Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ‘ରୁଦ୍ରମ’ର ସଫଳ ପରୀକ୍ଷଣ,ଜାଣନ୍ତୁ ଏହା କଣ କରିପାରେ
ଅନ୍ତରାଷ୍ଟ୍ରୀୟ

ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ‘ରୁଦ୍ରମ’ର ସଫଳ ପରୀକ୍ଷଣ,ଜାଣନ୍ତୁ ଏହା କଣ କରିପାରେ

October 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର 'ରୁଦ୍ରମ'ର ସଫଳ ପରୀକ୍ଷଣ,ଜାଣନ୍ତୁ ଏହା କଣ କରିପାରେ

ନୂଆଦିଲ୍ଲୀ, ଅତ୍ୟାଧୁନିକ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମ ଓଡିଶା ଉପକୂଳର ହ୍ବିଲର ଦୀପପୁଞ୍ଜରେ ଥିବା ରେଡିଅସନ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି। ଏସୟୁ-୩୦ ଏମକେଆଇ ଲଢୁଆ ବିମାନରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା। ଭାରତୀୟ ବାୟୁସେନାର ରୁଦ୍ରମ ହେଉଛି ପ୍ରଥମ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ରେଡିଅସନ କ୍ଷେପଣାସ୍ତ୍ର ଯାହାକି ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ (ଡିଆରଡିଓ) ପକ୍ଷରୁ ବିକଶିତ ହୋଇଛି।

ଏସୟୁ-୩୦ ଏମକେଆଇ ଲଢୁଆ ଯୁଦ୍ଧ ବିମାନକୁ ଉତକ୍ଷେପଣସ୍ଥଳୀ ଭାବେ ବ୍ୟବହାର କରି ଏହାର ପରୀକ୍ଷଣ କରାଯାଇଛି। ଏହା ଆକ୍ରମଣ ପାଇଁ ଆଇଏନଏସ ଜିପିଏସ ଦିଗ ନିର୍ଣ୍ଣାୟକର ବ୍ୟବହାର କରିଥାଏ। ରୁଦ୍ରମ ରେଡିଅସନ ଲକ୍ଷ୍ୟକୁ ସଂପୂର୍ଣ୍ଣ ଦକ୍ଷତାର ସହିତ ନିର୍ଭୁଲ ଭାବେ ଭେଦ କରିଛି।

ଏଥିରେ ଥିବା ପାସିଭ ହୋମିଙ୍ଗ ହେଡ ଫ୍ରିକ୍ୟେନ୍ସି ପ୍ରୋଗ୍ରାମ ଅନୁସାରେ ଲକ୍ଷ୍ୟସ୍ଥଳ ଚିହ୍ନଟ କରି ଭେଦ କରିପାରିବ। ଶତ୍ରୁ ପକ୍ଷର ବାୟୁ ପ୍ରତିରକ୍ଷା ପଦ୍ଧତିକୁ ବହୁ ଦୂରରୁ ପ୍ରତିହତ କରିବା ପାଇଁ ଏହା ଭାରତୀୟ ବାୟୁସେନାର ଏକ ଅମୋଘ କ୍ଷେପଣାସ୍ତ୍ର। ଏଥିସହିତ ଦେଶ ସ୍ଵଦେଶୀ ଜ୍ଞାନକୌଶଳରେ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ନିର୍ମାଣ କରିବାର ସାମର୍ଥ୍ୟ ହାସଲ କରିଛି। ଏହା ଶତ୍ରୁ ପକ୍ଷର ରାଡାର ପଦ୍ଧତିକୁ ଚଖମା ଦେଇ ଲକ୍ଷ୍ୟଭେଦ କରିପାରିବ।

Drdo
Share. Facebook Twitter LinkedIn Email WhatsApp Copy Link

Related Posts

ଶକ୍ତି କ୍ଷେତ୍ରରେ ଭାରତର ଐତିହାସିକ ମାଇଲଖୁଣ୍ଟ: ୫୦୦ ଗିଗାୱାଟ ଅତିକ୍ରମ କଲା ମୋଟ ବିଦ୍ୟୁତ୍‍ ଉତ୍ପାଦନ

October 29, 2025

ବିଶ୍ୱ ଷ୍ଟ୍ରୋକ୍ ଦିବସ: ଆଜି ମୃତ୍ୟୁ ଏବଂ ସ୍ଥାୟୀ ଅକ୍ଷମତାର ପ୍ରମୁଖ କାରଣ ପାଲଟିଛି ‘ବ୍ରେନ୍‌ ଷ୍ଟ୍ରୋକ୍‌’ 

October 29, 2025

ଶାଲିମାର ରେଳୱେ ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

October 29, 2025

ମାଗଣା ଏଲପିଜି ସିଲିଣ୍ଡର ପାଇବା ପାଇଁ ବଡ ସୁଯୋଗ: ଜାଣନ୍ତୁ ଏହି ଯୋଜନାରୁ କିପରି ପାଇବେ ଲାଭ? 

October 29, 2025
Latest News

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ସୋଫଲ୍ ମାଳା’ର ଚତୁର୍ଥ ସଂସ୍କରଣ ଉନ୍ମୋଚିତ

October 29, 2025

ଟ୍ରାଇର ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟରେ ଜିଓର ସର୍ବାଧିକ ଡାଉନଲୋଡ୍ ସ୍ପିଡ୍ ପ୍ରଦର୍ଶନ

October 29, 2025

ସୁସ୍ଥ ଶିକ୍ଷକ, ସୁସ୍ଥ ସମାଜ: ୟୁନେସ୍କୋ-ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ତିନିଦିନିଆ କର୍ମଶାଳା

October 29, 2025

ଶକ୍ତି କ୍ଷେତ୍ରରେ ଭାରତର ଐତିହାସିକ ମାଇଲଖୁଣ୍ଟ: ୫୦୦ ଗିଗାୱାଟ ଅତିକ୍ରମ କଲା ମୋଟ ବିଦ୍ୟୁତ୍‍ ଉତ୍ପାଦନ

October 29, 2025

ବିଶ୍ୱ ଷ୍ଟ୍ରୋକ୍ ଦିବସ: ଆଜି ମୃତ୍ୟୁ ଏବଂ ସ୍ଥାୟୀ ଅକ୍ଷମତାର ପ୍ରମୁଖ କାରଣ ପାଲଟିଛି ‘ବ୍ରେନ୍‌ ଷ୍ଟ୍ରୋକ୍‌’ 

October 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.