Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସ୍ଵଦେଶ ଫେରିଲେ ଇସ୍ରାଏଲ୍ ଜାହାଜରେ ଭାରତୀୟ ମହିଳା ବନ୍ଧକ: ଅନ୍ୟମାନଙ୍କୁ ପାଇଁ ପ୍ରୟାସ ଜାରି
ଅନ୍ତରାଷ୍ଟ୍ରୀୟ

ସ୍ଵଦେଶ ଫେରିଲେ ଇସ୍ରାଏଲ୍ ଜାହାଜରେ ଭାରତୀୟ ମହିଳା ବନ୍ଧକ: ଅନ୍ୟମାନଙ୍କୁ ପାଇଁ ପ୍ରୟାସ ଜାରି

April 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ଏହି ସମୟରେ, ଇସ୍ରାଏଲର ଏକ କଣ୍ଟେନର ଜାହାଜରେ ବନ୍ଧକ ରହିଥିବା ୧୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ମହିଳା ସଦସ୍ୟ ଦେଶକୁ ଫେରିଛନ୍ତି। ବୈଦେଶିକକ ମନ୍ତ୍ରଣାଳୟ ଆଜି ଏହି ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ, ମାଲବାହୀ ଜାହାଜ ଏମଏସସି ଏରିଜରେ ଭାରତୀୟ କ୍ରୁ ଦଳରେ ଥିବା କେରଳର ବାସିନ୍ଦା କ୍ୟାଡେଟ୍ ଏନ୍ ଟେସା ଜୋସେଫ୍ କୋଚିନ୍‌ରେ ଆଜି ପହଞ୍ଚିଛନ୍ତି।

ରିପୋର୍ଟ ଅନୁଯାୟୀ, ଅବଶିଷ୍ଟ ୧୬ ଜଣ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଇରାନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ଭାରତୀୟ ବନ୍ଧକ ମୁକ୍ତ ହେବା ନେଇ ନିରନ୍ତର ଆଲୋଚନା କରୁଛନ୍ତି।

ବାସ୍ତବରେ ଇସ୍ରାଏଲ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଇରାନ ଶନିବାର ଦିନ ୟୁଏଇର ଉପକୂଳବର୍ତ୍ତୀ ଅଞ୍ଚଳରୁ ଏକ ଇସ୍ରାଏଲ ଜାହାଜକୁ ଅଟକାଇଥିଲା। ଏହା ଏକ କଣ୍ଟେନର ଜାହାଜ ଥିଲା, ଯେଉଁଥିରେ ୨୫ ଜଣ କ୍ରୁ ମେମ୍ବର ଥିଲେ। ଏଥିମଧ୍ୟରୁ ୧୭ ଜଣ କ୍ରୁ ସଦସ୍ୟ ହେଉଛନ୍ତି ଭାରତୀୟ। ଇରାନ ସମସ୍ତଙ୍କୁ ବନ୍ଧକ ରଖିଥିଲା।

କୁହାଯାଏ ଯେ, ଇରାନର ଇରାନର ସେନା ହେଲିକପ୍ଟର ଯୋଗେ ଜାହାଜରେ ପହଞ୍ଚିଥିଲେ। ଏହି କଣ୍ଟେନର ଜାହାଜର ଏକ ଇଟାଲୀ ସ୍ୱିସ୍ କମ୍ପାନୀ ମାଲିକ। ଏହି ଜାହାଜରେ ପର୍ତ୍ତୁଗୀଜ୍ ପତାକା ଥିଲା।

ଏହାପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଇରାନର ପ୍ରତିପକ୍ଷ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହାନଙ୍କ ସହ କଥା ହୋଇଥିଲେ। ଜୋସେଫ ଭାରତରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, “ବହୁତ ଭଲ କାମ। ଇରାନରେ ଭାରତୀୟ ମିଶନ। ଆନନ୍ଦିତ ଏନ୍ ଟେସା ଜୋସେଫ ଘରେ ପହଞ୍ଚିଛନ୍ତି। ଦେଶରେ କିମ୍ବା ବିଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ସବୁବେଳେ କାମ କରିଥାଏ।”

Iran-Israel War
Share. Facebook Twitter LinkedIn Email WhatsApp Copy Link

Related Posts

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026
Latest News

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.