ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ଘଟଣା ହ୍ରାସ ହେବାର ନାମ ନେଉନାହିଁ। ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି, ଯେଉଁ କାରଣରୁ ମୃତ୍ୟୁ ସଂଖ୍ୟା ବଢିପାରେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜମିୟତ ଉଲେମା-ଇ-ଇସଲାମ-ଫଜଲ୍ (JUI-F) କର୍ମୀ ସମ୍ମିଳନୀକୁ ଟାର୍ଗେଟ କରାଯାଇଛି। ପୋଲିସର ସୂଚନାନୁସାରେ, ଆତଙ୍କବାଦୀମାନେ JUI-F ବୈଠକକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିଥିଲେ। ଦୁର୍ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଏଥିସହ ଆହତମାନଙ୍କୁ ଘଟଣାସ୍ଥଳରୁ ଡାକ୍ତରଖାନା ନିଆଯାଉଛି।