Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜି-୨୦ କୃଷି ମନ୍ତ୍ରୀମାନଙ୍କ ବୈଠକ, ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅନ୍ତରାଷ୍ଟ୍ରୀୟ

ଜି-୨୦ କୃଷି ମନ୍ତ୍ରୀମାନଙ୍କ ବୈଠକ, ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

June 16, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଜି-୨୦ କୃଷି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ମାଧ୍ୟମରେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। ସେ ଯାହା କହିଥିଲେ ତାହା ହେଲା..

ମାନ୍ୟଗଣ୍ୟ ମହିଳା ଓ ଭଦ୍ରବ୍ୟକ୍ତିଗଣ, ନମସ୍କାର!

ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି। କୃଷି ମାନବ ସଭ୍ୟତାର କେନ୍ଦ୍ରରେ ରହିଛି। ତେଣୁ, କୃଷି ମନ୍ତ୍ରୀ ଭାବରେ, ଆପଣମାନଙ୍କର କାର୍ଯ୍ୟ କେବଳ ଅର୍ଥନୀତିର ଗୋଟିଏ କ୍ଷେତ୍ର ପରିଚାଳନା କରିବା ନୁହେଁ, ବରଂ ଭବିଷ୍ୟତ ବଂଶଧରଙ୍କ ପାଇଁ ଆପଣମାନଙ୍କ କାନ୍ଧରେ ଗୁରୁଦାୟିତ୍ୱ ରହିଛି। ଅର୍ନ୍ତଜାତୀୟ ସ୍ତରରେ କୃଷି ସାଢେ ପାଞ୍ଚ ବିଲିୟନ ଲୋକଙ୍କ ପାଇଁ ଜୀବିକା ଯୋଗାଇଥାଏ।

ଗ୍ଲୋବାଲ୍ ସାଉଥରେ କୃଷି କ୍ଷେତ୍ରର ଜିଡିପିରେ ପ୍ରାୟ ୩୦ ପ୍ରତିଶତ ଏବଂ ନିଯୁକ୍ତିରେ ୬୦ ପ୍ରତିଶତରୁ ଅଧିକ ଯୋଗଦାନ ରହିଛି। ଆଜି ଏହି କ୍ଷେତ୍ର ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଯୋଗାଣ ଶୃଙ୍ଖଳା ଭୌଗୋଳିକ ଓ ରାଜନୈତିକ ତିକ୍ତତାର ପ୍ରଭାବରେ ବିଗିଡି ଯାଇଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ବାରମ୍ବାର ପ୍ରତିକୂଳ ପାଣିପାଗ ଦେଖାଦେଉଛି। ଏହି ଆହ୍ୱାନଗୁଡିକ ଗ୍ଲୋବାଲ୍ ସାଉଥ୍ ଅଧିକ ଅନୁଭବ କରିଥାଏ।

ବନ୍ଧୁଗଣ,

ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ କ’ଣ କରୁଛି ତାହା ମୁଁ ଆପଣଙ୍କୁ ଜଣାଇବା ପାଇଁ ଚାହେଁ। ଆମର ନୀତି ହେଉଛି ‘ବ୍ୟାକ୍‍ ଟୁ ବେସିକ’ ଏବଂ ‘ମାର୍ଚ୍ଚ ଟୁ ଫ୍ୟୁଚର’ ର ଏକ ମିଶ୍ରଣ।  ଆମେ ପ୍ରାକୃତିକ ଚାଷ ସହିତ ଆଧୁନିକ ଜ୍ଞାନକୌଶଳ ଆଧାରିତ ଚାଷକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ। ସମଗ୍ର ଭାରତର କୃଷକମାନେ ବର୍ତ୍ତମାନ ପ୍ରାକୃତିକ ଚାଷ କାର୍ଯ୍ୟ କରୁଛନ୍ତି। ସେମାନେ ସିନ୍ଥେଟିକ୍ ସାର କିମ୍ବା କୀଟନାଶକ ବ୍ୟବହାର କରୁନାହାଁନ୍ତି।

ପୃଥିବୀ ମା’କୁ ସଜୀବ କରିବା, ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା କରିବା, ‘ପ୍ରତି ବୁନ୍ଦାରେ ଅଧିକ ଫସଲ’ ଉତ୍ପାଦନ କରିବା ଏବଂ ଜୈବିକ ସାର ଓ କୀଟନାଶକ ପରିଚାଳନାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଛି। ସେହି ସମାନ ସମୟରେ, ଆମର କୃଷକମାନେ ଉତ୍ପାଦନ ବୃଦ୍ଧି ପାଇଁ ସକ୍ରିୟ ଭାବରେ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ସେମାନେ ନିଜ ଚାଷ ଜମିରେ ସୌର ଶକ୍ତି ଉତ୍ପାଦନ ଏବଂ ବ୍ୟବହାର କରୁଛନ୍ତି।

ଫସଲ ଚୟନ କରିବା ପାଇଁ ସେମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ପୋଷକ ତତ୍ୱ ସିଞ୍ଚନ କରିବା ଏବଂ ସେମାନଙ୍କ ଫସଲ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରୁଛନ୍ତି। ମୁଁ ବିଶ୍ୱାସ କରେ କୃଷି କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ ପାଇଁ ଏହି “ଫ୍ୟୁଜନ୍ ଆପ୍ରୋଚ”  ହେଉଛି ସର୍ବୋତ୍ତମ ଉପାୟ।

ବନ୍ଧୁଗଣ,

ଆପଣ ଜାଣନ୍ତି, ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରାଯାଏ। ହାଇଦ୍ରାବାଦରେ ଥିବା ଆପଣଙ୍କର ଖାଦ୍ୟ ଥାଳିରେ ଆପଣ ଏହାର ପ୍ରତିଫଳନ ଦେଖିବାକୁ ପାଇବେ, ମିଲେଟ ରୁ ପ୍ରସ୍ତୁତ ଅନେକ ଖାଦ୍ୟ, କିମ୍ବା ଶ୍ରୀ ଅନ୍ନ ପାଇବେ, ଏହାକୁ ଆମେ ଭାରତରେ ଏଭଳି କହିଥାଉ। ଏହି ସୁପରଫୁଡ୍ ଖାଇବା କେବଳ ସ୍ୱାସ୍ଥ୍ୟକର ନୁହେଁ, ବରଂ କମ୍ ଜଳ ବ୍ୟବହାର କରି, କମ୍ ସାରର ଆବଶ୍ୟକତା ଏବଂ ଅଧିକ କୀଟନାଶକକୁ ପ୍ରତିରୋଧ କରି ଆମ କୃଷକଙ୍କ ଆୟ ବୃଦ୍ଧିରେ ଏହା ସହାୟକ ହୋଇଥାଏ।

ଅବଶ୍ୟ, ମିଲେଟସ୍ ନୂଆ ନୁହେଁ। ହଜାରେ ବର୍ଷ ଧରି ସେଗୁଡିକ ଚାଷ କରାଯାଇଆସୁଛି। କିନ୍ତୁ ବଜାର ଏବଂ ବିପ୍ପଣନ ଆମର ପସନ୍ଦକୁ ଏତେ ପ୍ରଭାବିତ କରିଥିଲା ଯେ ଆମେ ପାରମ୍ପାରିକ ଭାବରେ ବୃଦ୍ଧି ହୋଇଥିବା ଖାଦ୍ୟର ମହତ୍ୱକୁ ଭୁଲିଗଲୁ।

ଆସନ୍ତୁ ଶ୍ରୀ ଅନ୍ନ ମିଲେଟସକୁ ଆମ ପସନ୍ଦର ଖାଦ୍ୟ ଭାବରେ ଗ୍ରହଣ କରିବା। ଆମର ନିଜର ପ୍ରତିବଦ୍ଧତାର ଏକ ଅଂଶ ଭାବରେ, ମିଲେଟରେ ସର୍ବୋତ୍ତମ ଅଭ୍ୟାସ, ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ସେୟାର କରିବାପାଇଁ ପାଇଁ ଭାରତ ଏକ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ସ ରିସର୍ଚ୍ଚକୁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବରେ ବିକାଶ କରୁଛି।

ବନ୍ଧୁଗଣ,

ବିଶ୍ୱର ଖାଦ୍ୟ ନିରାପତ୍ତା ହାସଲ କରିବା ପାଇଁ କିପରି ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ବିଷୟରେ ବିଚାର କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। କ୍ଷୁଦ୍ର ଚାଷୀମାନଙ୍କ ଉପରେ ଧ୍ୟାନ ଦେଇ ନିରନ୍ତର ଏବଂ ଅନ୍ତର୍ଭୂକ୍ତ ଖାଦ୍ୟ ପ୍ରଣାଳୀ ଗଠନ ପାଇଁ ଆମକୁ ଉପାୟ ଖୋଜିବାକୁ ପଡିବ। ବିଶ୍ୱର ସାର ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବାକୁ ଆମକୁ ଉପାୟ ଖୋଜିବାକୁ ପଡିବ। ସମାନ ସମୟରେ ମୃତ୍ତିକାର ଉନ୍ନତ ସ୍ୱାସ୍ଥ୍ୟ, ଫସଲ ସ୍ୱାସ୍ଥ୍ୟ ଏବଂ ଅମଳ ପାଇଁ କୃଷି ଅଭ୍ୟାସ ଗ୍ରହଣ କରନ୍ତୁ।

ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପାରମ୍ପାରିକ ଅଭ୍ୟାସ ଆମକୁ ପୁନଃବିକଶିତ କୃଷି ପାଇଁ ବିକଳ୍ପ ବିକାଶ ସକାଶେ ପ୍ରେରଣା ଦେଇପାରେ। ଆମ କୃଷକମାନଙ୍କୁ ନବସୃଜନ ଏବଂ ଡିଜିଟାଲ ଜ୍ଞାନକୌଶଳ ସହିତ ସଶକ୍ତ କରିବାକୁ ପଡିବ। ଗ୍ଲୋବାଲ୍ ସାଉଥରେ କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କ ପାଇଁ ମଧ୍ୟ ସୁଲଭତାର ସମାଧାନ କରିବା ଆବଶ୍ୟକ। କୃଷି ଏବଂ ଖାଦ୍ୟ ବର୍ଜ୍ୟକୁ ହ୍ରାସ କରିବା ଏବଂ ଏହାବାଦ୍‍ ଏହି ବର୍ଜ୍ୟକୁ ସମ୍ପଦ ସୃଷ୍ଟି କରିବାରେ ବିନିଯୋଗ କରିବା ମଧ୍ୟ ଏକ ଜରୁରୀ ଆବଶ୍ୟକତା।

ବନ୍ଧୁଗଣ,

କୃଷି କ୍ଷେତ୍ରରେ ଭାରତର ଜି୨୦ ପ୍ରାଥମିକତା ଆମର ‘ଗୋଟିଏ ପୃଥିବୀ’ କୁ ସମାଧାନ କରିବା, ଆମର ‘ଗୋଟିଏ ପରିବାର’ ମଧ୍ୟରେ ଐକବଦ୍ଧତା ସୃଷ୍ଟି କରିବା ଏବଂ ଏକ ଉଜ୍ୱଳ ‘ଗୋଟିଏ ଭବିଷ୍ୟତ’ ପାଇଁ ଆଶା ଦେବା ଉପରେ ଅଗ୍ରାଧିାକର ଦେଇଥାଏ। ମୁଁ ଜାଣି ଖୁସି ଯେ ଆପଣମାନେ ଦୁଇଟି ନିର୍ଦ୍ଦଷ୍ଟ ଫଳାଫଳ ଉପରେ କାମ କରୁଛନ୍ତି।

“ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଉପରେ ଡେକାନ୍ ଉଚ୍ଚ ସ୍ତରୀୟ ନୀତି”; ଏବଂ, ମିଲେଟସ୍ ଏବଂ ଅନ୍ୟାନ୍ୟ ଶସ୍ୟ ପାଇଁ “ମହାରିଷି” ପଦକ୍ଷେପ। ଏହି ଦୁଇଟି ପଦକ୍ଷେପକୁ ସମର୍ଥନ, ଅନ୍ତର୍ଭୂକ୍ତ, ସ୍ଥାୟୀ ଏବଂ ସହନଶୀଳ କୃଷି ପାଇଁ ଏକ ବିବୃତ୍ତି। ମୁଁ ଆପଣମାନଙ୍କର ସମସ୍ତ ବିଚାରରେ ସଫଳତା କାମନା କରୁଛି।

ଧନ୍ୟବାଦ

ଜି20 ନରେନ୍ଦ୍ର ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କଲେ ରୋଲ୍ସ-ରଏସ୍ କଂପାନୀ ସିଇଓ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Latest News

Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କଲେ ରୋଲ୍ସ-ରଏସ୍ କଂପାନୀ ସିଇଓ

February 12, 2026

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.