Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷ ଗସ୍ତ: ଜାଣନ୍ତୁ କ’ଣ ହେଲା ବୁଝାମଣା ଏବଂ ଏହାର ଉଦ୍ଦେଶ୍ୟ
ଅନ୍ତରାଷ୍ଟ୍ରୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷ ଗସ୍ତ: ଜାଣନ୍ତୁ କ’ଣ ହେଲା ବୁଝାମଣା ଏବଂ ଏହାର ଉଦ୍ଦେଶ୍ୟ

July 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ରୁଷର ମସ୍କୋରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କରୋନା ପରେ ପ୍ରଥମ ଥର ପାଇଁ ରୁଷ ଯାଇଛନ୍ତି।

ତେବେ ଏହି ଅବସରରେ ଉଭୟ ଦେଶ ମଧ୍ୟରେ ଅନେକ ରାଜିନାମ ସ୍ବାକ୍ଷରିତ ହୋଇଛି। ଆସନ୍ତୁ ଜାଣିବା ଏହାର ତାଲିକା….

କ୍ରଂ.ସଂ. ବୁଝାମଣା ପତ୍ର/ରାଜିନାମା ର ନାମ ଉଦ୍ଦେଶ୍ୟ
୧. ୨୦୨୪ରୁ ୨୦୨୯ ପର୍ଯ୍ୟନ୍ତ ରୁଷର ସୁଦୂର ପ୍ରାଚ୍ୟରେ ବାଣିଜ୍ୟ, ଆର୍ଥିକ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଭାରତ-ରୁଷ ସହଯୋଗର କାର୍ଯ୍ୟକ୍ରମ ଏବଂ ରୁଷର ଆର୍କ୍ଟିକ୍ ଜୋନରେ ସହଯୋଗ ନୀତିର କାର୍ଯ୍ୟକାରିତା ରୁଷ ଓ ଭାରତର ସୁଦୂର ପୂର୍ବାଞ୍ଚଳ ମଧ୍ୟରେ ବାଣିଜ୍ୟ ଏବଂ ମିଳିତ ନିବେଶ ପ୍ରକଳ୍ପଗୁଡ଼ିକୁ ଆହୁରି ବୃଦ୍ଧି କରିବା।
୨. ଜଳବାୟୁ ପରିବର୍ତ୍ତନ ଏବଂ ଅଙ୍ଗାରକାମ୍ଳ ହ୍ରାସ ପାଇଁ ପଦକ୍ଷେପ ବିକାଶ ପ୍ରସଙ୍ଗରେ ଭାରତର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ରୁଷ ଆର୍ଥିକ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ଜଳବାୟୁ ପରିବର୍ତ୍ତନ ଏବଂ ଅଙ୍ଗାରକାମ୍ଳ ହ୍ରାସ ପାଇଁ ପଦକ୍ଷେପ ବିକାଶ ପ୍ରସଙ୍ଗରେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ।
କମ୍ ମୂଲ୍ୟର ଜ୍ଞାନକୌଶଳ ବିକଶିତ କରିବା ପାଇଁ ସୂଚନା / ସର୍ବୋତ୍ତମ ଅଭ୍ୟାସର ଆଦାନ ପ୍ରଦାନ ଏବଂ ମିଳିତ ଗବେଷଣା ଆୟୋଜନ।
୩. ସର୍ଭେ ଅଫ୍ ଇଣ୍ଡିଆ ଏବଂ ରୁଷର ଫେଡେରାଲ ସର୍ଭିସ ଫର ଷ୍ଟେଟ ରେଜିଷ୍ଟ୍ରେସନ, କାଡାଷ୍ଟ୍ରେ ଓ କାର୍ଟୋଗ୍ରାଫି ମଧ୍ୟରେ ବୁଝାମଣାପତ୍ର ଜିଓଡେସି, କାର୍ଟୋଗ୍ରାଫି ଓ ସ୍ପେସିଆଲ ଡାଟା ଭିତ୍ତିଭୂମିରେ ଜ୍ଞାନ ଓ ଅଭିଜ୍ଞତାର ଆଦାନ ପ୍ରଦାନ; ବୃତ୍ତିଗତ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ; ବୈଜ୍ଞାନିକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗ।
୪. ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟର ଜାତୀୟ ମେରୁ ଓ ମହାସାଗର ଗବେଷଣା କେନ୍ଦ୍ର ଏବଂ ମେରୁ ଅଞ୍ଚଳରେ ଗବେଷଣା ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ସହଯୋଗ ଉପରେ ଆର୍କ୍ଟିକ୍ ଓ ଆଣ୍ଟାର୍କଟିକା ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ବୁଝାମଣାପତ୍ର ସମ୍ବଳ ଏବଂ ଡାଟା ବିନିମୟ କରି ମେରୁ ପରିବେଶ ଏବଂ ସେଗୁଡ଼ିକର ପରିବର୍ତ୍ତନଶୀଳତା ଅଧ୍ୟୟନରେ ସହଯୋଗ; ମେରୁ ଅଞ୍ଚଳରେ ଲଜିଷ୍ଟିକ୍ସ; ମିଳିତ ଗବେଷଣା; କର୍ମଚାରୀଙ୍କ ବିନିମୟ; ଏବଂ ମେରୁ ଅଞ୍ଚଳରେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପରେ ଅଂଶଗ୍ରହଣ।
୫. ଭାରତର ପ୍ରସାର ଭାରତୀ ଏବଂ ରୁଷର ଏଏନ୍ଓ ‘‘ଟିଭି-ନୋଭୋସ୍ତି’’ (ରୁଷିଆ ଟୁଡେ ଟିଭି ଚ୍ୟାନେଲ) ମଧ୍ୟରେ ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ବୁଝାମଣାପତ୍ର କାର୍ଯ୍ୟକ୍ରମ, କର୍ମଚାରୀ ଏବଂ ପ୍ରଶିକ୍ଷଣ ଆଦାନ ପ୍ରଦାନ ସମେତ ପ୍ରସାରଣ କ୍ଷେତ୍ରରେ ସହଯୋଗ।
୬. ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଭାରତୀୟ ଫାର୍ମାକୋପିଆ କମିଶନ ଏବଂ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ‘‘ସାଇଣ୍ଟିଫିକ୍‌ ସେଣ୍ଟର୍‌ ଫର ଏକ୍ସପର୍ଟ ଇଭାଲୁଏସନ୍ ଅଫ୍ ମେଡିସିନାଲ ପ୍ରଡକ୍ଟସ୍‌’’ ମଧ୍ୟରେ ବୁଝାମଣାପତ୍ର ସୂଚନା ଆଦାନ ପ୍ରଦାନ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମାନବ ବ୍ୟବହାର ପାଇଁ ଉନ୍ନତ ମାନର ଔଷଧ ଉପଲବ୍ଧତା ସୁନିଶ୍ଚିତ କରିବା।
୭. ରୁଷର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଭାରତୀୟ ଅନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟର ଏବଂ ଅନ୍ତର୍ଜାତୀୟ ବାଣିଜ୍ୟିକ ଆର୍ବିଟ୍ରେସନ୍ କୋର୍ଟ ମଧ୍ୟରେ ସହଯୋଗ ରାଜିନାମା ବାଣିଜ୍ୟିକ ପ୍ରକୃତିର ଦେୱାନୀ ଆଇନ ମାମଲା ସମାଧାନର ସୁବିଧା।
୮. ଇନଭେଷ୍ଟ ଇଣ୍ଡିଆ ଏବଂ ଜେଏସସି ‘‘ମ୍ୟାନେଜମେଣ୍ଟ କମ୍ପାନୀ ଅଫ୍‌ ରଷିୟାନ୍‌ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ’’ ମଧ୍ୟରେ ମିଳିତ ନିବେଶ ପ୍ରୋତ୍ସାହନ ବ୍ୟବସ୍ଥା ରାଜିନାମା ନିବେଶ ସହଯୋଗକୁ ପ୍ରୋତ୍ସାହନ ଓ ସହଯୋଗ ଯୋଗାଇ ଦେଇ ଭାରତୀୟ ବଜାରରେ ରୁଷୀୟ କମ୍ପାନୀଗୁଡିକ ଦ୍ୱାରା ପୁଞ୍ଜିନିବେଶକୁ ସୁଗମ କରିବ ।
୯. ଭାରତୀୟ ବାଣିଜ୍ୟିକ ପ୍ରୋତ୍ସାହନ ପରିଷଦ ଏବଂ ଅଲ୍ ରୁଷିଆ ପବ୍ଲିକ ଅର୍ଗାନାଇଜେସନ୍ ‘‘ବିଜନେସ୍‌ ରୁଷିଆ’’ ମଧ୍ୟରେ ବୁଝାମଣାପତ୍ର ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା, ବି୨ବି ବୈଠକ ଆୟୋଜନ, ବ୍ୟବସାୟ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜନ; ଏବଂ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ବିନିମୟ।

 

Breaking News M Modi Modi Russia Visit President Vladimir Putin thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ବଡ଼ ନିଷ୍ପତ୍ତି: ବାଣିଜ୍ୟିକ ଗ୍ୟାସ ଯୋଗାଣ ୨୦% କୁ ବୃଦ୍ଧି

March 21, 2026

“ନିର୍ବାଚନ ପରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟ ବୃଦ୍ଧି ପାଇବ”: ରାହୁଲ ଗାନ୍ଧୀଙ୍କ ଭବିଷ୍ୟବାଣୀ

March 21, 2026

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ମାମଲା: କଡା ନିନ୍ଦା କଲେ ବିଜେଡ଼ି ସୁପ୍ରିମୋ

March 21, 2026

IPL ପରେ ତୁରନ୍ତ ଟିମ୍ ଇଣ୍ଡିଆ ଖେଳିବ ନୂତନ ସିରିଜ୍: ଆକ୍ସନରେ ଆସିବେ ରୋହିତ ଏବଂ ବିରାଟ

March 21, 2026
Latest News

ସରକାରଙ୍କ ବଡ଼ ନିଷ୍ପତ୍ତି: ବାଣିଜ୍ୟିକ ଗ୍ୟାସ ଯୋଗାଣ ୨୦% କୁ ବୃଦ୍ଧି

March 21, 2026

“ନିର୍ବାଚନ ପରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟ ବୃଦ୍ଧି ପାଇବ”: ରାହୁଲ ଗାନ୍ଧୀଙ୍କ ଭବିଷ୍ୟବାଣୀ

March 21, 2026

ପୋଲସରାରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

March 21, 2026

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ମାମଲା: କଡା ନିନ୍ଦା କଲେ ବିଜେଡ଼ି ସୁପ୍ରିମୋ

March 21, 2026

IPL ପରେ ତୁରନ୍ତ ଟିମ୍ ଇଣ୍ଡିଆ ଖେଳିବ ନୂତନ ସିରିଜ୍: ଆକ୍ସନରେ ଆସିବେ ରୋହିତ ଏବଂ ବିରାଟ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.