Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସମ୍ ଅଲ୍ଟିମେଟ ମେଡିକେୟାରରେ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର
ଅନ୍ତରାଷ୍ଟ୍ରୀୟ

ସମ୍ ଅଲ୍ଟିମେଟ ମେଡିକେୟାରରେ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର

December 3, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ରେ ଏକ ବିରଳ ସ୍କଲବେସ୍ ବ୍ୟାଧିରେ ପୀଡ଼ିତ ଥିବା ଇରାକର ଜଣେ ନାଗରିକଙ୍କର ସଫଳତାର ସହ ଅସ୍ତ୍ରୋପଚାର କରାଯିବା ପରେ ସେ ସୁସ୍ଥତା ଲାଭ କରିଛନ୍ତି। ଉନ୍ନତମାନର ଚିକିତ୍ସା, ଅତ୍ୟାଧୁନିକ ମେଡିକାଲ୍  ଭିତିଭୂମୀ, ସୁବିଧା ସୁଯୋଗ ଓ ପାରଦର୍ଶିତା ଯୋଗୁଁ ଓଡ଼ିଶାରେ ସମ୍ମମ୍ ଚିକିତ୍ସା ପର୍ଯ୍ୟଟନର ନୂଆ ସମ୍ଭାବନା ସୃଷ୍ଟି କରିଛି।

ଇରାକ ବାସିନ୍ଦା ୭୭ ବର୍ଷୀୟ ହାସୁନ୍ ଓଏଦ୍ ଓଗ୍ଲା ଅଲ୍‌-ସାଦାୱି ସେଂଟ୍ରାଲ୍ ସ୍କଲ୍‌ବେସ୍  ଓଷ୍ଟିଓମାଇଲାଇଟିସ ବ୍ୟାଧିରେ ପୀଡ଼ିତ ଥିବା ବେଳେ ତାଙ୍କ ଦେଶରେ ଏହି ଚିକିତ୍ସାର ସୁବିଧା ନ ଥିବାରୁ ତାଙ୍କ ପରିବାର ଭାରତରେ ତାଙ୍କର ଚିକିତ୍ସା କରାଇବା ପାଇଁ ଚାହିଁଥିଲେ। ଭାରତରେ ସବୁଠାରୁ ଭଲ ଚିକିତ୍ସା ସୁବିଧା ପାଇବା ନିମନ୍ତେ ସେମାନେ ଶେଷରେ ସମ୍  ଅଲ୍ଟିମେଟ୍ ମେଡିକେୟାରରେ ଚିକିତ୍ସା କରାଇବାର ନିଷ୍ପତି ନେଇ ରୋଗୀଙ୍କୁ ଧରି ଭୁବନେଶ୍ୱର ଆସିବାର ନିଷ୍ପତି ନେଇଥିଲେ।

ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ସହ ଅଲ୍‌-ସାଦାୱିଙ୍କର ବ୍ୟାଧି ସମ୍ପର୍କରେ ଆଲୋଚନା କରିବା ପରେ ତାଙ୍କ ପରିବାର ରୋଗୀଙ୍କ ସହ ଭୁବନେଶ୍ୱରରେ ପହଂଚିଥିଲେ ବୋଲି ଡାକ୍ତର ସାହୁ ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ପହଂଚିବା ପରେ ହସ୍ପିଟାଲ୍‌ର ଟିମ୍ ତାଙ୍କୁ ସ୍ୱାଗତ କରି ଆଣିବା ସହ ସମ୍ମମ୍‌ରେ ଭର୍ତି କରାଇଥିଲେ। କିଛି ପରୀକ୍ଷା କରାଯିବା ପରେ ଇରାକ୍‌ରେ କରାଯାଇଥିବା ଚିକିତ୍ସା ସହ ଅଲ୍‌-ସାଦାୱିଙ୍କର ବ୍ୟାଧିର ସାମଞ୍ଜସ୍ୟ ଥିବା ଜଣାପଡ଼ିଥିଲା। ସମସ୍ତ ପରୀକ୍ଷା
ନିରୀକ୍ଷା ପରେ ଅପରେସନ୍ ପାଇଁ ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି। ଯଦିଓ ହାସୁନ୍‌ଙ୍କର ଏହି ସର୍ଜରୀ ଖୁବ୍ ଜଟିଳ ଥିଲା ତେବେ ସଫଳତାର ସହ ଏହାକୁ ସମ୍ପନ୍ନ କରାଯାଇଥିଲା।

ଏହି ସର୍ଜରୀରେ ନ୍ୟୁରୋଆନେସ୍‌ଥେସିଷ୍ଟ ଡାକ୍ତର ପ୍ରଶାନ୍ତ ବେହେରାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେହିପରି କ୍ରିଟିକାଲ୍ କେୟାର ମେଡିସିନ୍‌ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ଅଭିଜିତ ରାହା ଅସ୍ତ୍ରୋପଚାର ସମୟରେ ସମସ୍ତ ସହଯୋଗ କରିବା ସହ ଆଇସିୟୁରେ ରୋଗୀ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ତତ୍ୱାବଧାନ କରିଥିଲେ। ୮ ଦିନ ପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ଯେ ସେଂଟ୍ରାଲ୍ ସ୍କଲ୍‌ବେସ୍‌ ଓଷ୍ଟିଓମାଇଲାଇଟିସ୍ ଏକ ଅସାଧାରଣ ବ୍ୟାଧି ଯାହାକି ସାଧାରଣତଃ କାନ ସଂକ୍ରମଣରୁ ଆରମ୍ଭ ହୋଇ କାନ ସହିତ ସଂପୃକ୍ତ ହାଡକୁ ସଂକ୍ରମିତ କରି ପରବର୍ତୀ ସମୟରେ ଅସ୍ଥିମଜ୍ଜାକୁ ବ୍ୟାପି ଥାଏ। ଏହା ଧୀରେ ଧୀରେ ସ୍ପେନଏଡ ବୋନ୍‌, ଖପୁରୀର ପଛପଟ ହାଡ ଏବଂ କ୍ଲିଭସ୍‌ରେ ସଂକ୍ରମଣ କରିଥାଏ। ଏହା ମୁଖ୍ୟତଃ ବ୍ୟାକ୍ଟେରିଆ କିମ୍ବା ଫଙ୍ଗସ୍ ଦ୍ୱାରା ଅତ୍ୟଧିକ ମଧୁମେହ ଥିବା ବ୍ୟକ୍ତି ଏବଂ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ନିକଟରେ ଦେଖାଦେଇଥାଏ।

ଏହି ଅବସ୍ଥା ଶୀଘ୍ର ଜଣାପଡିଲେ ଚିକିତ୍ସା କରାଯାଇପାରେ। ଚିକିତ୍ସା ନ କଲେ ଏହା ଜଟିଳ ଅବସ୍ଥା ସୃଷ୍ଟି କରିବା ସହ ମୃତ୍ୟୁ ମଧ୍ୟ ଘଟାଇପାରେ ବୋଲି ଡାକ୍ତର ସାହୁ କହିଛନ୍ତି। ଏହି ଇରାକୀ ରୋଗୀ ଜଣକ ପ୍ରଥମେ କରୋନା ସଂକ୍ରମିତ ହେବା ପରେ ସେଥିରୁ ସୁସ୍ଥ ହୋଇଥିଲେ ମାତ୍ର ପରବର୍ତୀ ସମୟରେ କାନରେ ସଂକ୍ରମଣ ହୋଇ ତାଙ୍କ ଅବସ୍ଥା ଏପରି ହୋଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ଜଣେ ଅନୁବାଦକଙ୍କ ମାଧ୍ୟମରେ ଅଲ୍‌-ସାଦାୱିଙ୍କ ପୁଅ ସଲ୍‌ମାନ୍ ହାସୁନ୍ ଓୱେଦ୍ କହିଛନ୍ତି ଯେ ତାଙ୍କ ପିତା ସମ୍ମମ୍‌ରେ ଖୁବ୍ ଉତ୍ତମ ଚିକିତ୍ସା ପାଇପାରିଛନ୍ତି। ଡାକ୍ତର ଏବଂ ଡାକ୍ତରଖାନାର କର୍ମଚାରୀମାନେ ଉଚ୍ଚକୋଟୀର ଚିକିତ୍ସା ଏବଂ ସେବା ପ୍ରଦାନ କରିଛନ୍ତି। ମାନବୀୟ ସ୍ପର୍ଶ ସହ ନୈତିକତାର ସହ ଚିକିତ୍ସା ପାଇଥିବା ଆମେ ଅନୁଭବ କଲୁ ବୋଲି ଓୱେଦ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସମ୍ମମ୍‌ର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ଡାକ୍ତର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ପୂର୍ବରୁ ଉତ୍ତମ ଚିକିତ୍ସା ନିମନ୍ତେ ଓଡ଼ିଶାର ଲୋକମାନେ ରାଜ୍ୟ ବାହାରକୁ ଯାଉଥିଲେ।

ତଥ୍ୟ ଅନୁଯାୟୀ ୨୦୧୯ରେ ୬.୯ ଲକ୍ଷ ବିଦେଶୀ ରୋଗୀ ଚିକିତ୍ସା ନିମନ୍ତେ ଭାରତକୁ ଆସିଥିବା ବେଳେ ସେମାନେ ପ୍ରାୟତଃ ମୁମ୍ବାଇ, ଦିଲ୍ଲୀ ଏବଂ ବେଙ୍ଗାଲୁରକୁ ଚୟନ କରିଥିଲେ।
ତାଙ୍କ ମଧ୍ୟରୁ କେହି ବି ଓଡ଼ିଶାକୁ ଆସି ନଥିଲେ। ଆମେ ଅନୁମାନ କରୁଛୁ ଯେ ଅନ୍ୟ ଦେଶରୁ ପ୍ରଥମ ଥର ପାଇଁ ଜଣେ ରୋଗୀ ଉନ୍ନତମାନର ଚିକିତ୍ସା ନିମନ୍ତେ ଓଡ଼ିଶାକୁ ଆସିଛନ୍ତି। ମେଡିକାଲ୍ ଭିସା ନେଇ ଚିକିତ୍ସା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ବିଦେଶରୁ ରୋଗୀ ଆସିବା ଖୁବ୍ ବଡ଼ କଥା ବୋଲି ସେ କହିଛନ୍ତି।

ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କର ଏକ ସ୍ୱପ୍ନ ଥିଲା। ଏହା ଏବେ ପୂରଣ ହେବାକୁ ଯାଉଛି। ପ୍ରଫେସର ନାୟକଙ୍କର ଏହି ସ୍ୱପ୍ନକୁ ସାକାର କରିବାରେ ସମ୍ମମ୍‌ର ସଂପୂର୍ଣ୍ଣ ଟିମ୍‌ ଅପ୍ରାଣ ଉଦ୍ୟମ କରିଛନ୍ତି।

ଡାକ୍ତର ସାହୁ ଏହି ସର୍ଜରୀକୁ ସଫଳତା ଓ ଦୃଢ଼ତାର ସହ ସଂପନ୍ନ କରିଛନ୍ତି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଆମର କ୍ଷମତା ଓ ପାରଦର୍ଶିତା ସ୍ପଷ୍ଟ ପରିଲକ୍ଷିତ ହୋଇଛି ବୋଲି ଡଃ ଦାଶ କହିଛନ୍ତି। ଓଡ଼ିଶା, ଭୁବନେଶ୍ୱରରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଚିକିତ୍ସା ପର୍ଯ୍ୟଟନର ନୂଆ ଦିଗ ଉନ୍ମୁକ୍ତ କରି ସଫଳତାର ଅନେକ ସିଢ଼ି ଚଢ଼ିବାର ଚେଷ୍ଟା ଜାରି ରଖିଥିବା ସିଇଓ ଡଃ ଦାଶ କହିଛନ୍ତି।

ଆର୍ନ୍ତଜାତିକ ରୋଗୀମାନଙ୍କ ନିମନ୍ତେ ସମ୍ମମ୍ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ୱିଙ୍ଗ ଆରମ୍ଭ କରିବାକୁ ଯାଉଛି। ଏହା ଦ୍ୱାରା ଚିକିତ୍ସା ପର୍ଯ୍ୟଟନର ସୁବିଧା ଉପଲବ୍ଧ ହୋଇପାରିବ। ଆମେ ଉତମ ଧରଣର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛୁ ଏବଂ ଯାହା ସମ୍ଭବ ନୁହେଁ ତାହା ମଧ୍ୟ ସମ୍ଭବ କରିବାକୁ ନିରନ୍ତର ଚେଷ୍ଟା ଜାରି ରଖିଛୁ ବୋଲି ଡାକ୍ତର ଦାଶ କହିଛନ୍ତି। “ଏହି ଆର୍ନ୍ତଜାତିକ ରୋଗୀଙ୍କର ସଫଳ ଚିକିତ୍ସା ଏକ ନୂଆ ଦିଗ ଉନ୍ମୁକ୍ତ କରିଛି ଏବଂ ମୁଁ ଆଶାବାଦୀ ଯେ ଆମର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି, ୩୦ଟି ମେଡିକାଲ୍ ସ୍ପେଶିଆଲିଟିରେ ପାରଦର୍ଶିତା, ଅତ୍ୟାଧୁନିକ ମେଡିକାଲ୍ ଟେକ୍ନୋଲୋଜି ସହିତ ଆରାମଦାୟକ ପରିବେଶକୁ ଆଧାର କରିଆମେ ଉତମଧରଣର ଚିକିତ୍ସା ପ୍ରଦାନ କରିବା ସହ ଭୁବନେଶ୍ୱରକୁ ଏକ ଚିକିତ୍ସା ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିପାରିବୁ ବୋଲି ସେ କହିଛନ୍ତି।

ଓଡ଼ିଶାରେ ଚିକିତ୍ସାର ଆଉ ଏକ ଦିଗ ହେଉଛି କମ୍ ମୂଲ୍ୟ, ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓ ଆର୍ନ୍ତଜାତିକ ସ୍ତରର ସୁବିଧା। ତେଣୁ ଚିକିତ୍ସା ପର୍ଯ୍ୟଟନ ଦ୍ୱାରା କେବଳ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ହେବ ନାହିଁ ବରଂ ଓଡ଼ିଶାର ସଂସ୍କୃତି ଏବ ପର୍ଯ୍ୟଟନ ମଧ୍ୟ ଅନ୍ୟ ଦେଶରେ ପହଂଚିପାରିବ ବୋଲି ଡାକ୍ତର ସାହୁ କହିଥିଲେ।

ସମ୍ମମ୍‌ରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଭୁବନେଶ୍ୱର ଖୁବ୍ ଶୀଘ୍ର ଚିକିତ୍ସା ପର୍ଯ୍ୟଟନ କ୍ଷେତ୍ରରେ ଆଗାମୀ ଦିନରେ ନିଜ ସ୍ଥାନ ହାସଲ କରିବ ବୋଲି ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ ଡଃ ବିରାଜ ମୋହନ ମିଶ୍ର
କହିଥିଲେ।

ଇରାକୀ ନାଗରିକ ସଫଳ ଅସ୍ତ୍ରୋପଚାର ସମ୍ ଅଲ୍ଟିମେଟ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025
Latest News

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.