
ନୂଆଦିଲ୍ଲୀ: ଆଫଗାନିସ୍ତାନର ପରିବର୍ତ୍ତିତ ପରିସ୍ଥିତି ମଧ୍ୟରେ ପ୍ରଥମ ଥର ପାଇଁ ସରକାରୀସ୍ତରୀୟ ଆଜି ଦୋହା ଠାରେ ଭାରତ ଏବଂ ତାଲିବାନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏହି ସୂଚନା ଭାରତ ସରକାର ପ୍ରଦାନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, କତାରର ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଲିବାନ ନେତା ଏସ ଏମ ଆବ୍ବାସ ସ୍ତାନିକଜାଇ ସହିତ ସାକ୍ଷାତ ହୋଇଛି। ଏହି ସମୟରେ ଭାରତୀୟମାନଙ୍କର ସୁରକ୍ଷା ଏବଂ ସ୍ଵଦେଶ ଫେରିବା ବିଷୟରେ ଆଲୋଚନା କରାଯାଇଛି।
ତାଲିବାନ ପକ୍ଷରୁ ଅନୁରୋଧ ପରେ ଦୋହାସ୍ଥିତ ଭାରତୀୟ ଦୂତାବାସରେ ଏହି ବୈଠକ ଅନୁଷ୍ଠିତ ହୋଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।
ଆତଙ୍କବାଦକୁ ସମର୍ଥନ କରୁଥିବା କୌଣସି କାର୍ଯ୍ୟକଳାପକୁ ଆଫଗାନିସ୍ତାନର ମାଟିରୁ ସମର୍ଥନ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ତାଲିବାନର ନେତା ଭାରତୀୟ ରାଷ୍ଟ୍ରଦୂତ ମିତ୍ତଲଙ୍କୁ ଏକ ସକାରାତ୍ମକ ଢଙ୍ଗରେ ସମାଧାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ଆଫଗାନିସ୍ତାନରୁ ଆସିଥିବା ଆମେରିକୀୟ ସୈନ୍ୟମାନେ ଅଗଷ୍ଟ ୩୧ ତାରିଖର ସମୟସୀମା ପୂର୍ବରୁ କାବୁଲ ଛାଡି ସାରିଛନ୍ତି। ତାଲିବାନ ଦ୍ୱାରା ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରାଯାଇଛି। ଏଭଳି ପରିସ୍ଥିତିରେ ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସମେତ ଅନେକ ପ୍ରସଙ୍ଗ ରହିଛି, ଯାହା ବିଷୟରେ ସରକାର ଅତ୍ୟନ୍ତ ଗମ୍ଭୀର।