
ନୂଆଦିଲ୍ଲୀ, ଗତ 2 ମାସ ମଧ୍ୟରେ କେନ୍ଦ୍ର ସରକାର ଏବଂ ବିଜେପି, କୃଷକଙ୍କ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ। କିନ୍ତୁ ଆନ୍ଦୋଳନକୁ ଦୁର୍ବଳ ହେବା ପରିବର୍ତ୍ତେ ଅଧିକ ତୀବ୍ର ହେବାରେ ଲାଗିଛି। ପଞ୍ଜାବର କୃଷକମାନେ ରେଳ ଟ୍ରାକରେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। ପଞ୍ଜାବରେ ଟ୍ରେନ୍ ଚଳାଚଳ ମାସ ମାସ ଧରି ବନ୍ଦ ରହିଲା। କେନ୍ଦ୍ର ସରକାର ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରି ନ ଥିଲେ। ଏହାକୁ କଂଗ୍ରେସ ଆନ୍ଦୋଳନ ଭାବରେ ଅଣଦେଖା କରିଥିଲେ। ଯେଉଁଥିପାଇଁ ପଞ୍ଜାବ ଚାଷୀଙ୍କ କ୍ରୋଧ ବୃଦ୍ଧି ପାଇଲା।
ଏହି ଆନ୍ଦୋଳନର ନିଆଁ ହରିୟାଣା, ରାଜସ୍ଥାନ ଏବଂ ୟୁପିରେ ମଧ୍ୟ ବ୍ୟାପିବାରେ ଲାଗିଲା। ବିଜେପି ନେତାମାନେ ଚାଷୀଙ୍କ ଯନ୍ତ୍ରଣା ଓ କ୍ରୋଧକୁ ଅଣଦେଖା କରି ଚାଷୀଙ୍କୁ ଥଟ୍ଟା କରିବାକୁ ଚେଷ୍ଟା କରୁଥିଲେ। ଏହାଦ୍ୱାରା ଚାଷୀଙ୍କ କ୍ରୋଧ ବୃଦ୍ଧି ପାଇଲା। ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର କିସାନ ଆନ୍ଦୋଳନକୁ ଖାଲିସ୍ତାନୀ ବୋଲି କହିଲେ। ସୋସିଆଲ ମିଡିଆ ଏହାକୁ କଂଗ୍ରେସ ଏବଂ କମ୍ୟୁନିଷ୍ଟର ଆନ୍ଦୋଳନ ବୋଲି କହି କୃଷକ ଆନ୍ଦୋଳନକୁ ଦୁର୍ବଳ କରିବାକୁ ଚେଷ୍ଟା କଲେ। ଫଳରେ ଆନ୍ଦୋଳନକୁ ଦୁର୍ବଳ କରିବା ଏବଂ ଭାଙ୍ଗିବା ପାଇଁ ବିଜେପି ଏବଂ ସରକାରଙ୍କ ଉଦ୍ୟମ ବିପରୀତ ପ୍ରଭାବ ପକାଇଥିଲା।
ଏସବୁକୁ ଦେଖି ଧିରେ ଧିରେ ଚାଷୀଙ୍କ କ୍ରୋଧ ବଢିବାରେ ଲାଗିଲା। ଆଜି ସମସ୍ତ କୃଷକ କୈଣସି ଭେଦଭାବ ନ କରି ଦିଲ୍ଲୀ ସୀମାରେ ଏକତ୍ରିତ ହୋଇଛନ୍ତି। ଫଳରେ ସରକାରଙ୍କ ବର୍ତ୍ତମାନ ନିଦ ହଜାଯାଇଛି। ଅନୁମାନ କରି ହେଉଛି ବୋଧହୁଏ ପ୍ରଥମ ଥର ପାଇଁ କୃଷକ ଆନ୍ଦୋଳନ ସମ୍ମୁଖରେ ସରକାର ଅସହାୟ ମନେ ହେଉଛନ୍ତି। ତଥାପି ମୋଦୀ ସରକାର ନିଜ ନିଷ୍ପତ୍ତି ବଦଳାଇବାକୁ ପ୍ରସ୍ତୁତ ନୁହଁନ୍ତି।
ବିଗତ ବର୍ଷଗୁଡିକରେ ଦିଲ୍ଲୀରେ ଅନେକ ଆନ୍ଦୋଳନ ଘଟିଛି। ତାମିଲନାଡୁର ଯେପରି କୃଷକ ଆନ୍ଦୋଳନ ହୋଇଥିଲା ତାହା ସହଜରେ କେହି ଭୁଲିପାରିବେ ନାହିଁ। ସୈନିକମାନଙ୍କ ପରିବାର ଜନ୍ତର ମନ୍ତରରେ ଅନେକ ମାସ ଆନ୍ଦୋଳନ କରିଥିଲେ। ନାଗରିକ ବିଲ ନେଇ ଦିଲ୍ଲୀରେ ମାସାଧିକ ସମୟ ଆନ୍ଦୋଳନ ଲାଗିରହିଲା। ଏହିପରି ଶହ ଶହ ଆନ୍ଦୋଳନ ସତ୍ତ୍ବେ ସରକାର ସେମାନଙ୍କ ସହ କଦାପି କଥା ହୋଇ ନାହାଁନ୍ତି।
ବିମୁଦ୍ରୀକରଣ ପରେ ସଂସଦର ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ଯଦି ବିମୁଦ୍ରୀକରଣରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତେ ତେବେ ସେମାନେ ରାସ୍ତାକୁ ଓହ୍ଲାଇ ଥାନ୍ତେ। ସମସ୍ତ ବିରୋଧୀ ଅଭିଯୋଗକୁ ଜେଟଲୀ ଅସ୍ୱୀକାର କରିଥିଲେ। ସେବେଠାରୁ ସରକାର ବିରୋଧୀ ଓ ଜନସାଧାରଣଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ନ ଥିଲେ। ମୋଦୀ ମିଡିଆ ମଧ୍ୟ ସଠିକ୍ କାର୍ଯ୍ୟ କରିଛି। କୃଷକ ଆନ୍ଦୋଳନ ଦୀର୍ଘଦିନ ଧରି ଚାଲିଥିଲେ ମଧ୍ୟ ଗଣମାଧ୍ୟମ ସେସବୁ କଭରେଜ କରିବା ପାଇଁ ଆଖି ବୁଜି ଦେଇଛି। ଦେଶର ଗଣମାଧ୍ୟମକୁ ନିୟନ୍ତ୍ରଣ କରି ମୋଦୀ ସରକାର ବର୍ତ୍ତମାନ ସ୍ବର୍ଗ ସୁଖ ଉପଭୋଗ କରୁଛନ୍ତି।
ବିଗତ ବର୍ଷଗୁଡିକରେ, ଋଣ ଭାର ଯୋଗୁଁ ଲକ୍ଷ ଲକ୍ଷ କୃଷକ ଆତ୍ମହତ୍ୟା କରିଛନ୍ତି। ଲକ୍ଷ ଲକ୍ଷ କୃଷକଙ୍କ ଜମି ବିକ୍ରି କଲେ। ବର୍ତ୍ତମାନ ସେମାନେ ଚାଷ ଛାଡି ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି। ଚାଷୀଙ୍କ ଉତ୍ପାଦନ ସର୍ବନିମ୍ନ ସହାୟତା ମୂଲ୍ୟରେ ବିକ୍ରି ହୁଏ ନାହିଁ। କେବଳ ଅଳ୍ପ ପ୍ରତିଶତ କୃଷକ ସର୍ବନିମ୍ନ ସହାୟତା ମୂଲ୍ୟର ଲାଭ ପାଆନ୍ତି।
କୃଷକଙ୍କ ଫସଲ ବହୁତ କମ୍ ମୂଲ୍ୟରେ ବିକ୍ରି ହୁଏ। ଏସବୁ ଦାବୀ କରି ବର୍ତ୍ତମାନ ଦେଶରେ ପ୍ରଥମ ଥର ପାଇଁ ଚାଷୀ ଆନ୍ଦୋଳନ ଏକ ବାରିଟ ରୂପ ଧାରଣ କରିଛି। ଏହାକୁ ନେଇ ପ୍ରଥମ ଥର ପାଇଁ ମୋଦୀ ସରକାର ଏକ ବିଶ୍ୱସନୀୟତାର ସଙ୍କଟ ଦେଇ ଗତି କରୁଛନ୍ତି। କୃଷକମାନେ ସରକାରଙ୍କ ବିଷୟରେ କିଛି ବିଶ୍ୱାସ କରୁନାହାଁନ୍ତି। ଶତାଧିକ କୃଷକ ସଂଗଠନ କୃଷକ ଆନ୍ଦୋଳନରେ ଏକଜୁଟ ହୋଇଛନ୍ତି। ଏହା ସରକାର ଏବଂ ଏହାର ସମର୍ଥନକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି।
ପ୍ରଥମ ଥର ପାଇଁ ସରକାର ଏବଂ ବିଜେପି ସମସ୍ତ ଶକ୍ତି ପ୍ରୟୋଗ କରି କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ତାହା ସଫଳତା ମଧ୍ୟ ହାସଲ କରିପାରୁ ନାହିଁ। ସରକାର ଚାଷୀଙ୍କ ଉପରେ ବଳ ପ୍ରୟୋଗ କରିବାକୁ ସାହସ କରି ନାହାଁନ୍ତି। ପ୍ରକୃତ ପରିସ୍ଥିତିକୁ ବୁଝିବାକୁ ମଧ୍ୟ ସରକାର ପ୍ରସ୍ତୁତ ନୁହଁନ୍ତି।
ମୋଦୀ ମିଡିଆ ମଧ୍ୟ ସରକାରଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଛି। ସ୍ଥିତିରେ ଉନ୍ନତି ଆଣିବା ପରିବର୍ତ୍ତେ ଏହା ଖରାପ ହେବାରେ ଲାଗିଛି। କରୋନା ଅବଧି ସମୟରେ ଦେଶରେ କେଉଁ ପ୍ରକାରର ଅର୍ଥନୈତିକ ପରିସ୍ଥିତି ରହିଛି, ସେଥିପାଇଁ ସରକାର ସଜାଗ ନାହାଁନ୍ତି। ମୁଦ୍ରାସ୍ଫୀତି ବୃଦ୍ଧି, ବେକାରୀ ଏବଂ ଅର୍ଥନୈତିକ ସଙ୍କଟ ଯୋଗୁଁ ସାଧାରଣ ଲୋକ ସେମାନଙ୍କ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି।