Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଓଡିଶା ଉପକୂଳ ହ୍ୱିଲର ଦ୍ୱୀପରୁ ସ୍ମାର୍ଟର ସଫଳ ପରୀକ୍ଷଣ
ଅନ୍ତରାଷ୍ଟ୍ରୀୟ

ଓଡିଶା ଉପକୂଳ ହ୍ୱିଲର ଦ୍ୱୀପରୁ ସ୍ମାର୍ଟର ସଫଳ ପରୀକ୍ଷଣ

October 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Successful Flight Test of SMART

ନୂଆଦିଲ୍ଲୀ, ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ (ସ୍ମାର୍ଟ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଜି ଦିନ ୧୧.୪୫ ମିନିଟରେ ଓଡିଶା ଉପକୂଳ ହ୍ୱିଲର ଦ୍ୱୀପରୁ ଏହାକୁ ପରୀକ୍ଷା କରାଯାଇଥିଲା। କ୍ଷେପଣାସ୍ତ୍ର ଦୂରତା ଓ ଉଚ୍ଚତା ସହ ଏହାର ନୋଜକୋନ ଅଲଗା ହେବା ଓ ଟୋର୍ପିଡୋ ଛଡାଯିବା ଗତି ଓ ଦିଗ ନିୟନ୍ତ୍ରଣ ପଦ୍ଧତି ସମେତ ମିଶନର ସମସ୍ତ ଲକ୍ଷ୍ୟ ପୂରଣ ହୋଇଛି। ଏହାର ଗତିବିଧି ରାଡ଼ାର ଓ ଇଲେକ୍ଟ୍ରୋଅପ୍ଟିକାଲ ପଦ୍ଧତିଯୁକ୍ତ କେନ୍ଦ୍ରରୁ ନିରୀକ୍ଷଣ କରାଯାଇଥିଲା।

ସ୍ମାର୍ଟ ହେଉଛି ଏକ ହାଲୁକା ବୁଡ଼ାଜାହାଜ ନିରୋଧୀ ଟର୍ପିଡୋ ସିଷ୍ଟମର କ୍ଷେପଣାସ୍ତ୍ର ସହାୟକ ଉତକ୍ଷେପଣ ପ୍ରଣାଳୀ। ଏହା ଟୋର୍ପିଡୋର ରେଞ୍ଜ ବାହାରେ ଥିବା ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା (ଏଏସଡବ୍ଲୁ) କାର‌୍ୟ୍ୟାନୁଷ୍ଠାନ ଲାଗି ବ୍ୟବହୃତ ହୋଇଥାଏ।

ଦେଶର ବୁଡାଜାହାଜ ବିଧ୍ଵଂସୀ ସାମର୍ଥ୍ୟ ଜାହିର କରିବା ପାଇଁ ଏହି ପରୀକ୍ଷାମୂଳକ ପ୍ରଦର୍ଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ମାର୍ଟ ପାଇଁ ଆବଶ୍ୟକ ବୈଷୟିକ ଦକ୍ଷତା, ଡିଆରଡିଏଲ, ଆରସିଆଇ ହାଇଦ୍ରାବାଦ, ଏଡିଆରଡିଇ ଆଗ୍ରା, ଏନଏସଟିଏଲ ବିଶାଖାପାଟଣା ସମେତ ବିଭିନ୍ନ ପ୍ରତିରକ୍ଷା ବିକାଶ ଓ ଗବେଷଣା କେନ୍ଦ୍ର (ଡିଆରଡିଓ) ପରୀକ୍ଷାଗାରରେ ବିକଶିତ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏହି ସଫଳତା ନିମନ୍ତେ ଡିଆରଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଡିଡି ଆରଏଣ୍ଡଡିର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡଃ ଜି.ସତୀଶ ରେଡ୍ଡୀ କହିଛନ୍ତି ଯେ ବୁଡାଜାହାଜ ବିଧ୍ଵଂସୀ ଯୁଦ୍ଧ କ୍ଷମତା ସ୍ଥାପନ କରିବାରେ ଏକ ପ୍ରମୁଖ ଜ୍ଞାନକୌଶଳ ଭାବେ ପ୍ରମାଣିତ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026
Latest News

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.