
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ୍ ୨୦୨୩ରେ ହ୍ୱାଇଟ୍ ହାଉସ୍ରେ ଆୟୋଜିତ ଏକ ବ୍ୟକ୍ତିଗତ ସମାରୋହରେ ଆମେରିକା ରାଷ୍ଟ୍ରପତି ମହାମହିମ ମିଃ ଜୋ ବାଇଡେନ୍ ଏବଂ ପ୍ରଥମ ମହିଳା ମହାମହିମ ଡକ୍ଟର ଜିଲ୍ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି।
ସେମାନଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିଥିଲେ।
ଏହି ସ୍ୱତନ୍ତ୍ର ସାକ୍ଷାତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ଦୁଇ ଦେଶ ମଧ୍ୟରେ ରହିଥିବା ନିବିଡ଼ ବନ୍ଧୁତାକୁ ପ୍ରମାଣିତ କରିଥାଏ।