Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିହାର ନିର୍ବାଚନ ତାତି: ମେଣ୍ଟ ବନାମ ମହାମେଣ୍ଟରେ ଏଲ୍‌ଜେପି ଏକାକୀ
ଜାତୀୟ ଖବର

ବିହାର ନିର୍ବାଚନ ତାତି: ମେଣ୍ଟ ବନାମ ମହାମେଣ୍ଟରେ ଏଲ୍‌ଜେପି ଏକାକୀ

October 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ପାଟନା: ଦେଶରେ ପୁଣି ନିର୍ବାଚନର ତାତି। ବିହାର ବିଧାନସଭା ସହିତ ଦେଶରେ ହେବାକୁ ଥିବା ଉପନିର୍ବାଚନ ଲାଗି ଉଷ୍ମତା ସୃଷ୍ଟି ହୋଇଛି। ତେବେ ବିହାର ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ନିଜ ନିଜ ସ୍ତରରେ ରଣନୀତି ପ୍ରସ୍ତୁତି କରି ଭୋଟ ହାତେଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଚଳିତ ଥର ବିହାରର ଏକ ଭିନ୍ନ ଧରଣର ରାଜନୀତି ଦେଖିବାକୁ ମିଳିଛି। ଚଳିତ ଥର କିଛି ପାର୍ଟି ଏକାକୀ ନିର୍ବାଚନ ନ ଲଢି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି ତ ଆଉ କିଏ ମେଣ୍ଟରୁ ବାହାରି  ଏକାକୀ ନିର୍ବାଚନ ଲଢୁଛି।

ତେବେ ବିହାର ରାଜନୀତିର ଛକାପଞ୍ଚା ଭିତରେ ଚଳିତ ଥର ତିନୋଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଭା ହୋଇଛନ୍ତି। ପ୍ରଥମ ଥର ପାଇଁ ଏଲ୍‌ଜେପିର ଅଧ୍ୟକ୍ଷ ତଥା ଯୁବ ନେତା ଚିରାଗ ପାଶଓ୍ବାନ୍‌ ନୂତନ ମୁଖ୍ୟମନ୍ତ୍ରୀ ଚେହେରା ରୂପେ ଉଭା ହୋଇଛନ୍ତି। ଅପରପକ୍ଷରେ ବିହାର ରାଜନୀତିରେ ପାଞ୍ଚୋଟି ମେଣ୍ଟ ମଧ୍ୟ ରହିଛି। ନୀତିଶ୍ ବନାମ ତେଜସ୍ବୀ ବନାମ ଚିରାଗଙ୍କୁ ନେଇ ଚଳିତ ବିହାର ନିର୍ବାଚନ ବେଶ୍‌ ସରଗରମ ରହିଛି। ବିହାରବାସୀଙ୍କ ଆଗରେ ତିନି ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଦାବିଦାର ରହିଥିବାବେଳେ ଅଗଣିତ ମେଣ୍ଟ ଭୋଟରଙ୍କୁ ବଡ କନ୍‌ଫ୍ୟୁଜନ୍‌ କରୁଛି।

ତେବେ ବିହାରର ରାଜନୈତିକ ଲଢେଇରେ ଏନ୍‌ଡିଏ ବନାମ ମହାମେଣ୍ଟ ରହିଥିବାବେଳେ ଆଉ କିଛି ମେଣ୍ଟ ମଧ୍ୟ ନିଜର ରଣନୀତିରେ ବେଶ୍‌ ଅଗ୍ରୀଣ ହୋଇଛନ୍ତି। ଏନ୍‌ଡିଏରେ ବିଜେପି, ଜନତାଦଳ ୟୁନାଇଟେଡ୍‌, ହିନ୍ଦୁସ୍ତାନୀ ବନାମ ଆବାମ ମୋର୍ଚ୍ଚା ଓ ବିକାଶଶୀଳ ଇନ୍‌ସାନ୍‌ ପାର୍ଟି ଆଦି ସାମିଲ୍‌ ହୋଇଛନ୍ତି। ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରର୍ଥୀ ହୋଇଛନ୍ତି ନୀତିଶ୍‌ କୁମାର। ସେହିପରି ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ମହାମେଣ୍ଟରେ ରହିଛନ୍ତି ଆର୍‌ଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳ।

ବିହାରରେ ଏନ୍‌ଡିଏ ବନାମ ମହାମେଣ୍ଟ ମଧ୍ୟରେ ଆଉ ତିନି ଅନ୍ୟ ମେଣ୍ଟର ପେଞ୍ଚ ରହିଛି। ଏଥିରେ ପୂର୍ବ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶଓ୍ବାହା ଓ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଓ ଏଆଇଏମ୍‌ଆଇଏମ୍‌ ସାଂସଦ ଓ୍ବୈଓ୍ବସୀଙ୍କ ଦଳର ମେଣ୍ଟ ରହିଛି , ଯେଉଁଥିରେ ପୂର୍ବ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ଯାଦବଙ୍କ ସମାଜବାଦୀ ଜନତା ଦଳ (ଲୋକତାନ୍ତ୍ରିକ) ସହିତ ୬ ଟି ରାଜନୈତିକ ଦଳ ସାମିଲ୍‌ ରହିଛି। ଏହି ମେଣ୍ଟର ନାମ ଗ୍ରାଣ୍ଟ ଡେମୋକ୍ରାଟିକ୍‌ ସେକ୍ୟୁଲାର ଫ୍ରଣ୍ଟ ରହିଛି। ବିହାରର ରାଜନୀତିରେ ଏହି ମେଣ୍ଟକୁ ତୃତୀୟ ମୋର୍ଚ୍ଚାର ନାମ ଦିଆଯାଇଛି।

ଏତଦ୍‌ବ୍ୟତୀତ ଜନ ଅଧିକାର ପାର୍ଟିର ସଂରକ୍ଷକ ତଥା ପୂର୍ବ ସାଂସଦ ପପୁ ଯାଦବ ଓ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି ଓ ଏମ୍‌କେ ଫୈଜୀଙ୍କ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ସହିତ ମିଶି କରି ଚତୁର୍ଥ ମେଣ୍ଟ କରିଛନ୍ତି। ଏହି ମେଣ୍ଟର ନାମ ପ୍ରୋଗ୍ରେସିଭ୍‌ ଡେମୋକ୍ରାଟିକ୍‌ ଅଲାୟାନ୍ସ ରହିଛି। ୟଶଓ୍ବନ୍ତ ସିହ୍ନା ଦ୍ବାରା ଏହି ନୂତନ ମୋର୍ଚ୍ଚାର ଘୋଷଣା ପରେ ଏହାକୁ ସଂଜୀବନି ମିଳିଛି।

ଏନ୍‌ଡିଏରେ ମନମୁତାବକ ଆସନ ନ ମିଳିବାରୁ ଚିରାଗ ପାଶଓ୍ବାନ୍‌ଙ୍କ ଦଳ ଏଲ୍‌ଜେପି ଚଳିତ ଥର ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଲ୍‌ଜେପିଙ୍କୁ ବିଜେପିର ବାଗୀ ନେତାମାନଙ୍କ ସାହାରା ମିଳିଛି। ଯେଉଁମାନେ ଟିକେଟ ପାଇ ଜେଡିୟୁ ବିରୋଧରେ ନିର୍ବାଚନ ଲଢିବେ।

ସେହିପରି ଚଳିତ ବିହାର ବିଧାନସଭା ରାଜନୀତିରେ ଏବେ ଏକ ନୂଆ ନାମ ଚର୍ଚ୍ଚାକୁ ଆସିଛି । ଏହି ନାମଟି ହେଉଛି ପୁଷ୍ପ୍ୟମ୍‌ ପ୍ରିୟା ଚୌଧୁରୀ ।  ବିହାରରେ ବିଧାନସଭା ରାଜନୀତିରେ ଏବେ ଏକ ନୂଆ ଦଳ ‘ପ୍ଲୁରାଲ୍ସ’ ମୁଣ୍ଡ ଟେକିଛି । ବିହାରର ମୁ୍‌ଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପୁଷ୍ପ୍ୟମ୍‌ ପ୍ରିୟା ଚୌଧୁରୀ ‘ପ୍ଲୁରାଲ୍ସ’ ଦଳ ତରଫରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ଚଳିତ ବିଧାନସଭା ନିର୍ବାଚନରେ ମହାମେଣ୍ଟ ଶତ ପ୍ରତିଶତ ବାଜିମାତ୍‌ କରିବା ନେଇ ଆଶା କରିଥିବାବେଳେ ଏନ୍‌ଡିଏକୁ ମଧ୍ୟ ଜିତିବା ପାଇଁ  ବହୁ ସଂଘର୍ଷ କରିବାକୁ ପଡିପାରେ।

ତେବେ ଏବେର ବିହାର ସ୍ଥିତିକୁ ଦେଖିଲେ ଦେଖାଯାଉଛି ଯେ, ବିହାରରେ ମୁଖ୍ୟମନ୍ତ୍ରୀ ପାଇଁ ତିନୋଟି ଚେହେରା ଉଭା ହୋଇଥିବାବେଳେ ସାମ୍ନାରେ ରହିଛି ପାଞ୍ଚୋଟି ମେଣ୍ଟ। ତେବେ ଭୋଟର୍‌ମାନେ କାହାକୁ ଭୋଟ୍‌ ଦେଇ ନିଜର ମୁଖ୍ୟମନ୍ତ୍ରୀ ବାଛିବେ, ତାହା ତ ନଭେମ୍ବର ୧୦ ତାରିଖରେ ଜଣାପଡିବ। (ଏଜେନ୍ସି)

bihar politics jdu ljp NDA rjd
Share. Facebook Twitter LinkedIn Email WhatsApp Copy Link

Related Posts

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026
Latest News

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.