Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ତିନି ମିନିଟ୍‌ରେ ୨୦୪ ଥର ନିଷ୍ଟାଇକ୍ କରି ପାକିସ୍ତାନ ରେକର୍ଡ଼ ଭାଙ୍ଗିଲେ ଓଡ଼ିଆପୁଅ ସଚିନ
ଅନ୍ତରାଷ୍ଟ୍ରୀୟ

ତିନି ମିନିଟ୍‌ରେ ୨୦୪ ଥର ନିଷ୍ଟାଇକ୍ କରି ପାକିସ୍ତାନ ରେକର୍ଡ଼ ଭାଙ୍ଗିଲେ ଓଡ଼ିଆପୁଅ ସଚିନ

January 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଗିନିଜ ବୁକରେ ଆଉ ଏକ ନୂତନ ରେକର୍ଡ଼ ସ୍ଥାପନ କରି ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛନ୍ତି। ପୂର୍ବରୁ ସଚିନ ଗୋଟିଏ ମିନିଟ୍ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିଥିବା ନୂଆପଡ଼ାର ଏହି ଦୁଃସାହସିକ କ୍ରୀଡ଼ାବିତ ସଚିନ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ନିଷ୍ଟାଇକକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ୍ ବୁକ୍ ରେକର୍ଡ଼ ସ୍ଥାପନ କରିଛନ୍ତି।

ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଜିଲ୍ଲା ଆଥଲେଟିକ୍ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ଓଲିଉଡ଼ କଳାକାର ଅଖିଳେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସଚିନଙ୍କୁ ଉତ୍ସାହିତ କରିଥିଲେ।

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁତ୍ର ସଚିନ ବେହେରା ନିଜ ଗ୍ରାମରେ ଥିବା ସ୍କୁଲ୍‌ରେ ଅଧ୍ୟୟନ କରୁଥିଲେ। ସେଠାରେ ଉତ୍ତମ ଶିକ୍ଷାର ସୁବିଧା ନଥିବାରୁ ସଚିନଙ୍କ ପିତା ତାଙ୍କୁ କଳାହାଣ୍ଡିର କେସିଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନାମ ଲେଖାଇଥିଲେ। ସେଠାରେ ସଚିନ ହଷ୍ଟେଲ ରହି ଅଧ୍ୟୟନ କରିଥିଲେ। ସ୍କୁଲ ଶିକ୍ଷା ସମାପ୍ତ କରି ଉଚ୍ଚଶିକ୍ଷା ହାସଲ କରିବା ପାଇଁ ସଚିନ ଭୁବନେଶ୍ୱରସ୍ଥିତ ନବଜ୍ୟୋତି ଯୁକ୍ତଦୁଇ କଲେଜରେ ଶିକ୍ଷାଦାନ କରୁଥିଲେ। ଏବେ ସେ ଭୁବନେଶ୍ୱରର ହାଇଟେକ କଲେଜ ଅଫ୍ ଫିଜିଓଥେରାପିରେ ଇଣ୍ଡନସିପ୍ କରୁଛନ୍ତି। ପିଲାଟି ଦିନରୁ କ୍ରୀଡ଼ା ପ୍ରତି ତାଙ୍କର ଆଗ୍ରହ ଥିଲା। ଏଥିପ୍ରତି ସେ କଠିନ ପରିଶ୍ରମ କରୁଥିଲେ।

ପ୍ରଥମେ ସେ ୧୦୦ ମିଟର ଧାବକ ଭାବରେ ପରିିଚିତ ଥିଲେ। ପୂର୍ବରୁ ପ୍ରଶିକ୍ଷକ ସତ୍ୟପୀର ପ୍ରଧାନଙ୍କ ତତ୍ତ୍ୱାବଧାନରେ ନିଷ୍ଟାଇକ ଭାବେ ସଚିନ ଗିନିଜ ବୁକରେ ନିଜ ନାମ ଲିପବଦ୍ଧ କରିଥିଲେ। ଖାଲି ସେତିକି ନୁହେଁ ସଚିନଙ୍କ ଇଚ୍ଛା ଥିଲା ସେ ଆଣ୍ଠୁ ପ୍ରଘାତରେ ବିଶ୍ୱରେକର୍ଡ଼ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିବେ। ସେଥିପାଇଁ ସଚିନ ଦିନକୁ ୧୦ଘଣ୍ଟାର କଠିନ ପରିଶ୍ରମ କରୁଥିଲେ ଏବଂ ଦୀର୍ଘ ଚାରିମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ନିଜ ନାମ ଗିନିଜ ବୁକରେ ଲିପିବଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି।

ଭୁବନେଶ୍ୱରଠାରେ ଆୟୋଜିତ ଏକ ସମାବେଶରେ ସଚିନ ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ମାତ୍ର ୩ ମିନିଟ୍‌ରେ ୨୦୪ ଥର ଆଣ୍ଠୁ ପ୍ରଘାତ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ରେକର୍ଡ଼କୁ ଭାଙ୍ଗି ନିଜ ନାମରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ହାଇଟେକର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ନବଜ୍ୟୋତି ଜୁନିୟର ସାଇନ୍ସ କଲେଜର ଅଧ୍ୟକ୍ଷ ଶାନ୍ତନୁ ମହାପାତ୍ରଙ୍କୁ ସଚିନ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ସଚିନ ସମସ୍ତ ସଫଳତାକୁ ପିତାମାତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଏକ୍ସପୋର୍ଟ ୱିଟନେସ୍ ଭାବରେ ସୌମ୍ୟରଞ୍ଜନ ଦାସ, ସନ୍ଦିପ ମହାନ୍ତି, କିକ୍‌ପ୍ୟାଡ଼ କିପର ଅମନ ପାଣ୍ଡେ, ଟାଇମ୍ କିପର ଗୁରୁପ୍ରସାଦ ପଟ୍ଟନାୟକ, ସସ୍ମିତା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଆପୁଅ ସଚିନ ସଚିନ ବେହେରା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା: ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

February 19, 2026

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026
Latest News

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା: ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

February 19, 2026

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.