ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୦୨୪ ଟି -୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ବାରବାଡୋସରେ ଖେଳାଯିବ। ଏଥିପାଇଁ ଟିମ୍ ଇଣ୍ଡିଆ ବାରବାଡୋସରେ ପହଞ୍ଚିଛି। ବିମାନବନ୍ଦରରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରାଙ୍କ ସମେତ ଅନେକ ଖେଳାଳିଙ୍କୁ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ପହଞ୍ଚିଛନ୍ତି। ଆଜି ସକାଳେ ଟିମ୍ ଇଣ୍ଡିଆର ଏକ ଭିଡିଓ ସାମ୍ନାକୁ ଆସିଛି। ସେମିଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ଦୟନିୟ ଭାବେ ପରାସ୍ତ କରିଛି। ଏବେ ଦଳ ଫାଇନାଲ ପାଇଁ ପ୍ରସ୍ତୁତ ଅଛି।
ଫାଇନାଲ ପାଇଁ ବାରବାଡୋସରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ସହିତ ହେବ ମହା ଲଢେଇ
Published:
Jun 28, 2024, 3:32 pm IST