ପାକିସ୍ଥାନୀ ସେନା ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ନବାବ ସରିଫ

Published: Mar 12, 2021, 1:20 pm IST

ଇସ୍ଲାମବାଦ: ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଵାଜ ସରିଫ ନିଜ ଦେଶର ସେନା ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ନଵାଜ ସରିଫ ଟ୍ଵିଟରେ ଏକ ଭିଡ଼ିଓ ଜାରି କରି କହିଛନ୍ତି ଯେ, ପାକିସ୍ଥାନୀ ସେନା ପକ୍ଷରୁ ତାଙ୍କ ଝିଅ ମରିୟମ ନଵାଜଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଉଛି।

ଯଦି ମରିୟମର କିଛି କ୍ଷତି ହୁଏ, ତେବେ ସେଥିପାଇଁ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସେନା ମୁଖ୍ୟ ଜାଭେଦ ବାଜବା, ଆଇଏସଆଇ ମୁଖ୍ୟ ଜେନେରାଲ ଫୟଜ ହାମିଦ ଏବଂ ଜେନେରାଲ ଇରଫାନ ମଲିକ ଦାୟୀ ରହିବେ ବୋଲି ସେ କହିଛନ୍ତି।

ଇମ୍ରାନ ଖାନ ପାକିସ୍ଥାନ ସଂସଦରେ ଯେଉଁ ଆସ୍ଥା ଭୋଟରେ ଜିତିଥିଲେ, ତାହା ଘୋଟାଲା ଥିଲା ବୋଲି ନବାବ ସରିଫ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ଥାନ ସେନା ଇମ୍ରାନ ଖାନକୁ ବଳପୂର୍ବକ ପ୍ରଧାନମନ୍ତ୍ରୀ ଆସନରେ ବସାଇ ଦେଶର ବର୍ବଦା ଆଡକୁ ଠେଲି ଦେଇଛି।

ସେହିପରି ପାକିସ୍ଥାନ ମୁସଲିମ ଲିଗର ଉପସଭାପତି ତଥା ନବାବ ସରିଫଙ୍କ ଝିଅ ମରିୟମ ମଧ୍ୟ ଏକ ଟ୍ବିଟ କରି ଅଭିଯୋଗ କରିଛନ୍ତି। ମରିୟମଙ୍କ ଅଭିଯୋଗ ମୁତାବକ, ତାଙ୍କୁ କେବଳ ଧମକ ଦିଆଯାଉନହିଁ, ତାଙ୍କ ଉପରେ ଅପମାନଜନକ ଭାଷା ମଧ୍ୟ ପ୍ରୟୋଗ କରାଯାଉଛି।

Related posts