Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଚିତ୍ରକଳା ଓ ସମୂହ ମୁଖାନୃତ୍ୟ ପ୍ରଦର୍ଶନୀ
ଅନ୍ତରାଷ୍ଟ୍ରୀୟ

ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଚିତ୍ରକଳା ଓ ସମୂହ ମୁଖାନୃତ୍ୟ ପ୍ରଦର୍ଶନୀ

November 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରଦର୍ଶନୀ କକ୍ଷରେ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଦୂର ସାଉଥ୍‌ କୋରିଆର ବିିଭିନ୍ନ ଚିତ୍ରଶିଳ୍ପୀଙ୍କର ପ୍ରାୟ ୧୫୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି।

ଏହି ଚିତ୍ରକଳା ପ୍ରଦର୍ଶନୀରେ ସାଉଥକୋରିଆର ଐତିହ୍ୟ, ପରମ୍ପରା ଏବଂ ଲୋକକଳା ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏଥି ସହ ୨୨ ଜଣ କୋରିଆନ୍‌ ମୁଖାନୃତ୍ୟ ଶିଳ୍ପୀ ଓ ଓଡ଼ିଶାର ମୁଖାଶିଳ୍ପୀମାନେ ସେମାନଙ୍କର ସମୂହ ନୃତ୍ୟ ସଂଗ୍ରହାଳୟର ଉଦ୍ୟାନରେ ପ୍ରଦର୍ଶନ କରିଛନ୍ତି। ଏହା ଦ୍ୱାରା ପାରସ୍ପରିକ ସଦ୍‌ଭାବ ବଢ଼ିବା ସହ ଉଭୟ ଦେଶ ପରସ୍ପରର ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଅବଗତ ହୋଇପାରିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ  ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ସାଉଥ୍‌କୋରିଆର ଅନନ୍ୟ ଲୋକକଳାକୁ ନେଇ ଜୀବନ୍ତ ହୋଇ ଉଠିଥିବା ଚିତ୍ରକଳାଗୁଡ଼ିକୁ ଦେଖି ଅତିଥି ଏବଂ ଦର୍ଶକମାନେ ବିଭୋର ହୋଇଥିଲେ। ଶିଳ୍ପୀମାନଙ୍କର ଶୈଳ୍ପିକ ନୈପୁଣ୍ୟ ସାଉଥ୍‌କୋରିଆର ଲୋକକଳାକୁ ଉଜ୍ଜୀବିତ କରୁଛି।

୨୨ ଜଣ ନୃତ୍ୟଶିଳ୍ପୀ କୋରିଆରୁ ଆସି ନୃତ୍ୟ ପ୍ରଦର୍ଶନ କରିବା ଅବସରରେ ଓଡ଼ିଶାର ମୁଖାନୃତ୍ୟଶିଳ୍ପୀମାନଙ୍କୁ ସମୂହ ନୃତ୍ୟ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା। ପୁରୀର ସାହିନୃତ୍ୟ, ଭଞ୍ଜନଗରର ପଶୁନୃତ୍ୟ ସେମାନଙ୍କ ସହ ତାଳଦେଇ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଉଦ୍‌ଘାଟିତ ମଞ୍ଚର ନାମ ‘ବର୍ଣ୍ଣାଳୀ’ ରଖାଯାଇଛି।

ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ନୃତ୍ୟଶିଳ୍ପୀମାନେ ଶ୍ରୀଜଗନ୍ନାଥ ଅଷ୍ଟକମ୍‌ରେ ମଞ୍ଚ ବନ୍ଦନା କରିଥିଲେ।ଏକାସାଙ୍ଗରେ କୋରିଆନ୍‌ ଏବଂ ଓଡ଼ିଶାର ମୁଖାନୃତ୍ୟ ଗୋଟିଏ ଛନ୍ଦରେ ପ୍ରଦର୍ଶନ କରିବା ଏକ ଅନନ୍ୟ କାର୍ଯ୍ୟକ୍ରମ। ଏହାକୁ ବହୁସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ।

ପରବର୍ତ୍ତୀ ସମୟରେ ପ୍ରତି ଶନିବାର ଓ ରବିବାର ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସନ୍ଧ୍ୟା ୬ଟା ‘ବର୍ଣ୍ଣାଳୀ’ ରଙ୍ଗମଞ୍ଚରେ ପରିବେଷିତ ହେବ। ଏହି କାର୍ଯ୍ୟକ୍ରମକୁ ସଂଗ୍ରହାଳୟର ଅଧିକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପରିଚାଳନା କରିଥିଲେ ଏବଂ ସଂଗ୍ରହାଧ୍ୟକ୍ଷା ଡ. ଭାରତୀ ପାଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଅତସୀ ଦାସ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ସଂଜୟ ଆଚାର୍ଯ୍ୟ, ଜୟନ୍ତୀ ଦୋରା, ଦାସ୍‌ବେନ୍‌ହୂର, ଚିତ୍ରଶିଳ୍ପୀ ରାମହରି ଜେନା, ଗଜେନ୍ଦ୍ର ସାହୁ, ବି.କେ. ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ପାଢ଼ୀ, ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁରାତନ ଦୁର୍ଗା ମେଢ଼ ପାଇଁ ଅନୁଦାନ ଘୋଷଣା କଲା ରାଜ୍ୟ ସରକାର

September 19, 2025

ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୧୧ କୋଟି ଟଙ୍କାର ସୁଧ ସହାୟତା ରାଶି ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ

September 19, 2025

ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଓଡ଼ିଶା ପ୍ରୋ-ଟି ୨୦ ଲିଗ୍

September 19, 2025

ଆଫଗାନିସ୍ତାନର ସ୍ଵପ୍ନ ଧୂଳିସାତ: ବାଂଲାଦେଶକୁ ସୁପର ଫୋର୍ ରେ ପହଞ୍ଚାଇଲା ଶ୍ରୀଲଙ୍କା

September 19, 2025
Latest News

ପୁରାତନ ଦୁର୍ଗା ମେଢ଼ ପାଇଁ ଅନୁଦାନ ଘୋଷଣା କଲା ରାଜ୍ୟ ସରକାର

September 19, 2025

ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୧୧ କୋଟି ଟଙ୍କାର ସୁଧ ସହାୟତା ରାଶି ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ

September 19, 2025

ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଓଡ଼ିଶା ପ୍ରୋ-ଟି ୨୦ ଲିଗ୍

September 19, 2025

ବାଣପୁର: ହଳନ୍ଦା ଗ୍ରାମରେ ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

September 19, 2025

ସେପ୍ଟେମ୍ବର ୧୯ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.