ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଶୁଭମାନ ଗିଲ କ୍ରମାଗତ ଭାବରେ ଟ୍ରେଣ୍ଡ କରୁଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ କହିଛନ୍ତି ଯେ, ଯେତେବେଳେ କ୍ୟାମେରନ୍ ଗ୍ରୀନ୍ କ୍ୟାଚ୍ ଧରିଲେ, ସେତେବେଳେ ବଲ୍ ଭୂମିକୁ ସ୍ପର୍ଶ କରିଥିଲା। ତେବେ ବର୍ତ୍ତମାନ ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦର ସେହୱାଗ ଟ୍ୱିଟ୍ କରି ତୃତୀୟ ଅମ୍ପାୟାରଙ୍କୁ ଟାର୍ଗେଟ କରିଛନ୍ତି। ବିରେନ୍ଦର ସେହୱାଗ ଏକ ମିମ୍ ଅଂଶୀଦାର କରିଛନ୍ତି। ଏହି ମିମରେ ସେ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚିତ୍ର ରଖିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ, ଶୁଭମାନ ଗିଲଙ୍କୁ ଆଉଟ ଦେଲା ବେଳେ ତୃତୀୟ ଅମ୍ପାୟର… ପୂର୍ବତନ ଭାରତୀୟ ଓପନର୍ ଆହୁରି ଲେଖିଛନ୍ତି ଯେ, ଯଦି କୌଣସି ଠୋସ୍ ପ୍ରମାଣ ନାହିଁ, ଯଦି ମାମଲା ସନ୍ଦେହଜନକ, ତେବେ ତାହା ଦିଆଯିବା ଉଚିତ୍ ନୁହେଁ।
ବିରେନ୍ଦର ସେହୱାଗଙ୍କ ଟ୍ୱିଟ ଭାଇରାଲ ହୋଇଛି …
ତେବେ ସୋସିଆଲ ମିଡିଆରେ ବିରେନ୍ଦର ସେହୱାଗଙ୍କ ଟ୍ୱିଟ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ରଖୁଛନ୍ତି। ଏଥି ସହିତ ପାକିସ୍ତାନର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲ କହିଛନ୍ତି ଯେ, ମୁଁ ଭାବୁ ନାହିଁ ଯେ କ୍ୟାମେରନ୍ ଗ୍ରୀନ୍ ଶୁଭମାନ ଗିଲଙ୍କ କ୍ୟାଚ୍ କୁ ସ୍ୱଚ୍ଛ ଭାବରେ ଧରିଛନ୍ତି। ମୋର ବିଶ୍ୱାସ ଯେ ଶୁଭମାନ ଗିଲଙ୍କୁ ଆଉଟ ଦିଆଯାଇ ନଥାନ୍ତା।
Third umpire while making that decision of Shubman Gill.
Inconclusive evidence. When in doubt, it’s Not Out #WTC23Final pic.twitter.com/t567cvGjub
— Virrender Sehwag (@virendersehwag) June 10, 2023
ଉଲ୍ଲେଖ ଯୋଗ୍ୟ ଯେ, ସ୍କଟ ବୋଲାଣ୍ଡଙ୍କ ବଲରୁ ସ୍ଲିପରେ କ୍ୟାମେରନ୍ ଗ୍ରୀନ୍ ଶୁବମାନ ଗିଲଙ୍କ କ୍ୟାଚ୍ ଧରିଥିଲେ। ତୃତୀୟ ଅମ୍ପାୟାର କ୍ୟାମେରନ୍ ଗ୍ରୀନ୍ ଙ୍କ କ୍ୟାଚ୍ ଅନେକ ଥର ରିପ୍ଲେରେ ଦେଖିଥିଲେ। ଏଥି ସହିତ, ତୃତୀୟ ଅମ୍ପାୟାର କହିଛନ୍ତି ଯେ, ଯେତେବେଳେ କ୍ୟାମେରନ୍ ଗ୍ରୀନ୍ କ୍ୟାଚ୍ ଧରିଲେ, ସେତେବେଳେ ଆଙ୍ଗୁଠି ବଲ୍ ତଳେ ଥିଲା। ତେବେ ଲାଗୁଥିଲା ଯେ ଯେତେବେଳେ କ୍ୟାମେରନ୍ ଗ୍ରୀନ୍ ଭୂମିରେ ପଡିଥିଲେ, ବଲ୍ ଭୂମିରେ ପଡିଥିଲା। ଏହିପରି ଅଷ୍ଟ୍ରେଲୀୟ ଖେଳାଳି ଭୂମିରେ ପଡ଼ିବା ପରେ ବଲ ଉଠାଇ ନେଇଥିଲେ।