Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟିଆରପି ଦୌଡରେ ଜାତୀୟ ନ୍ୟୁଜ ଚ୍ୟାନେଲଗୁଡକ ଦର୍ଶକଙ୍କ ବିଶ୍ବସନୀୟତା ହରେଇଲେଣି କି ?
ଜାତୀୟ ଖବର

ଟିଆରପି ଦୌଡରେ ଜାତୀୟ ନ୍ୟୁଜ ଚ୍ୟାନେଲଗୁଡକ ଦର୍ଶକଙ୍କ ବିଶ୍ବସନୀୟତା ହରେଇଲେଣି କି ?

October 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଟିଆରପି ଦୌଡରେ ଜାତୀୟ ନ୍ୟୁଜ ଚ୍ୟାନେଲଗୁଡକ ଦର୍ଶକଙ୍କ ବିଶ୍ବସନୀୟତା ହରେଇଲେଣି କି ?

ଭୁବନେଶ୍ବର, ସମୟ ଥିଲା ଯେତେବେଳେ ଜାତୀୟ ନ୍ୟୁଜ ଚ୍ୟାନେଲଗୁଡିକର ଖବର ଉପରେ ଦର୍ଶକଙ୍କର ପ୍ରଗାଢ ବିଶ୍ବାସ ରହିଥିଲା। କାରଣ ହେଲା ସେତେବେଳେ ଦର୍ଶକଙ୍କ ସାମନାକୁ ଏକ ଖବର ଆଣିବାକୁ ହେଲେ ବହୁ ପରୀକ୍ଷା ନିରୀକ୍ଷା ପରେ ପ୍ରସାରଣ କରାଯାଉଥିଲା। ଫଳରେ ଭାରତୀୟ ଦର୍ଶକଙ୍କର ନ୍ୟୁଜ ଚ୍ୟାନେଲରେ ଖବର ଦେଖିବାକୁ ଆଗ୍ରହ ସୃଷ୍ଟି ହେଉଥିଲା। ହେଲେ ବିଗତ କିଛି ବର୍ଷ ଧରି ଖବର ପ୍ରସାରଣ ନାମରେ ଯେପରି ଚ୍ୟାନେଲଗୁଡିକରେ ଭାଣ୍ଡାମୀ ଚାଲିଛି ତାହା ଅନେକ ଦର୍ଶକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି।

ଏହି ଭାଣ୍ଡାମୀ ଭିତରେ ବର୍ତ୍ତମାନ ନ୍ୟୁଜ ଚ୍ୟାନେଲର ଟିଆରପି ଟ୍ୟାମ୍ପରିଂ ଖୁଲାସା ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ନିଜ ଚ୍ୟାନେଲର ଲୋକପ୍ରିୟତା ବା ଟିଆରପି ବଢାଇବା ପାଇଁ ଭାରତର ନାମକରା ନ୍ୟୁଜ ଚ୍ୟାନେଲ ରିପ୍ଲବିକ ଟିଭି ପଇସା ଖର୍ଚ୍ଚ କରିଛି। ଏହା କହିଛନ୍ତି ଖୋଦ୍ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ରିପ୍ଲିବକ ଟିଭି ସହିତ ଆଉ ଦୁଇଟି ଚ୍ୟାନେଲ ଟିଆରପି ଟ୍ୟାମ୍ପରିଂ କରିଛନ୍ତି। ସେମାନେ ଦର୍ଶକଙ୍କୁ ମାସିକିଆ ଭଡାରେ ନେଇ ତାଙ୍କ ଚ୍ୟାନେଲ ଦେଖିବା ପାଇଁ ନିଯୁକ୍ତ କରିଛନ୍ତି।

ରିପ୍ଲବିକ ଟିଭି ବିରୋଧରେ ଏପରି ଏକ ଅଭିଯୋଗକୁ ଅନ୍ୟ ନ୍ୟୁଜ୍ ଚ୍ୟାନେଲ ପାଇଁ ଏକ ବଡ ଖୋରାକ ମିଳିଗଲା। ଏପରି ଖବର ସବୁ ନ୍ୟୁଜ ଚ୍ୟାନେଲରେ ବିଗ୍ ବ୍ରେକିଙ୍ଗି କରି ପ୍ରସାରଣ କଲେ। ହେଲେ ରିପ୍ଲବିକ ଟିଭି କିନ୍ତୁ ଓଲଟା ପ୍ରସାରଣ କରିଥିଲା। ତାହାର ଅଭିଯୋଗ ଥିଲା ଯେ, ତାଙ୍କ ଚ୍ୟାନେଲ ନୁହେଁ, ଇଣ୍ଡିଆ ଟୁଡେ ନ୍ୟୁଜ ଚ୍ୟାନେଲ ଏହି ଟ୍ୟାମ୍ପରିଂ କରିଛି। ପ୍ରମାଣ ସ୍ବରୂପ ସେମାନେ ଏକ ଏଫଆଇଆର କପି ମଧ୍ୟ ପରଦାରେ ଦେଖାଇଥିଲେ। ହେଲେ ମୁମ୍ବାଇ ପୋଲିସ କମିଶନର ମିଛରେ ତାଙ୍କ ଟିଭିର ନାମ ନେଇଛି ବୋଲି ରିପ୍ଲବିକ ପ୍ରସାରଣ କଲା।

ରିପ୍ଲିବକ ଟିଭିର ଯେପରି ତଥ୍ୟ ପ୍ରମାଣ ସହିତ ଇଣ୍ଡିଆ ଟୁଡେ ଟିଭିର ନାମ ନେଲେ ତାହା ପୋଲିସ କମିସନରଙ୍କ ତଥ୍ୟକୁ ଗୋଳମାଳ କରି ଦେଇଛି। ଏହି ଖବରକୁ ଯେଉଁମାନେ ଦେଖିଥିବେ ସେମାନେ ସତ କଣ ତାହା ଜାଣିବା ସମ୍ଭବ ହୋଇ ନ ଥିଲା। ଅନେକ ଭାବି ନେଇଛନ୍ତି ଯେ, ରିପ୍ଲବିକ ଟିଭି ମୁମ୍ବାଇ ପୋଲିସ ବିରୋଧରେ ବିଷଦଗାର କରୁଥିବାରୁ ଏପରି ଏକ ନାଟକ କରାଯାଇଛି। ହେଲେ ଖବର ଦେଖିବା ପାଇଁ ଅପେକ୍ଷା କରିଥିବା ଦର୍ଶକ ପ୍ରକୃତ ଖବର କଣ ତାହା ଜାଣିବା ସମ୍ଭବ ହୋଇ ନ ଥିଲା। ସତ କଣ ଜାଣିବା ପାଇଁ ଅପେକ୍ଷା କରୁଥିବା ବିଚରା ଦର୍ଶକ ବର୍ତ୍ତମାନ ନ୍ୟୁଜ ଚ୍ୟାନେଲ ଦେଖି ଦ୍ବନ୍ଦରେ ପଡୁଛି।

ସେହିପରି ରିପବ୍ଲିକ ଟିଭି ଏବଂ ଇଣ୍ଡିଆ ଟୁଡେ ଟିଭି ଉଭୟ ତାଙ୍କ ଚ୍ୟାନେଲ ନମ୍ବର ୱାନ ବୋଲି ପ୍ରତିପାଦ କରୁଛନ୍ତି। ବାରମ୍ବାର ଆକର୍ଷଣୀୟ ପ୍ରମୋ କରି ଚ୍ୟାନେଲରେ ପ୍ରସାର କରୁଛନ୍ତି। ଟିଆରପି ମାପ କରୁଥିବା ବାର୍କ ସଂସ୍ଥାର ନାମ ନେଇ ସେମାନେ ଏକ ନମ୍ବର ବୋଲି ଦାବୀ କରୁଛନ୍ତି। ଏକ ନମ୍ବର ସ୍ଥାନରେ ଜଣେ ରହିବ, ହେଲେ ଦୁଇଟି ଚ୍ୟାନେଲ ଏକ ନମ୍ବର କିପରି ହେଲେ ତାହାକୁ ନେଇ ମଧ୍ୟ ଦର୍ଶକ ଦ୍ବନ୍ଦରେ।

ଏବେ ନୁହେଁ ଯଦି କିଛି ମାସ ଧରି ଯେଉଁମାନେ ନ୍ୟୁଜ ଚ୍ୟାନେଲ ଦେଖି ଆସୁଛନ୍ତି ସେମାନେ ଖବରରୁ ସତ କଣ ମିଛ କଣ ଜାଣିବା ସମ୍ଭବ ହେଉ ନାହିଁ। ଭାରତୀୟ ନ୍ୟୁଜ ଚ୍ୟାନେଲରେ ଏପରି ଗୋଳମାଳିଆ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଅନେକ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦାୟୀ କରୁଛନ୍ତି। କାରଣ ଖବର ନାମରେ ସେ ନାଟକବାଜୀ କରିବାରେ ଲାଗିଛନ୍ତି।

କିଛି ମାସ ତଳେ ଅର୍ଣ୍ଣବ ଭାରତରେ ଇଂରାଜୀ ଓ ହିନ୍ଦି ଭାଷାର ଦୁଇଟି ଚ୍ୟାନେଲ ଆରମ୍ଭ କରି ଟିଆରପିରେ ଏକ ନମ୍ବର ହୋଇ ଯାଇଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏବଂ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନିଶା କାରାବାରକୁ ନେଇ ଏହି ଚ୍ୟାନେଲ ଧାରାବାହିକ ଭାବେ ନାଟକୀୟ ଢଙ୍ଗରେ ଖବର ପ୍ରସାରଣ କରି ଆସୁଛି। ଏହା କୁଆଡେ ରିପ୍ଲବିକ ଟିଭିକୁ ଲୋକପ୍ରିୟତା ଦେଲା ବୋଲି ସେହି ମିଡିଆ ହାଉସ ଦାବୀ କରୁଛି।

ଏହି ଟିଆରପି ନିଶାରେ ଭାରତର ଅନ୍ୟତମ ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ‘ଇଣ୍ଡିଆ ଟୁଡେ’ ମଧ୍ୟ ନିଜକୁ ଗୋଳମାଳିଆ କରି ପକାଇଛି। ସୁଶାନ୍ତି ସିଂ ରାଜପୁତଙ୍କ ଆତ୍ମହତ୍ୟା ଏବଂ ରିୟା ଚକ୍ରବର୍ତ୍ତି ଘଟଣାକୁ ଯେପରି ଉପସ୍ଥାପନା କଲେ ତାହା ତାଙ୍କୁ ଭାଣ୍ଡିଆ କରିଦେଇଛି। ଖବର ପରିବର୍ତ୍ତେ ସେମାନେ ରିପ୍ଲବିକ ଚ୍ୟାନେଲ ବିରୋଧରେ ବିଶଦଗାର କରିବାକୁ ଲାଗିଲେ। ଏହି ଚ୍ୟାନେଲ ଅନ୍ୟତମ ସାମ୍ବାଦିକ ରାଜଦୀପ ସରଦେଶାଇ ଅର୍ଣ୍ଣବଙ୍କ ଚ୍ୟାନେଲକୁ କଦଳୀ ଚ୍ୟାନେଲ ବୋଲି କହିବାକୁ ପଛେଇଲେ ନାହିଁ।

ଯେଉଁମାନଙ୍କ ଉପରେ ଦର୍ଶକ ଭରସା କରି ଖବର ଜାଣିବା ପାଇଁ ଆଗ୍ରହ ରଖିଥାନ୍ତି ସେହିମାନଙ୍କ ମଧ୍ୟରେ ଏପରି ଲଢେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅବଶ୍ୟ ଏହି ଦୁଇ ଚ୍ୟାନେଲର ଲଢେଇ ଅନେକ ଦର୍ଶକଙ୍କୁ ବେଶ୍ ଆମୋଦିତ ମଧ୍ୟ କରିଛି। ହେଲେ ପ୍ରକୃତ ଖବର ଦେଖିବାକୁ ଅପେକ୍ଷା କରିଥିବା ଦର୍ଶକ ଚ୍ୟାନେଲ ଯୁଦ୍ଧ ଦେଖି ବିରକ୍ତି ପ୍ରକାଶ କରିବା ଛଡା ଅନ୍ୟଗତି କିଛି ନାହିଁ।

ଯେଉଁମାନଙ୍କର ଖବର ଜାଣିବାରେ ଆଗ୍ରହ ଅଛି ସେମାନଙ୍କ ପାଇଁ ବର୍ତ୍ତମାନ ଚ୍ୟାନେଲ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବର୍ତ୍ତମାନ ଚ୍ୟାନେଲଗୁଡିକ ପ୍ରକୃତ ଖବର ପ୍ରସାରଣ କରିବାରେ ବିଫଳ ହୋଇଛନ୍ତି। ନିଜ ନିଜ ଭିତରେ ଲଢେଇ ଏବଂ ଅଧିକ ଟିଆରପି ହାସଲ କରିବାର କ୍ଷୁଧ୍ୟା ସେମାନଙ୍କୁ ବିଚଳିତ କରିଦେଇଛି।

ଅଧିକାଂଶ ନ୍ୟୁଜ ଚ୍ୟାନେଲ ସେମାନଙ୍କର ଲକ୍ଷ୍ୟପଥରୁ ହଟି କେବଳ ନାଟକବାଜି କରିବାରେ ଲାଗିଛନ୍ତି। ସେଥିପାଇଁ ନ୍ୟୁଜ ଚ୍ୟାନେଲଗୁଡିକ ସେମାନଙ୍କର ବିଶ୍ବସନୀୟତା ହରାଇବାରେ ଲାଗିଛନ୍ତି। ଫଳରେ ଭାରତର ଗଣତନ୍ତ୍ରରେ ଏହି ନ୍ୟୁଜ ଚ୍ୟାନେଲର ଭବିଷ୍ୟତ କଣ ହେବ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଆଜ ତକ ଟିଆରପି ରିପ୍ଲବିକ ଟିଭି
Share. Facebook Twitter LinkedIn Email WhatsApp Copy Link

Related Posts

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026
Latest News

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.