Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟାର୍ଗେଟରେ ନିର୍ବାଚନ 2024, ଶହେ ଦିନ ଧରି ସାରା ଭାରତ ବୁଲିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା
ଜାତୀୟ ଖବର

ଟାର୍ଗେଟରେ ନିର୍ବାଚନ 2024, ଶହେ ଦିନ ଧରି ସାରା ଭାରତ ବୁଲିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

November 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟାର୍ଗେଟରେ ନିର୍ବାଚନ 2024, ଶହେ ଦିନ ଧରି ସାରା ଭାରତ ବୁଲିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

ନୂଆଦିଲ୍ଲୀ, 2024 ସାଧାରଣ ନିର୍ବାଚନ ବହୁ ଦିନ ବାକି ରହିଛି। ହେଲେ ବିଜେପି ଏବେଠାରୁ ଆରମ୍ଭ କରି ଦେଲାଣି ପ୍ରସ୍ତୁତି। ବିହାର ବିଧାନସଭା ନିର୍ବାଚନରେ ​​ବିଜୟ ପରେ ବିଜେପି ​​ଏହାକୁ ନେଇ ଆହୁରି ଉତ୍ସାହିତ ହୋଇଯାଇଛି। ବର୍ତ୍ତମାନ ଦଳ 2024 ରେ ହେବାକୁ ଥିବା ଲୋକସଭା ନିର୍ବାଚନ କିପରି ବିପୁଳ ସଂଖ୍ୟାରେ ଜିତିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ବିଜେପି ଜାତୀୟ ସଭାପତି ଜେ ପି ନାଡ୍ଡା ଖୁବ୍ ଶୀଘ୍ର ସମଗ୍ର ଦେଶ ଗସ୍ତ କରିବେ। ପ୍ରାୟ 100 ଦିନ ଧରି ସାରା ଭାରତ ବୁଲିବେ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ନାଡ୍ଡାଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ସଂଗଠନକୁ ମଜବୁତ କରିବା।

2024 ର ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ନାଡ୍ଡା ବିଭିନ୍ନ ରାଜ୍ୟରେ ରହି ସେଠାକାର ସ୍ଥିତି ଅନୁଧ୍ୟାନ କରିବେ। 2019 ରେ ଦଳ ଯେଉଁ ଆସନ ଗୁଡିକରେ ଜିତି ନ ଥିଲା ତାହା ଉପରେ ଫୋକସ କରିବେ। 2024 ରେ କିପରି ସେହି ଆସନଗୁଡିକ ଜିତିବେ ଏହି ଯାତ୍ରାର ଏକ ପ୍ରମୁଖ ଦିଗ ହେବ ବୋଲି ଜଣାପଡିଛି। ଏହି ଗସ୍ତରେ ନଡ୍ଡା ଦଳର ଜନ ପ୍ରତିନିଧୀଙ୍କୁ ଭେଟି ନୂତନ ସମ୍ଭାବ୍ୟ ଦିଗ ଉପରେ ଆଲୋଚନା କରିବେ। ମୁଖ୍ୟତଃ ଯେଉଁ ରାଜ୍ୟରେ ବିଜେପି ଶାସନରେ ନାହିଁ ସେହି ରାଜ୍ୟଗୁଡିକ ଉପରେ ନଡ୍ଡା ଅଧିକ ଗୁରୁତ୍ବ ଦେବେ।

ଯେଉଁ ରାଜ୍ୟରେ ବିଜେପି ଶାସନରେ ଅଛି ସେଠାକୁ ଯାଇ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିରେ ଉନ୍ନତି ଆଣିବା ସହ ବିଭିନ୍ନ ପ୍ରଭାବଶାଳୀ ଗୋଷ୍ଠୀ ସହ ଯୋଗାଯୋଗ କରିବେ। ସେଥିପାଇଁ ନଡ୍ଡା ସମସ୍ତ ରାଜ୍ୟଗୁଡିକୁ A,B,Cଏବଂ D ପରି 4ଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। A ହେଉଛି ସେହି ରାଜ୍ୟ ଯେଉଁଠାରେ ବିଜେପି ତାର ସହଯୋଗୀମାନଙ୍କ ସହ ମିଳିତ ଭାବେ ଅଛି। ଏଥିରେ ନାଗାଲାଣ୍ଡ, ବିହାର, କର୍ଣ୍ଣାଟକ, ତ୍ରିପୁରା ଇତ୍ୟାଦି ରାଜ୍ୟ ଅନ୍ତର୍ଭୁକ୍ତ। B ବର୍ଗ ହେଉଛି ସେହି ରାଜ୍ୟଗୁଡିକୁ ଯେଉଁଠାରେ ବିଜେପି ଶାସନରେ ନାହିଁ। ଯେପରି କି ରାଜସ୍ଥାନ, ଛତିଶଗଡ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ଏବଂ ଓଡିଶା।

C ହେଉଛି ଛୋଟ ରାଜ୍ୟଗୁଡିକ, ଯେପରିକି ଲକ୍ଷାଦୀପ, ମେଘାଳୟ ଏବଂ ମିଜୋରାମ। D ଶ୍ରେଣୀ ହେଉଛି କେରଳ, ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ ଏବଂ ତାମିଲନାଡୁ ଭଳି ନିର୍ବାଚନ ଭିତ୍ତିକ ରାଜ୍ୟ। C ବର୍ଗର ରାଜ୍ୟଗୁଡିକରେ ନଡ୍ଡା ମାତ୍ର ଦୁଇଦିନ ରହି ପ୍ରଚାର କରିବେ। ହେଲେ ଉତ୍ତର ପ୍ରଦେଶରେ ସର୍ବାଧିକ ଆଠ ଦିନ ରହଣି ରହିଛି। ନଡ୍ଡାଙ୍କ ଏହି ଗସ୍ତ କେବେ ଆରମ୍ଭ କରିବେ ତାହା ଘୋଷଣା କରାଯାଇ ନ ତିଲେ ମଧ୍ୟ ତା ପୂର୍ବରୁ ବିଭିନ୍ନ ରାଜ୍ୟର ପ୍ରଭାରୀଙ୍କୁ ବଦଳାଯାଇଛି। ଏଥିସହିତ ନିକଟରେ ପଶ୍ଚିମବଂଗରେ ଦଳ ପ୍ରଚାର ଆରମ୍ଭ କରିସାରିଲାଣି।

ଜେ ପି ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.