
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ରୁଷର ମସ୍କୋରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗାର୍ଡ ଅଫ୍ ଅନର ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ରୁଷ ଫେଡେରେଶନର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ ବିମାନ ବନ୍ଦରରେ ପହଞ୍ଚିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ଏହି ସମୟ ମଧ୍ୟରେ ଅନ୍ୟାନ୍ୟ ନେତା ଓ ବରିଷ୍ଠ ସୈନିକମାନେ ଉପସ୍ଥିତ ଥିଲେ। ୟୁକ୍ରେନରେ ଚାଲିଥିବା ବିବାଦ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଶିଖର ସମ୍ମିଳନୀକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ, ଭାରତ ଏକ ଶାନ୍ତିପୂର୍ଣ୍ଣ ତଥା ସ୍ଥିର ଅଞ୍ଚଳ ପାଇଁ ସହଯୋଗୀ ଭୂମିକା ଗ୍ରହଣ କରିବାକୁ ଚାହୁଁଛି।
ତେବେ ଏହି ଅବସରରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ପୁଟିନ ପିଏମ ମୋଦୀଙ୍କୁ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୁ ଦି ଏପୋଷ୍ଟଲ’ ପ୍ରଦାନ କରିଛନ୍ତି, ଯାହାକି ରୁଷଷର ସର୍ବୋଚ୍ଚ ନାଗରିକ ସମ୍ମାନ। ଏହି ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହା ଭାରତର ୧୪୦ କୋଟି ଲୋକଙ୍କ ପାଇଁ ସମ୍ମାନ।