ରୁସ୍ : ରୁସ୍ର ଭାସ୍କୋର୍ଟସ୍ଥାନ୍ର ଏକ ବୃଦ୍ଧାଶ୍ରମରେ 11 ଜଣ ବୟୋଜ୍ୟେଷ୍ଠଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ସମସ୍ତ ବୃଦ୍ଧମାନେ ଚାଲିବୁଲି ପାରୁନଥିବାରୁ ନିଆଁରେ ପୋଡି ହୋଇଯାଇଛନ୍ତି । ସେହିପରି ଏହି ବୃଦ୍ଧାଶ୍ରମର ଘର ବାହାରକୁ ବାହାରିବା ପାଇଁ କୌଣସି ବଡ କବାଟ ନଥିବାରୁ ସେମାନଙ୍କୁ ଝରକା ବାଟେ ବାହାର କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ବ୍ୟୟୋଜ୍ୟେଷ୍ଠଙ୍କୁ ଝରକା ବାଟେ ବାହାର କରିବା ବହୁତ କଷ୍ଟକର ଥିଲା । ତେବେ ସେହି ଘରେ କେତେଜଣ ରହିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ତେବେ ଏନେଇ ଗଭର୍ଣ୍ଣର ଏହି ଘଟଣାସ୍ଥଳରେ ଉପସ୍ଥତି ରହି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୃତ ବୃଦ୍ଧମାନଙ୍କର ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି ।
Tags: