ବଢୁଛି ଯୁଦ୍ଧ ଆଶଙ୍କା!: ଋଷ ସୀମା ନିକଟରେ ସଂଘର୍ଷ ଯୋଗୁଁ ପ୍ରାଣ ହରାଇଲେ ୟୁକ୍ରେନ ସୈନିକ

Published: Feb 19, 2022, 7:09 pm IST

ମସ୍କୋ: ଆଜି ଜଣେ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏହା ସହିତ, ୟୁକ୍ରେନ ମଧ୍ୟ ମସ୍କୋ ସମର୍ଥିତ ବିଦ୍ରୋହୀମାନଙ୍କୁ ଦ୍ରୁତ ଗତିରେ ଆକ୍ରମଣ କରୁଥିବା ଅଭିଯୋଗ କରିଛି। ପୂର୍ବ ୟୁକ୍ରେନ ପାଇଁ ମିଳିତ ମିଲିଟାରୀ କମାଣ୍ଡ କହିଛନ୍ତି ଯେ, ଋଷ ସୀମା ନିକଟରେ ଦୁଇଟି ବିଚ୍ଛିନ୍ନତାବାଦୀ ଅଞ୍ଚଳ ମଧ୍ୟରେ ଚାଲିଥିବା ବିବାଦରେ ଜଣେ ସୈନିକ ପ୍ରାଣ ହରାଇଛନ୍ତି। ଗତକାଲି ୟୁକ୍ରେନର ଜରୁରୀକାଳୀନ ସେବା ପକ୍ଷରୁ କୁହାଯାଇଛି ଯେ, ଆକ୍ରମଣରେ ଏହାର ଦୁଇ କର୍ମଚାରୀ ଆହତ ହୋଇଛନ୍ତି।

Related posts