Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମା ସଜେଇ ହୋଇ ଅପେକ୍ଷା କରିଛନ୍ତି ଭକ୍ତଙ୍କୁ, ହେଲେ ଭକ୍ତଙ୍କର ନାହିଁ ଦେଖା, 2020 ବର୍ଷ ପୂଜା ଇତିହାସରେ ହେଲା ଲିପିବଦ୍ଧ
ଜାତୀୟ ଖବର

ମା ସଜେଇ ହୋଇ ଅପେକ୍ଷା କରିଛନ୍ତି ଭକ୍ତଙ୍କୁ, ହେଲେ ଭକ୍ତଙ୍କର ନାହିଁ ଦେଖା, 2020 ବର୍ଷ ପୂଜା ଇତିହାସରେ ହେଲା ଲିପିବଦ୍ଧ

October 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା ସଜେଇ ହୋଇ ଅପେକ୍ଷା କରିଛନ୍ତି ଭକ୍ତଙ୍କୁ, ହେଲେ ଭକ୍ତଙ୍କର ନାହିଁ ଦେଖା, 2020 ବର୍ଷ ପୂଜା ଇତିହାସରେ ହେଲା ଲିପିବଦ୍ଧ

କଟକ, ଓଡିଶାରେ ମା ଦୁର୍ଗାଙ୍କ ପୂଜା କହିଲେ ବୁଝାଏ କେବଳ କଟକ ପୂଜା। ସାରା ଓଡିଶାରେ ପୂଜା କାହିଁ କେଉଁ କାଳରୁ ହୋଇଆସୁଛି। ହେଲେ କାହିଁକି କେଜାଣି ଦୁର୍ଗାପୂଜା ଅର୍ଥ ହେଉଛ କଟକ ସହର। ଏହି ଦୁର୍ଗା ପୂଜା ସମୟରେ ହିନ୍ଦୁ ମୁଲମାନମାନଙ୍କ ମଧ୍ୟରେ ଯେଉଁ ଭାଇଚାରା ରହିଛି ତାହା ମଧ୍ୟ ଉଦ୍ରେକ ହୁଏ। କଟକରେ ପୂଜା ଦେଖିବା ପାଇଁ ଓଡିଶାର ପୁରପଲ୍ଲୀରୁ ଲୋକେ ଛୁଟି ଆସନ୍ତି। କଟକର ଗଳିକନ୍ଦି ଭିତରେ ମଣ୍ଡପ ପରେ ମଣ୍ଡପ ବୁଲିବା ମଜ୍ଜା ସଂପୂର୍ଣ୍ଣ ନିଆରା। ଅନେକ ଏହି ପୂଜାକୁ ଅନାଇ ବସିଥାନ୍ତି।

କଟକର ଏହି ପୂଜାର ମାହୋଲ ସାରା ଓଡିଶାକୁ ବ୍ୟାପିଯାଏ। କଟକରେ ଯେପରି ଉଚ୍ଚ ତୋରଣ ନିର୍ମାଣ ହୁଏ ଓଡିଶାରେ ତାହା ଆଉ କେଉଁଠି ମିଳେ ନାହିଁ। ସାରା ଭାରତର ଶ୍ରେଷ୍ଠ କାରୀଗରମାନଙ୍କୁ ଏହି କଟକ ପୂଜାରେ ଦେଖିବାକୁ ମିଳେ। ପୁରା କଟକବାସୀ ଏକମାସ ଧରି ମା ଦୁର୍ଗାଙ୍କ ନିକଟରେ ନିଜକୁ ସର୍ମପି ଦିଅନ୍ତି। ମା ଯେତେବେଳେ ବିଦାୟ ଦିଆଯାଏ ସେତେବେଳେ କଟକର ଅନେକ ମହିଳା ଆଖିରେ ଦେଖାଦିଏ ଲୁହ, ଅନେକ ଭୋ ଭୋ ହୋଇ ମଧ୍ୟ କାନ୍ଦି ଉଠନ୍ତି। କାରଣ ପୁଣି ଥରେ ମାଙ୍କ ଦର୍ଶନ ମିଳିବ ବର୍ଷକ ପରେ।

ହେଲେ ଚଳିତ ବର୍ଷ କରୋନା ସବୁ କିଛି ଓଲଟ ପାଲଟ କରିଦେଇଛି। ଚଳିତ ବର୍ଷ ପୂଜା ହେବ କି ନାହିଁ ସେ ନେଇ କିଛି ମାସ ଧରି ଚାଲିଥିଲା ଦ୍ବନ୍ଦ। ଏହାପରେ ମୂର୍ତ୍ତିର ଉଚ୍ଚତା କେତେ ହେବେ ସେ ନେଇ ମଧ୍ୟ ଚାଲିଲା ବିବାଦ। ଶେଷରେ ବିନା ଭକ୍ତରେ ପୂଜା କରିବା ପାଇଁ ହେଲା ନିଷ୍ପତି। ଏପରିକି ପୂଜା ମଣ୍ଡପ ଗେଟ ଆଗରେ ନୋ ଏଣ୍ଟ୍ରି ଲେଖିବା ପାଇଁ ମଧ୍ୟ କୁହାଗଲା। ଏସବୁ ବାଦ ବିବାଦ ଭିତରେ ପୂଜା କମିଟର ଉତ୍ସାହ ହ୍ରାସ ପାଇଥିଲେ ମଧ୍ୟ ପୂଜା ଯେନତେନ ପ୍ରକାରେଣ କରିବାର ଥିଲା ଜିଦ୍। ଫଳରେ ତାହା ହିଁ ହେଲା। ବିନା ଭକ୍ତରେ ହେବ ମାଙ୍କ ପୂଜା। ଭକ୍ତମାନେ ସାମାଜିକ ଗଣମାଧ୍ୟମରେ ମାଙ୍କ ପୂଜାର ସିଧା ପ୍ରସାରଣ ଦେଖିବେ।

ବର୍ତ୍ତମାନ ଯଦି ଆପଣ ଟିକିଏ କଟକର ବିଭିନ୍ନ ପୂଜା ମଣ୍ଡପ ଆଡକୁ ବୁଲିବାକୁ ଯିବେ ତେବେ ପୂଜା ନୁହେଁ ଲାଗିବ ସତେ ଯେପରି ପୂଜା ପାଇଁ ଚାଲିଛି ପ୍ରସ୍ତୁତି। କାରଣ ପୂଜା ସମୟରେ କେବଳ ମଣ୍ଡପ କାହିଁକି ରାସ୍ତା ଘାଟ ସାରା ଯେପରି ଭିଡ ରହେ ତାହା ଆଉ ଦେଖିବାକୁ ମିଳୁ ନାହିଁ। ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କର ଭିନ୍ନଭିନ୍ନ ସାଜସଜା ବେଶ୍ ଆକର୍ଷଣୀ ହୋଇଛି। ମା ପୂର୍ବ ବର୍ଷରେ ଯେପରି ରୂପାର ଅଳଙ୍କାରରେ ସଜେଇ ହୋଇଥିଲେ ଏଥର ମଧ୍ୟ ହୋଇଛନ୍ତି। ହେଲେ ଏତେ ସାଜସଜାକୁ ଭକ୍ତ କାହିଁ ନ୍ୟାୟରେ ସବୁକିଛି ଫସର ଫାଟି ଯାଇଛି। କହିବାକୁ ଗଲେ ସେହି ମୂର୍ତ୍ତି ଅଛି, ସେହି ରଂଗବେରଂଗର ଲାଇଟ ଜଳୁଛି, ସେହି ଘଣ୍ଟଘଣ୍ଟି ବାଜୁଛି ହେଲେ ଗୋଟିଏ ଜିନିଷ ନାହିଁ। ତାହା ହେଲା ଭକ୍ତ।

ଚଳିତ ବର୍ଷ ଓଡିଶା ଇତିହାସରେ ସମସ୍ତ ପର୍ବପର୍ବାଣୀ ଗୋଟିଏ ଗୋଟିଏ ଇତିହାସ ସୃଷ୍ଟି କରିବାରେ ଲାଗିଛନ୍ତି। ରଥଯାତ୍ରାରୁ ଦୁର୍ଗାପୂଜା ପର୍ଯ୍ୟନ୍ତ ଯାହାକିଛି ହୋଇଛି ତାହା ଗୋଟିଏ ଗୋଟିଏ ନୂଆ ଉଦହାରଣ ସୃଷ୍ଟି କରିଛି। ବିନା ଭକ୍ତରେ ହେଲା ରଥଯାତ୍ରା, ବିନା ଭକ୍ତରେ ହେଲା ଠାକୁରାଣୀ ଯାତ୍ରା, ବିନା ଭକ୍ତରେ ହେଲା ଛତର ଯାତ୍ରା, ବିନା ଭକ୍ତରେ ହେଲା ନୂଆଖାଈ, ବିନା ଭକ୍ତରେ ହେଲା ଗଣେଷ ପୂଜା, ବିଶ୍ବକର୍ମା ପୂଜା। ଆଉ ଏବେ ଶେଷରେ ପହଁଚିଛି ବିନା ଭକ୍ତରେ ଦୁର୍ଗା ପୂଜା। ଏହି ତାଲିକା ଆହୁରି 6 ମାସ ପର୍ଯନ୍ତ ଲାଗି ରହିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ତେବେ ସବୁଠାରୁ ବଡକଥା ହେଲା ଭକ୍ତମାନେ ମାଙ୍କୁ ସିଧା ଦର୍ଶନ କରନ୍ତୁ ବା ନାହିଁ, ହେଲେ ସେମାନଙ୍କ ମନରେ ଯେପରି ଭକ୍ତଭାବ ଅଛି ତାହା ଅତୁଟ ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ

January 27, 2026

ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ ସହ ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

January 27, 2026

ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 27, 2026

ପୂର୍ବତଟ ରେଳପଥରେ ନିର୍ଦ୍ଧିଷ୍ଟ ଟ୍ରେନ୍‌ଗୁଡ଼ିକର ସମୟସୂଚୀରେ ପରିବର୍ତ୍ତନ

January 27, 2026
Latest News

କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ

January 27, 2026

ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ ସହ ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

January 27, 2026

ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 27, 2026

ପୂର୍ବତଟ ରେଳପଥରେ ନିର୍ଦ୍ଧିଷ୍ଟ ଟ୍ରେନ୍‌ଗୁଡ଼ିକର ସମୟସୂଚୀରେ ପରିବର୍ତ୍ତନ

January 27, 2026

ନୂଆ ମାଇଲଖୁଣ୍ଟ ହାସଲ କଲା ବିଏସଏନଏଲ

January 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.