ହିଣ୍ଡନବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ଆସିବା ପରେ ପ୍ରଥମ ପ୍ରତିକ୍ରିୟା ରଖିଲା ଆଦାନି ଗ୍ରୁପ୍

Published: Aug 11, 2024, 12:36 pm IST

ନୂଆଦିଲ୍ଲୀ: ଆମେରିକାର ସର୍ଟ ବିକ୍ରେତା ସଂସ୍ଥା ହିଣ୍ଡନବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ଆସିବା ପରେ ଉତ୍ତେଜନା ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ଆସିଥିବା ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍ ଏହାର ପ୍ରଥମ ପ୍ରତିକ୍ରିୟା ଦେଇଛି। ଆଦାନି ଗ୍ରୁପ୍ ଆଜି ହିଣ୍ଡନବର୍ଗ ଅଭିଯୋଗକୁ ଅସ୍ୱୀକାର କରି କହିଛି ଯେ, ହିଣ୍ଡନବର୍ଗ ରିପୋର୍ଟରେ ଦାବି କରାଯାଇଥିବା ସେବି ମୁଖ୍ୟ ମାଧବୀ ପୁରୀ ବୁଚଙ୍କ ସହ ତାଙ୍କର କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ।

ଆଦାନି ଗ୍ରୁପ୍ ଗୋଟିଏ ଦିନ ପରେ ହିଣ୍ଡନବର୍ଗ ରିସର୍ଚ୍ଚର ନୂତନ ରିପୋର୍ଟକୁ ଖଣ୍ଡନ କରି କହିଛି ଯେ, ରିପୋର୍ଟରେ ଦର୍ଶାଯାଇଥିବା ବ୍ୟକ୍ତି କିମ୍ବା ମାମଲା ସହିତ ଆଦାନୀ ଗ୍ରୁପ୍‌ର ବ୍ୟବସାୟିକ ସମ୍ପର୍କ ନାହିଁ। ଶନିବାର ବିଳମ୍ବିତ ରାତିରେ ହିଣ୍ଡନବର୍ଗ ରିସର୍ଚ୍ଚ ଦ୍ଵାରା ପ୍ରକାଶିତ ସମ୍ବେଦନଶୀଳ ରିପୋର୍ଟ ଉପରେ ଆଦାନୀ ଗୋଷ୍ଠୀର ଏହା ହେଉଛି ପ୍ରଥମ ପ୍ରତିକ୍ରିୟା। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଭୟ ବିନୋଦ ଆଦାନୀ ଓ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ କିଛି ବିଦେଶୀ ପାଣ୍ଠିରେ ବିନିଯୋଗ କରିଛନ୍ତି।

ଏହା ବିରୋଧରେ ହୋଇଥିବା ଅଭିଯୋଗକୁ ମଧ୍ୟ ଗୋଷ୍ଠୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଦାନୀ ଗ୍ରୁପ୍ କହିଛି ଯେ, ଏହା ଏହାର କମ୍ପାନୀଗୁଡିକ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଖାରଜ କରୁଛି ଏବଂ ଏହାର ବିଦେଶୀ ହୋଲ୍ଡିଂର ଗଠନ ସମ୍ପୂର୍ଣ୍ଣ ସ୍ୱଚ୍ଛ ବୋଲି ଦୋହରାଇଛି। ହିଣ୍ଡନବର୍ଗ ରିପୋର୍ଟରେ, ଆଦାନୀ ଗ୍ରୁପ୍ ବିଷୟରେ କୁହାଯାଇଛି ଯେ ଏହି କମ୍ପାନୀ ଜାଲ ବିଛାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପାଣ୍ଠି ବିନିଯୋଗ କରିଛି।

Related posts