
ଭୁବନେଶ୍ବର: ସୁଦୁର ସାଉଦୀ ଆରବର ରାଜଧାନୀ ରିୟାଦ୍ ରେ ଅବସ୍ଥିତ ଓଡିଆ ସାଂଗଠନ ରୋଜା ବା ରିୟାଦ୍ ଓଡିଶା ସାଂସ୍କୃତିକ ତଥା ସାମାଜିକ ସଂଗଠନ ର ୧୪ତମ ବାର୍ଷିକ ଉତ୍ସବ ଅକ୍ଟୋବର ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ର ବାହାରର ଓଡିଆ ସାଂସ୍କୃତିର ପ୍ରଚାର ପ୍ରସାର ଦିଗରର ରୋଜା ଅନୁଷ୍ଠାନ ବିଗତ କିଛି ବର୍ଷ ଧରି ତାର ସଫଳ ପ୍ରୟାସ ଜାରି ରଖିଛି।
ଚଳିତ ବର୍ଷ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ତଥା ବିହାର ଭଳି ଅନ୍ୟ ରାଜ୍ୟରୁ ସାଉଦି ଆରବରର ଅବସ୍ଥିତ ପ୍ରବାସୀ ଭାରତୀୟ ପ୍ରତିନିଧୀ ତଥା ଜୁବେଲ ସହରରେ ଗଠିତ ଓଡିଆ ସଂଗଠନ ଉତ୍କଳିକା ଏବଂ ଦମାମ ସହରରେ ଗଠିତ ଓଡିଆ ସଂଗଠନ କଳିଙ୍ଗନ ର ସଦସ୍ୟ ତଥା ବିଭିନ୍ନ ପ୍ରଦେଶର ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ବିଶେଷ ପ୍ରେରଣା ଦାୟକ ହୋଇଥିଲା।
ଏହି ଅବସରରର ବିଶିଷ୍ଟ ସମାଜରସବୀ ତଥା ଶିଳ୍ପପତି ତଥା ଉତ୍କଳଜ୍ୟୋତି ଡକ୍ଟର ଦେବ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରୋଜାର ଏତାଦୃଶ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇବା ସହ ଉତ୍ସବର ସଫଳତା ପାଇଁ ଶୁଭ କାମନା କରିଥିଲେ।
ବିଦେଶ ମାଟିରର ଓଡିଆ ସାଂସ୍କୃତି ଓ ସଦଭାବନାର ପ୍ରସାର ପାଇଁ ରୋଜା ର କାର୍ୟ୍ୟକୁ ମୁଖ୍ୟ ଅତିଥି ପ୍ରଶାଂସା କରିଥିଲେ।
ରୋଜା ର ପରାମର୍ଶଦାତା ମହମ୍ମଦ ଫକିଲ ହକ୍ ଉତ୍କଳୀୟ ସଂସ୍କୃତି ତଥା ଚଳିତବର୍ଷ ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷରେ ଓଡିଆ ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଶେଷ ଦେଶପ୍ରୀତିର ବଳିଦାନ ସଂପର୍କରେ ଆଲୋକପାତ କରିଥିଲେ।
ଅନୁଷ୍ଠାନର ସଭାପତି ସରୋଜ ପାଣିଗ୍ରାହୀ ରୋଜାର ଉପସ୍ଥିତି ଓ ସଦସୟମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏହି ବିଦେଶ ରାଜ୍ୟରେ ଓଡିଶାର କଳା ଓ ସଂସ୍କୃତିର ପ୍ରସାର ପାଇଁ କରୁଥିବା କାର୍ୟ୍ୟର ପ୍ରଂଶସା କରିଥିଲେ। ରୋଜାର ସଚିବ ହାଡିବନ୍ଧୁ ସାହୁ, ସମୟାନୁକ୍ରମେ ଅନୁଷ୍ଠାନର ବିକାଶ ବିଷୟରେ ସୂଚନା ଦେଇଥିଲେ।
୫୦୦ ରୁ ଉର୍ଦ୍ଧ ଦର୍ଶକଙ୍କର ଉପସ୍ଥିତିରର ରୋଜା ର ୧୪ତମ ବାର୍ଷିକ ସ୍ମରଣିକା ମୁଖ୍ୟ ଅତିଥି ଡ ମହାନ୍ତି ଉନମୋଚନ କରିଥିଲେ। ସାଂକୃତିକ ସଚିବ ସିମାଞ୍ଚଳ ସାହୁ , ଉପସଭାପତି ଅଜିମ ଖାନଙ୍କ ତତ୍ୱାବଧାନରର ତଥା ନୃତ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ଚାଂନ୍ଦନା ପଟ୍ଟନାଏକ , ଶ୍ରୀମତୀ ଦୀପିକା ପାଣିଗ୍ରାହୀ , ଶ୍ରୀମତୀ ମେହବିଶ ଜିଲାନି, ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ନାୟକ, ଶ୍ରୀମତୀ ଦୀପିକା ପାତ୍ରଙ୍କ ପ୍ରଶିକ୍ଷଣରେ କାର୍ୟ୍ୟକ୍ରମଟି ବେଶ ଆକର୍ଷଣୀୟ ହୋଇଥିଲା।
ଉତ୍ସବରେ ସ୍ବାଗତ ଭାଷଣ, ସମ୍ବର୍ଦ୍ଧନା, ପୁରସ୍କାର ବିତରଣ, ଲକି ଡ୍ର ସହିତ ରୋଜା ପରିବାରର ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମ ବେଶ ଉଚ୍ଚକୋଟିର ହୋଇଥିଲା। ସଂଗୀତ, ନୃତ୍ୟ ଭରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉତ୍କଳୀୟ ମହିଳା,ଯୁବ
ତଥା ବାଳକ ଓ ବାଳିକାଙ୍କ ଦ୍ବାରା ପରିରବଶିତ ସମ୍ବଲପୁରୀ, ଓଡିଶୀ, ପରି ପାରମ୍ପରିକ ଓ ଶାସ୍ତ୍ରୀୟ ନୃତ୍ୟ ଉପସ୍ଥିତ ସମସ୍ତ ପ୍ରବାସୀ ଓଡିଆ ତଥା ପ୍ରବାସୀ ଭାରତୀୟମାନେ ଭରପୁର୍ ମରନାରଞ୍ଜନ କରିଥିଲେ।