
ନ୍ୟୁୟର୍କ: ଉତ୍ତରପ୍ରଦେଶରେ ନିର୍ମିତ ଅତର ନ୍ୟୁୟର୍କରେ ଲଞ୍ଚ କରାଯାଇଛି। ସୂଚନାନୁସାରେ, ଏହି ଅତର କନ୍ନୌଜ ଜିଲ୍ଲାରେ ତିଆରି ହୋଇଛି। ଯାହାକୁ ବର୍ତ୍ତମାନ ଆମେରିକାର ଲୋକମାନେ ବ୍ୟବହାର କରିପାରିବେ। ନ୍ୟୁୟର୍କରେ ଥିବା ଭାରତର ମହାବାଣିଜ୍ୟ ଦୂତାବାସ ରଣଧୀର ଜୟସ୍ଵାଲ ଏହାକୁ “ଭାଲେଣ୍ଟାଇନ୍ସ ଡେ” ଅବସରରେ “ଆଜାଦୀ କା ଅମୃତ ମହୋତ୍ସବ” ଇଭେଣ୍ଟରେ “ମେଡ୍ ଇନ୍ ଇଣ୍ଡିଆ” ଅତର ଭାବରେ ଲଞ୍ଚ କରିଛନ୍ତି।
ଭାରତୀୟ ଦୂତାବାସ ରଣଧୀର ଜୟସ୍ଵାଲ କହିଛନ୍ତି ଯେ, ନ୍ୟୁୟର୍କରେ କନ୍ନୋଜ ଜିଲ୍ଲାରୁ ନିର୍ମିତ ଅତର ପ୍ରଥମ ଥର ପାଇଁ ଏଠାରେ ଆରମ୍ଭ ହୋଇଛି। ଅତର ନିର୍ମାତା ଜିଘାରାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସ୍ଵପ୍ନିଲ ପାଠକ ଶର୍ମା କହିଛନ୍ତି ଯେ, ନ୍ୟୁୟର୍କରେ ଭାରତୀୟ ସୁଗନ୍ଧିତ ଦ୍ରବ୍ୟ ଲଞ୍ଚ କରିବା ଏକ ଗୌରବର ବିଷୟ। ସେ କହିଛନ୍ତି ଯେ, ତାଙ୍କ ସହରକୁ ବୈଶିକ ସ୍ତରରେ ଉପସ୍ଥାପନ କରିବା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ।
କମ୍ପାନୀର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଜିଘାରାନାର ଏହି ନୂତନ ସୁଗନ୍ଧିତ “ବିକାଶ ଖାନ୍ନା” ରେ ଲବଙ୍ଗ, ଜାଇଫଳ, ଗୁଜୁରାତି, ଜସ୍ମିନ୍, ଗୋଲାପ ଏବଂ ଚନ୍ଦନ କାଠର ମିଶ୍ରଣ ଯାହାକି ବହୁ ଶତାବ୍ଦୀ ଧରି ଭାରତର ଅନନ୍ୟ ସୁଗନ୍ଧକୁ ବ୍ୟାଖ୍ୟା କରିଥାଏ। ଅତର ନିର୍ମାତା କହିଛନ୍ତି ଯେ, ଏହି ଅତର ତିଆରି କରିବା ପାଇଁ ସେମାନେ ଗୋଲାପ ତେଲ ପରି ମୂଲ୍ୟବାନ ଉପାଦାନ ବ୍ୟବହାର କରିଛନ୍ତି। ସେ କହିଛନ୍ତି ଯେ, ୨୦ ଗ୍ରାମ ଗୋଲାପ ତେଲ ତିଆରି କରିବା ପାଇଁ ପ୍ରାୟ ୧୦୦ କିଲୋଗ୍ରାମ ଫୁଲ ବ୍ୟବହାର କରାଯାଏ।