ନୂଆଦିଲ୍ଲୀ: ଦୁନିଆର ଦୀର୍ଘତମ ଜୀବିତ ମହିଳାଙ୍କ ଦେହାନ୍ତ ହୋଇଛି। ଦକ୍ଷିଣ ଆଫ୍ରିକାର ବାସିନ୍ଦା ଜୋହାନା ମାଜିବୁକୋଙ୍କୁ ୧୨୮ ବର୍ଷ ହୋଇଥିଲା। ସେ ୧୮୯୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ମେ ୨୦୨୩ ରେ ସେ ୧୨୯ ବର୍ଷ ହୋଇଥାନ୍ତେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୋହାନା ମାଜିବୁକୋ ମାର୍ଚ୍ଚ ୩ ତାରିଖରେ ଦକ୍ଷିଣ ଆଫ୍ରିକାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ତାଙ୍କର ଦୀର୍ଘ ଜୀବନ ୩ ଟି ଦେଶରେ ଅତିବାହିତ ହୋଇଥିଲା। ତାଙ୍କ ସ୍ୱାମୀଙ୍କ ନାମ ଥିଲା ଷ୍ଟାବାନା ମାଜିବୁକୋ। ତାଙ୍କର ୭ ସନ୍ତାନ ଥିଲେ। ତାଙ୍କର ୫୦ ରୁ ଅଧିକ ନାତି ଏବଂ ନାତି ନାତୁଣୀ ଅଛନ୍ତି। ଏକ ସାକ୍ଷାତକାରରେ ଜୋହାନା କହିଥିଲେ ଯେ, ତାଙ୍କର ୧୨ ଜଣଭାଇଭଉଣୀ ଅଛନ୍ତି। ସେଥିମଧ୍ୟରୁ ୩ ଜଣ ଜୀବିତ ଅଛନ୍ତି। ତାଙ୍କ ବୟସ ମଧ୍ୟ ବହୁତ ବୃଦ୍ଧି ପାଇଛି। ଜୋହାନାର ସମ୍ପର୍କୀୟଙ୍କ ଅନୁଯାୟୀ ଜୋହାନା କେବେ ଅଧ୍ୟୟନ କରିନଥିଲେ। ସେ କ୍ଷେତରେ କାମ କରୁଥିଲେ।
https://twitter.com/lebohangbokako/status/1573232565523185664?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1573232565523185664%7Ctwgr%5E473f4969d8262e55b0def16617f44a72af2d1c9d%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Fworld%2Fjohanna-mazibuko-world-oldest-person-dies-in-south-africa-aged-128-know-about-her-life-journey-2353077
ଜୋହାନାଙ୍କୁ ଦୁନିଆର ସବୁଠାରୁ ବୟସ୍କା ମହିଳା ଭାବରେ ବର୍ଣ୍ଣନା କରାଯାଉଛି। ତାଙ୍କର ବୟସ୍କା ମହିଳା ହେବାର ପ୍ରମାଣ ମଧ୍ୟ ଥିଲା। ଏକ ଡକ୍ୟୁମେଣ୍ଟରେ ତାଙ୍କର ଜନ୍ମ ତାରିଖ ୧୧ ମଇ ୧୮୯୪ ଭାବରେ ଲେଖାଯାଇଛି। ଜୋହାନାଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ, ସେହି ଡକ୍ୟୁମେଣ୍ଟ ଆଧାରରେ ଜୋହାନାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜୀକୃତ ହେବା ଉଚିତ, ଯାହାଫଳରେ ତାଙ୍କୁ ସମ୍ମାନିତ କରାଯାଇପାରିବ। ତାଙ୍କ ମୃତ୍ୟୁ ପରେ ସାରା ବିଶ୍ୱରେ ଏବେ ଚର୍ଚ୍ଚା ହେଉଛି, ଏଭଳି ପରିସ୍ଥିତିରେ ତାଙ୍କୁ ‘ବୟସ୍କା ମହିଳା’ ଭାବରେ ଘୋଷଣା କରାଯାଇପାରେ।
ସେ କହୁଥିଲେ – ମୁଁ କାହିଁକି ବଞ୍ଚିଛି, କେବେ ମରିବି?:
ଜୋହାନାଙ୍କ ବଢୁଥିବା ବୟସ ତାଙ୍କ ପାଇଁ ଅସୁବିଧାର କାରଣ ପାଲଟିଥିଲା। ୨୦୨୨ ମସିହାରେ ସେ ନିଜେ କହିଥିଲେ, “ମୁଁ କାହିଁକି ବଞ୍ଚିଛି? ମୋର ସାଥୀମାନେ ମରି ସାରିଛନ୍ତି। ମୁଁ କେବେ ମରିବି? ମୁଁ ଗୋଟିଏ ସ୍ଥାନରେ ବସି ଥକି ଯାଇଛି। ମୋର ଶରୀର ଅଚଳ ହୋଇଯାଇଛି। ମୁଁ ଚାଲିପାରିବି ନାହିଁ। ମୁଁ ଶୋଇପାରୁ ନାହିଁ, ଏହିପରି ଜୀବିତ ରହିବାର ଅର୍ଥ କ’ଣ?