Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସମ୍ ଅଲ୍ଟିମେଟ ମେଡିକେୟାରରେ ପୁଣି ଜଣେ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର
ଅନ୍ତରାଷ୍ଟ୍ରୀୟ

ସମ୍ ଅଲ୍ଟିମେଟ ମେଡିକେୟାରରେ ପୁଣି ଜଣେ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର

September 4, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚିକିତ୍ସା ପର୍ଯ୍ୟଟନକୁ ନେଇ ଓଡ଼ିଶାରେ ନୂତନ ଦିଗ ଉନ୍ମୁକ୍ତ କରିବା ଧାରାରେ ସମ୍ ଅଲ୍ଟିମେଟ ମେଡିକେୟାରରେ ପୁଣି ଜଣେ ୬୫ ବର୍ଷ ବୟସ୍କ ଇରାକୀ ନାଗରିକଙ୍କ ସଫଳ ଚିକିତ୍ସା ସମ୍ପନ୍ନ ହୋଇଛି। ସଂପୃକ୍ତ ରୋଗୀ ଜଣକ ସେଂଟ୍ରାଲ୍ ସ୍କଲ ବେସ୍ ଓଷ୍ଟିଓମାଇଲିଟିଜ୍ ସମସ୍ୟାରେ ପୀଡ଼ିତ ଥିବା ବେଳେ ସମ୍ମମ୍‌ରେ ତାଙ୍କର ସଫଳ ଅସ୍ତ୍ରେପଚାର କରାଯାଇଛି।

ଇରାକୀ ନାଗରିକ ଅବ୍‌ଦୁଲ୍ ଖାଲେକ ଆବେଦ ଇମ୍ରାନ୍ ଅଲ୍ କନନ୍ ଏହି ଜଟିଳ ରୋଗରେ ପୀଡ଼ିତ ହେବା ପରେ ତାଙ୍କ ପରିବାରବର୍ଗ ବିବ୍ରତ ହୋଇପଡ଼ିଥିଲେ। କାରଣ ଇରାକରେ ଏହି ବ୍ୟାଧିର ଚିକିତ୍ସା ନିମନ୍ତେ କୌଣସି ସୁବିଧା ଉପଲବ୍ଧ ନ ଥିଲା। ଚିକିତ୍ସାରେ ବିଳମ୍ବ ହେବାରୁ ଧୀରେ ଧୀରେ ତାଙ୍କ ମୁହଁ ବଙ୍କା ହେବା ଆରମ୍ଭ କରିଥିଲା ଓ ମୁଣ୍ଡ ରେ ଯନ୍ତ୍ରଣା ମଧ୍ୟ ବୁଦ୍ଧି ହେବାରେ ଲାଗିଥିଲା। ତାଙ୍କର ଏଭଳି ଅବସ୍ଥା ଦେଖି ପରିବାରବର୍ଗ ଭୟଭୀତ ହୋଇଥିଲେ। ଏକ ପ୍ରତିଷ୍ଠିତ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ସ୍କଲବେସ୍ ସର୍ଜରୀର ଆବଶ୍ୟକତା ଥିବାରୁ ଇମ୍ରାନଙ୍କୁ ଭାରତ ଆଣି ଚିକିତ୍ସା କରାଇବା ନିମନ୍ତେ ତାଙ୍କ ପୁଅ ସାଫା ଅବ୍‌ଦୁଲ୍ ଖାଲେକ ଆବେଦ୍ ନିଷ୍ପତି ନେଇଥିଲେ।

ଭାରତରେ ଏହି ବ୍ୟାଧିର ଚିକିତ୍ସା ନିମନ୍ତେ ଅନେକ ହସ୍ପିଟାଲ୍‌ରେ ସନ୍ଧାନ କରିବା ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ପ୍ରତିଷ୍ଠିତ ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସା କରାଇବା ପାଇଁ ନିଷ୍ପତି ନେଇଥିଲେ ତାଙ୍କ ପୁଅ ସାଫା। ଗତ କିଛି ବର୍ଷ ହେବ ସମ୍ମମ୍ ର ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା, ଭିର୍ତିଭୂମି, ଗୁଣାତ୍ମକ ଯତ୍ନ ଏବଂ ଉତ୍କଷ୍ଟ ଧରଣ ଚିକିତ୍ସକଙ୍କ ଚିକିତ୍ସାକୁ ନେଇ ଅନେକ ବିଦେଶୀ ରୋଗୀ ଏହି ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଚିକିତ୍ସା ପର୍ଯ୍ୟଟନ କ୍ଷେତ୍ରରେ ସବୁଠାରୁ ପସନ୍ଦ ଯୋଗ୍ୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ପାଲଟିଛି ସମ୍ମମ୍।

ଭୁବନେଶ୍ୱରରେ ପହଂଚିବା ପରେ ଏହି କ୍ଷେତ୍ରରେ ବେଶ ଖ୍ୟାତି ଅର୍ଜନ କରିଥିବା ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ଅଧିନରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ ଇମ୍ରାନ୍। କିଛି ପରୀକ୍ଷା ନିରୀକ୍ଷା ପରେ ତୁରନ୍ତ ଅପରେସନ୍ ପ୍ରସ୍ତୁତି କରିଥିଲେ ଡାକ୍ତର ସାହୁ। ଗୋଟିଏ ଥରରେ ଉଭୟ ଲାଟେରାଲ୍ ଏବଂ ଆଂଟେରିୟର୍ ସ୍କଲ ବେସ୍ ସର୍ଜରୀ କରାଯାଇଥିଲା। ସର୍ଜରୀ ପରେ ବଙ୍କା ହୋଇଯାଇଥିବା ମୁହଁର ଅବସ୍ଥା ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି ବୋଲି ଡାକ୍ତର ସାହୁ କହିଛନ୍ତି। ଇମ୍ରାନ୍ ଏବେ ସୁସ୍ଥ ଅଛନ୍ତି ଏବଂ ତାଙ୍କର ପରିବାରବର୍ଗଙ୍କର ଆତ୍ମବିଶ୍ୱାସ ବୃଦ୍ଧିପାଇଛି। ପୂର୍ବରୁ ମଧ୍ୟ ଅନେକ ଇରାକୀ ନାଗରିକ ସମ୍ମମ୍ ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଡାକ୍ତର ସାହୁ କହିଛନ୍ତି।

ଟ୍ରାନ୍ସଲେଟର ଓମାର୍ ଖାନ୍‌ଙ୍କ ମାଧ୍ୟମରେ ଇମ୍ରାନ୍ କହିଛନ୍ତି ଯେ ତାଙ୍କର ଚିକିତ୍ସା ନିମନ୍ତେ ଭାରତର ଅନ୍ୟ ହସ୍ପିଟାଲ୍‌ଗୁଡ଼ିକରେ ଯଦିଓ ସୁବିଧା ଉପଲବ୍ଧ ଥିଲା ତେବେ କେବଳ ସମ୍ମମ୍‌ରେ ହିଁ ତାଙ୍କ ଅସ୍ତ୍ରୋପଚାର ନିମନ୍ତେ ବିଶେଷଜ୍ଞ ସର୍ଜନ ମିଳିଥିଲେ। ତେଣୁ ଚିକିତ୍ସା ପାଇବା ପାଇଁ ସେ ଏଠାକୁ ଆସିଲେ। ଏହି ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ଥିବା ଏହି ହସ୍ପିଟାଲ୍‌ରେ ଚିକିତ୍ସାର ଖର୍ଚ୍ଚ ବେଶ ସୁଲଭ ହେବା ସହ ମେଡିକାଲ୍ ଟିମ୍ ମଧ୍ୟ ବେଶ ସହଯୋଗୀ ବୋଲି ସେ କହିଛନ୍ତି।

ରୋଗ ସମ୍ପର୍କରେ ଡାକ୍ତର ସାହୁ କହିଛନ୍ତି ଯେ ସେଂଟ୍ରାଲ୍ ସ୍କଲବେସ୍ ଓଷ୍ଟିଓମାଇଲିଟିଜ୍‌୍ ଏକ ବିରଳ ବ୍ୟାଧି ଓ ଏଥିରେ ଜୀବନ ପ୍ରତି ବିପଦ ଥାଏ। କାନ ଏବଂ ନାକରେ ଏହାର ସଂକ୍ରମଣ ହୋଇଥାଏ। ଅସ୍ଥିମଜ୍ଜାରେ ବ୍ୟାକ୍ଟେରିଆ ବା ଫଙ୍ଗସ୍ ଯୋଗୁଁ ଏହି ସଂକ୍ରମଣ ହୋଇଥାଏ। କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଏବଂ ବହୁଳ ମାତ୍ରାରେ ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଏହି ସଂକ୍ରମଣର ଶିକାର ହୋଇଥାନ୍ତି ବୋଲି ଡାକ୍ତର ସାହୁ କହିଛନ୍ତି।

ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭି ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ସମ୍ମମ୍ ହେଉଛି ପୂର୍ବ ଭାରତର ଅତ୍ୟାଧୁନିକ କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ନୂଆ ମାଇଲ ଖୁଂଟ ସୃଷ୍ଟି କରିଥିବା ବେଳେ ଆନ୍ତର୍ଜାତିକ ରୋଗୀମାନଙ୍କର ଚିକିତ୍ସା ନିମନ୍ତେ ସମ୍ମମ୍ ସବୁଠାରୁ ନିର୍ଭରଯୋଗ୍ୟ ମେଡିକାଲ୍ ଓ ୱେଲ୍‌ନେସ୍ ହବ୍ ପାଲଟିଛି।

ବିଦେଶୀରୋଗୀ ମାନଙ୍କ ର ଉତମ ଚିକିତ୍ସା ଏବଂ ପୂର୍ବାଂଚଳରେ ଚିକିତ୍ସାପର୍ଯ୍ୟଟନ କୁ ଆଗକୁ ନେବା ନିମନ୍ତେ ଆମେ ଖୁବ୍ ଶୀଘ୍ର ଏକ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ଥିବା ଏକ ସ୍ୱତନ୍ତ୍ର ୟୁନିଟ୍ ପ୍ରସ୍ତୁତ କରିବୁ ବୋଲି ଡକ୍ଟର ଦାଶ କହିଛନ୍ତି।

ସୁଲଭ, ଅତ୍ୟାଧୁନିକ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଖୁବ୍‌ଶୀଘ୍ର ରୋଗୀଟିଏ ସ୍ୱାସ୍ଥୃସେବା ପାଇପାରିବା ହିଁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ପ୍ରଫେସର ନାୟକଙ୍କର ଏହି ଉଦ୍ଦେଶ୍ୟକୁ ପାଥେୟ କରି ଆମେ କାର୍ଯ୍ୟ କରୁଛୁ ବୋଲି ଡକ୍ଟର ଦାଶ କହିଛନ୍ତି।

ଇରାକୀ ନାଗରିକ ସଫଳ ଅସ୍ତ୍ରୋପଚାର ସମ୍ ଅଲ୍ଟିମେଟ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ଛଅ ରେଳ କର୍ମଚାରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

August 26, 2025

ଉଦଯାପିତ ହେଲା ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ

August 26, 2025

Ganesh Puja 2025: ଏଥର ଗଣେଶ ପୂଜାର ଶୁଭ ମୂହୁର୍ତ୍ତ କେତେବେଳେ, କେମିତି କରିବେ ପୂଜା

August 26, 2025

ଆଜି ଅଗଷ୍ଟ 26 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2025
Latest News

ବାଣପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ଶିବିର

August 26, 2025

ଛଅ ରେଳ କର୍ମଚାରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

August 26, 2025

ଉଦଯାପିତ ହେଲା ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ

August 26, 2025

Ganesh Puja 2025: ଏଥର ଗଣେଶ ପୂଜାର ଶୁଭ ମୂହୁର୍ତ୍ତ କେତେବେଳେ, କେମିତି କରିବେ ପୂଜା

August 26, 2025

ଜେଲରୁ ସରକାର ଚଳାଇବା ଗଣତନ୍ତ୍ର ପ୍ରତି ଅପମାନ, ଏମିତି କାହିଁକି କହିଲେ ଅମିତ ଶାହ

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.