Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତିଙ୍କ ଦେହାନ୍ତ: ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଅନ୍ତରାଷ୍ଟ୍ରୀୟ

ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତିଙ୍କ ଦେହାନ୍ତ: ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ରବିବାର ଦିନ ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ଏଥିରେ ମୃତ୍ୟୁ ବରଣ କରିଥିଲେ।

ଗତ ସନ୍ଧ୍ୟାରେ ଅଜରବୈଜାନ ନିକଟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ହୁସେନ୍ ଅମୀର ଅବଦୁଲ୍ଲାହିୟାନଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ଘନ ଜଙ୍ଗଲ ଏବଂ ପାହାଡ ଥିବା ଏକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ସର୍ଚ୍ଚ ପାଇଁ ଇରାନ ସରକାର ୪୦ ଟି ଦଳ ଗଠନ କରିଥିଲେ। ସର୍ବୋଚ୍ଚ ନେତା ଖାମେନେଇ ଇରାନରେ ଏକ ଜରୁରୀ ବୈଠକ କରିଥିଲେ। ରିଭୋଲ୍ୟୁସନାରୀ ଗାର୍ଡଙ୍କୁ ମଧ୍ୟ ସତର୍କ କରାଯାଇଥିଲା। ସେନା ମୁଖ୍ୟ ମହମ୍ମଦ ବାଘେରି ସେନାକୁ ସତର୍କ କରାଇଥିଲେ। ପ୍ରମୁଖ ସହରରେ ବୁସିଜ୍ ଫୋର୍ସ ମୁତୟନ କରାଯାଇଥିଲା।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଲ ୨୧୨ ହେଲିକପ୍ଟର ଆମେରିକାରେ ତିଆରି ହୋଇଥିଲା। ଇରାନ ରାଷ୍ଟ୍ରପତି ବେଲ ୨୧୨ ହେଲିକପ୍ଟରରେ ଥିଲେ। ବେଲ୍ ୨୧୨ ହେଉଛି ଦୁଇଟି ବ୍ଲେଡ୍ ମଧ୍ୟମ ଆକାରର ହେଲିକପ୍ଟର। ପାଇଲଟଙ୍କ ସମେତ ୧୫ ଜଣ ଲୋକ ଏଥିରେ ଯାତ୍ରା କରିପାରିବେ।

ହେଲିକପ୍ଟରରେ କିଏ କିଏ ଯାତ୍ରା କରୁଥିଲେ?:

ରାଷ୍ଟ୍ରପତି ଇବ୍ରାହିମ ରାଇସି

ବୈଦେଶିକ ମନ୍ତ୍ରୀ ହୁସେନ୍ ଅମୀର ଅବଦୁଲ୍ଲାହିୟାନ୍

ପୂର୍ବ ଅଜରବୈଜାନର ରାଜ୍ୟପାଳ ମଲିକ ରହମତୀ

ଧାର୍ମିକ ନେତା ଅୟାତୁଲ୍ଲା ଅଲ ହାସିମ

ପାଇଲଟ୍, ସହ-ପାଇଲଟ୍, କ୍ରୁ ଚିଫ୍

ସୁରକ୍ଷା ମୁଖ୍ୟ, ବଡିଗାର୍ଡ।

helicopter crash iran
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.