Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟଳିଲା କି ବିପଦ? ଫେରୁଛନ୍ତି ୟୁକ୍ରେନ ସୀମାରେ ଅବସ୍ଥିତ ଋଷ ସୈନ୍ୟ
ଅନ୍ତରାଷ୍ଟ୍ରୀୟ

ଟଳିଲା କି ବିପଦ? ଫେରୁଛନ୍ତି ୟୁକ୍ରେନ ସୀମାରେ ଅବସ୍ଥିତ ଋଷ ସୈନ୍ୟ

February 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଗଭୀର ସଙ୍କଟ ମଧ୍ୟରେ ଏକ ବଡ଼ ଖବର ବାହାରକୁ ଆସୁଛି। ୟୁକ୍ରେନ ସୀମା ନିକଟରୁ ଋଷ ସୈନ୍ୟ ପଛକୁ ଫେରୁଛନ୍ତି। ୟୁକ୍ରେନ ସୀମାରେ ଅବସ୍ଥିତ ସୈନ୍ୟମାନେ ବେସକୁ ଫେରୁଛନ୍ତି।

ଆଜି ସକାଳେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ୟୁକ୍ରେନ ନିକଟରେ ଅବସ୍ଥାପିତ ସୈନ୍ୟବାହିନୀ ନିଜର ସମରାଭ୍ୟାସ ଶେଷ କରି ସେଠାରୁ ଚାଲିଯିବାକୁ ପ୍ରସ୍ତୁତ ହେଉଛନ୍ତି। ଋଷର ଆକ୍ରମଣକୁ ରୋକିବା ପାଇଁ ଦୀର୍ଘ ସମୟ ଧରି କୂଟନୈତିକ ପ୍ରୟାସ କରାଯାଉଥିଲା। କୂଟନୈତିକ ପ୍ରୟାସ ପରେ ଋଷ ଏହି ପଦକ୍ଷେପ ନେଇଛି। ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ମୁଖପାତ୍ର ଇଗୋର କୋନାଶେଙ୍କୋଭ ଋଷରଗଣମାଧ୍ୟମଙ୍କୁ କହିଛନ୍ତି ଯେ, ଦକ୍ଷିଣ ଏବଂ ପଶ୍ଚିମ ମିଲିଟାରୀ ଜିଲ୍ଲାର ୟୁନିଟ୍ ଗୁଡିକ କାର୍ଯ୍ୟ ସମାପ୍ତ କରିବା ପରେ ଆଜି ସୈନ୍ୟ ଚେକପଏଣ୍ଟରେ ରେଳ ଏବଂ ସଡ଼କ ପରିବହନରେ ଅସ୍ତ୍ରଶସ୍ତ୍ର ଏବଂ ସାମଗ୍ରୀ ଲୋଡ୍ କରିଛନ୍ତି। ଆଜି ସେମାନେ ଫେରିବା ଆରମ୍ଭ କରିବେ।

ତଥାପି, ବେସକୁ ଫେରିବାରେ କେତେ ୟୁନିଟ୍ ସାମିଲ ଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଋଷର ସୈନ୍ୟ ପ୍ରତ୍ୟାହାର ଘୋଷଣା ଯୋଗୁଁ ସଙ୍କଟ ଦୂରହେବାର ସମ୍ଭାବନା ରହିଛି। ଏହି ପ୍ରସଙ୍ଗରେ ପ୍ରଥମ ପ୍ରତିକ୍ରିୟା ଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କଠାରୁ ଆସିପାରେ, କାରଣ ଜର୍ମାନ ଚାନ୍ସେଲର ମଙ୍ଗଳବାର ଦିନ ମସ୍କୋରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପାଇଁ ଉପସ୍ଥିତ ଥିଲେ।

ୟୁକ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Latest News

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.