ନୂଆଦିଲ୍ଲୀ : ଆମେ ସମସ୍ତେ ଚତୁର କୁଆ ଗପ ନିଶ୍ଚୟ ଶୁଣିଛେ । ତୃଷ୍ଣାରେ ଆତୁର କୁଆଟି ନିଜ ଶୋଷ ମେଣ୍ଟାଇବା ପାଇଁ ମାଟି ହାଣ୍ଡିରେ କେମିତି ଗୋଡି ପକାଇ ପାଣି ପିଇଥିଲା ସେଇଟା ଜାଣିଛେ । ତୃଷ୍ଣାର୍ତ୍ତ କୁଆଟି ପାଣି ପାଇ ମାଟି ପାତ୍ରରେ ଗୋଡି ପକାଇ ପାଣି ପିଇଥିଲା । ସାନବେଳେ ଏହି କାହାଣୀଟା ଶୁଣି ଆମେ ସମେସ୍ତ କାଉର ଚତୁରତାକୁ ପ୍ରଶଂସା କରିଥିଲେ । କିନ୍ତୁ ମନରେ ଟିକେ ସନ୍ଦେହ ରହିଥିଲା ସତରେ କୁଆଟି ଏମିତି ଗୋଡି ପକାଇ ପାଣି ପିଇଥିଲା ନା ଏହା କାହାଣୀ । ତେବେ ଏହି କାହାଣୀଟି ଏବେ ପୂରା ସତ୍ୟରେ ପରିଣତ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ଏପରି ଏକ କୁଆର କାହାଣୀ । ସାନବେଳେ ଶୁଣିଥିବା ଚତୁର କୁଆର କାହାଣୀଟି ଏବେ ସତ୍ୟରେ ରୂପାନ୍ତରିତ ହୋଇଛି ।
This crow has a degree in physics. pic.twitter.com/G1rvh4CqET
— Parveen Kaswan, IFS (@ParveenKaswan) November 15, 2020
ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଏକ କୁଆ ନିଜ ଥଣ୍ଟରେ ଛୋଟ ଛୋଟ ଗୋଡି ଆଣି ଏକ ବୋତଲରେ ପକାଉଛି । ଶେଷରେ ପାଣି ପିଉଛି । ଏହି ଭିଡିଓକୁ ସେୟାର କରିଛନ୍ତି ଆଇଏଫ୍ଏସ୍ ଅଧିକାରୀ ପରବୀନ୍ କାଶଓ୍ବାନ୍ । ଏହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।ପରଭିନ୍ ଏହି ଭିଡିଓକୁ ସେୟାର କରିବା ସହ ଲେଖିଛନ୍ତି ଯେ, ଏହି କାଉ ପାଖରେ ପିଜିକ୍ସର ଡିଗ୍ରୀ ରହିଛି । ଲୋକେ ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର କରିବା ସହ ରିଆକ୍ସନ ବି ଦେଉଛନ୍ତି । ନଭେମ୍ବର 15 ତାରିଖରେ ସେୟାର ହୋଇଥିବା ଏହି ଭିଡିଓକୁ ଏଯାବତ୍ ପ୍ରାୟ ଚାରି ଲକ୍ଷ 62 ହଜାରରୁ ଉର୍ଦ୍ଧ୍ବ ଥର ଦେଖିଲେଣି । (ଏଜେନ୍ସି)