ମାଟି ଖୋଳୁ ଖୋଳୁ ମିଳିଲା 45 କିଲୋଗ୍ରାମର ପ୍ରାଚୀନ ମୁଦ୍ରା, ଲୋକେ ହେଲେ ଆଶ୍ଚର୍ଯ୍ୟ

Published: Sep 11, 2021, 1:36 pm IST

Ancient Coin: ଏକ କୋଠା ନିର୍ମାଣ ପାଇଁ ପୋତା ଖୋଳିବା ବେଳେ ମାଟି ତଳୁ ମିଳିଛି ପର୍ଯ୍ୟାପ୍ତ ମୁଦ୍ରା। ଏହାର ଓଜନ ପାଖାପଖି 450 କିଲୋଗ୍ରାମ ବୋଲି ଜଣାପଡିଛି। ଏହା ଉତ୍ତର-ପଶ୍ଚିମ ଚୀନର ଶାନସି ପ୍ରଦେଶର ୱେନାନର ବାଇସୁଇ ଜିଲ୍ଲାର ଏକ ନିର୍ମାଣ ସ୍ଥଳରୁ ମିଳିଛି। ପ୍ରତ୍ନତତ୍ତ୍ୱବିତ୍ କହିଛନ୍ତି ଯେ ଅଧିକାଂଶ ମୁଦ୍ରା ସଙ୍ଗ୍ ରାଜବଂଶର ଯାହା 960-1279 ଶତାଦ୍ଧୀର ବୋଲି ଅନୁମାନ କରାଯାଉଛି।

ସେହିପିର ଚୀନ ବାଇସୁଇ ସାଂସ୍କୃତିକ କେନ୍ଦ୍ର ନିର୍ଦ୍ଦେଶକ ଜାଓଙ୍ଗଫେଙ୍ଗ କହିଛନ୍ତି ଯେ ନଭେମ୍ବର 9 ତାରିଖ ଦିନ ପ୍ରାୟ 11 ଟା ସମୟରେ ପୋଲିସକୁ ଏହି ମୁଦ୍ରା ସଂପର୍କରେ ସୂଚନା ମିଳିଥିଲା। ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଏହାର ଖନନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ପ୍ରତ୍ନତତ୍ତ୍ୱବିତ୍ମାନେ ଉକ୍ତ ସ୍ଥାନରେ ପହଞ୍ଚି ପ୍ରାୟ 460 କିଲୋଗ୍ରାମ ଓଜନର ପ୍ରାୟ ଏକ ଲକ୍ଷ ମୁଦ୍ରା ସଂଗ୍ରହ କରିଥିଲେ। କିଛି ମୁଦ୍ରା ତାଙ୍ଗ ରାଜବଂଶ (618-907) ର ଆରମ୍ଭ ହୋଇ ସଙ୍ଗ୍ ରାଜବଂଶ ସମୟର ବୋଲି ଜଣାପଡିଛି। ଏ ନେଇ ଅଧିକ ଅନୁସନ୍ଧାନ ଚାଲିଛି।

Related posts