କରୋନାରୁ ସୁସ୍ଥ ହେବା ପରେ ବି  ଶିଶୁଙ୍କଠାରେ ଦେଖିବାକୁ ମିଳୁଛି ଏହି ରୋଗ, ଜାଣନ୍ତୁ କ’ଣ

Published: Dec 18, 2020, 5:09 pm IST

ନୂଆଦିଲ୍ଲୀ : କରୋନାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍‌ନାକୁ ଆସୁଛି। କରୋନା ସଂକ୍ରମିତ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ଠାରେ ଅନ୍ୟ ରୋଗ ଦେଖିବାକୁ ମିଳୁଛି । ପୂର୍ବରୁ କରୋନାରୁ ସୁସ୍ଥଙ୍କଠାରେ ଫଙ୍ଗଲ୍‌ ଇନ୍‌ଫେକ୍ସନ ଦେଖିବାକୁ ମିଳୁଥିବାବେଳେ ଏବେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍‌ନାକୁ ଆସିଛି । ଏବେ କରୋନା ସଂକ୍ରମିତ ଶିଶୁ ଭଲ ହେବା ପରେ ମଧ୍ୟ ତାଙ୍କ ଠାରେ ପାରାଲିସିସ୍‌ ଆଟାକ୍‌ ଭଳି ସମସ୍ୟା ଦେଖାଯାଉଥିବା ଜଣାପଡ଼ିଛି।

ମେଞ୍ଚଷ୍ଟର ୟୁନିଭର୍ସିଟିର ଗବେଷଣା ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଛି। 8ଟି ଦେଶର 98 ଶିଶୁଙ୍କ ଉପରେ ହୋଇଥିବା ଏହି ଗବେଷଣାରୁ ଏହି ସୂଚନା ମିଳିଛି। 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଠାରେ ୟୁରୋଲୋଜିକାଲ ଷ୍ଟଡି କରିଥିଲେ। ଏଥିରେ ଫ୍ରାନ୍ସ, ଆମେରିକା, ୟୁକେ, ବ୍ରାଜିଲ୍‌, ଆର୍ଜେଣ୍ଟିନା, ଭାରତ, ପେରୁ ଓ ସାଉଦଆରବ ଭଳି ଦେଶର ପିଲାଙ୍କ ଉପରେ ଗବେଷଣା କରାଯାଇଥିଲା। 38 ଜଣ ଶିଶୁଙ୍କ ମଧ୍ୟରୁ ଦୁଇଜଣ ଶିଶୁ କରୋନା ସଂକ୍ରମଣରୁ ଭଲ ହେବା ପରେ ମଧ୍ୟ ପାରାଲିସ୍‌ସ୍‌ ଆଟାକ୍‌ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହି ଶିଶୁଙ୍କର କରୋନା ସଂକ୍ରମଣ ମେରୁଦାଣ୍ଡ ହାଡରେ ପହଞ୍ଚିଥିବାର ସୂଚନା ରହିଛି। ତେବେ କରୋନାକୁ ନେଇ ସତର୍କ ରହିବା ନିତାନ୍ତ ଆବଶ୍ୟକ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।(ଏଜେନ୍ସି)

Related posts