Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଭିଡ-୧୯ ପରିଚାଳନା ପାଇଁ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଜାରି କଲେ ଡଃ ହର୍ଷ ବର୍ଦ୍ଧନ
ବିଶେଷ ଖବର

କୋଭିଡ-୧୯ ପରିଚାଳନା ପାଇଁ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଜାରି କଲେ ଡଃ ହର୍ଷ ବର୍ଦ୍ଧନ

October 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଆୟୁର୍ବେଦ ଓ ଯୋଗ ଉପରେ ପର୍ଯ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀପଦ ୟେଶୋ ନାଏକ, ନୀତି ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର, ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡଃ ଭି.କେ. ପଲଙ୍କ ଭର୍ଚୁଆଲ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଛି।

ପୂର୍ବତନ ଆଇସିଏମଆର ମହାନିର୍ଦ୍ଦେଶକ ଡଃ ଭି.ଏମ.କାଟୋଚଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ କୋଭିଡ ଉପରେ ଆୟୁର୍ବେଦ ଓ ଯୋଗ ସମ୍ବଳିତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ପ୍ରସ୍ତୁତ କରିଥିଲେ। ଏହି ରିପୋର୍ଟରେ ଔଷଧର ସୁରକ୍ଷା ଓ ହିତ ସମ୍ପର୍କିତ ସୁପାରିଶଗୁଡିକୁ କୋଭିଡ-୧୯ ନିମନ୍ତେ ଗଠିତ ଜାତୀୟ ଟାସ୍କଫୋର୍ସ ଏବଂ ଯୁଗ୍ମ ନିରୀକ୍ଷଣ ଗ୍ରୁପ ଦ୍ଵାରା ପ୍ରସ୍ତୁତ କରାଯିବା ପରେ ନୀତି ଆୟୋଗ ପକ୍ଷରୁ ଏହି ମାର୍ଗଦର୍ଶିକାର ସୁପାରିଶଗୁଡିକ ମଧ୍ୟ ଅନୁମୋଦିତ ହୋଇଥିଲା। ସେମାନଙ୍କ ସୁପାରିଶକୁ ଭିତ୍ତିକରି ଆୟୁଷ ମନ୍ତ୍ରଣାଳୟ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଥିଲେ। ଏଥିରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ସ୍ନାତକୋତ୍ତର ଆୟୁର୍ବେଦ ଗବେଷଣା ଓ ତାଲିମ ପ୍ରତିଷ୍ଠାନ (ଆଇପିଜିଟିଆରଏ) ଜାମନଗର ଏବଂ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏନଆଇଏ) ଜୟପୁର, କେନ୍ଦ୍ରୀୟ ଆୟୁରବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ), କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଗବେଷଣା ପରିଷଦ (ସିସିଆରୱାଇଏନ) ଓ ଅନ୍ୟାନ୍ୟ ଜାତୀୟ ଗବେଷଣା ସଂଗଠନ କୋଭିଡ-୧୯ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ ଆୟୁର୍ବେଦ ଏବଂ ଯୋଗ ପରିଚାଳନା ନିର୍ଦ୍ଦେଶାବଳୀକୁ ନେଇ ସହମତି ମଧ୍ୟ ପ୍ରକାଶ କରିଥିଲେ।

ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ଜନସାଧାରଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକା ବହୁଳ ଭାବେ ଲୋକପ୍ରିୟ ହୋଇପାରିଛି ବୋଲି ଡଃ ହର୍ଷ ବର୍ଦ୍ଧନ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କୋଭିଡ-୧୯ ଚିକିତ୍ସା କାଳରେ ଏହାର ଉପାଦେୟତା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ମାର୍ଗଦର୍ଶିକା କେବଳ ପ୍ରତିଷେଧକମୂଳକ ଚିକିତ୍ସା ନୁହେଁ ବରଂ କୋଭିଡ ପରିଚାଳନା ସହ ଆଧୁନିକ ସମାଜରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଉଦ୍ଦିଷ୍ଟ ବୋଲି ଡଃ ହର୍ଷ ବର୍ଦ୍ଧନ କହିଛନ୍ତି। ସାଧାରଣ ଆୟୁର୍ବେଦୀୟ ଚେରମୂଳି, ଅଶ୍ଵଗନ୍ଧା ଏବଂ ଆୟୁଷ ୬୪ ଭଳି ସହଜରେ ଉପଲବ୍ଧ ଏହି ଔଷଧ ସ୍ୱଳ୍ପ ବା ଲକ୍ଷଣ ବିହୀନ କୋଭିଡ ସଂକ୍ରମଣର ଚିକିତ୍ସା କରିପାରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ।

ଡଃ ହର୍ଷ ବର୍ଦ୍ଧନ ଆୟୁର୍ବେଦର ଭୂମିକା ନେଇ ଶ୍ରୀ ହରଭିଳାଷ ସାରଦା ଉପନିବେଶୀୟ ଶାସନକାଳରେ ଏହି ହିନ୍ଦୁ ମେଡ଼ିସିନର ବିଶ୍ଵକୁ ଦାନ ସମ୍ପର୍କରେ ଦେଇଥିବା ଯୁକ୍ତିକୁ ଦୋହରାଇଥିଲେ। ସେ କହିଥିଲେ ଯେ, ଆୟୁର୍ବେଦ ବୈଦିକ କାଳରୁ  ରହିଛି ଓ ଏହା ଅଥର୍ବ ବେଦର ଅଂଶବିଶେଷ। ଏହି ବିଜ୍ଞାନ ପ୍ରଥମେ ପାରସ୍ୟ ଓ ପରେ ୟୁରୋପରେ ପହଞ୍ଚି ଆଧୁନିକ ଭେଷଜ ଶାସ୍ତ୍ରର ମୂଳଦୁଆ ପକାଇଥିଲା। ଦୁର୍ଭାଗ୍ୟବଶତଃ ଦେଶ ସ୍ଵାଧୀନ ହେବା ପରେ ଆୟୁର୍ବେଦକୁ ବିଶେଷ ପ୍ରୋତ୍ସାହନ ଦିଆଗଲା ନାହିଁ, ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଯଥାର୍ଥତା ଉପରେ ଗୁରୁତ୍ଵାରୋପ କରିଛନ୍ତି ବୋଲି ସେ କହିଥିଲେ।

ସରକାରଙ୍କ ଆୟୁଷର ପ୍ରୋତ୍ସାହନ ଉପରେ ସବିଶେଷ ସୂଚନା ଦେଇ ସେ କହିଥିଲେ ଯେ, ଏହି ବିଲ ଯୋଗୁଁ ଜାମନଗରସ୍ଥିତ ଆୟୁର୍ବେଦ ପ୍ରତିଷ୍ଠାନଗୁଡିକୁ ଜାତୀୟ ମାନ୍ୟତା ମିଳିବ। ବିଲ ସର୍ବସମ୍ମତି କ୍ରମେ ପାରିତ ହେବା ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସାର୍ବଜନୀନତାକୁ ପ୍ରମାଣିତ କରୁଛି ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଆୟୁଷ ସଚିବ ବୈଦ୍ୟ ରାଜେଶ କାଟୋଚ ଓ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ।

ଡଃ ହର୍ଷ ବର୍ଦ୍ଧନ
Share. Facebook Twitter LinkedIn Email WhatsApp Copy Link

Related Posts

ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରବାସୀ ଭାରତୀୟଙ୍କୁ କଲେ ସାକ୍ଷାତ, କହିଲେ….

September 10, 2025

ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କହିଲେ….

September 10, 2025

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 10, 2025
Latest News

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025

୬୯ କେଜି ଗଞ୍ଜେଇ ଜବତ, ୩ ଗିରଫ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.