଙ୍କର ଯେଉଁ ପୋଷ୍ଟର ବ୍ୟାନର ତିଆରି ଚାଲିଛି ସେଥିରେ ଓଡିଶାର କୌଣସି ନେତାଙ୍କ ଫଟୋ ନାହିଁ। କେବଳ ଅପରାଜିତାଙ୍କ ସହିତ ପ୍ରଧାନମନ୍ତୀ, ଅମିତ ସାହା ଏବଂ ଜେ.ପି ନଡ୍ଡାଙ୍କ ଫଟୋ ରହିଛି। ଏହି ଫୋଟରୁ ଯେଉଁମାନେ ବୁଝିବା କଥା ବୁଝିପାରିବେ। ଆମେ ମୁଣ୍ଡ ଖେଳାଇବା ଆବଶ୍ୟକ ନାହିଁ।

ସେଥିପାଇଁ ଆମେ ପୂର୍ବରୁ ଏହି ସମୀକ୍ଷାର ଏକ ସମୀକ୍ଷାରେ କହିଥୁଲୁ ଯେ, ‘ଡେଣା ମେଲାଇଲେ ସାଂସଦ ଅପରାଜିତା ଷଡଙ୍ଗୀ’।

Aparajita Sarangi ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.