Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
ଅନ୍ତରାଷ୍ଟ୍ରୀୟ

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

August 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ଆଜି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ତଥା ନୀତି ବିକାଶ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାଲେରୀ ଏନ୍‌. ଗୁଆନେରୀ, ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ମାନ୍ୟବର କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରି ରାଜ୍ୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବର୍ତ୍ତମାନ ଏବଂ ଭବିଷ୍ୟତ ସହଭାଗିତା ଆଲୋଚନା କରିଛନ୍ତି।

ରାଜ୍ୟରେ ଖାଦ୍ୟ ନିରାପତ୍ତା ତଥା ପୁଷ୍ଟିହୀନତାର ହ୍ରାସ ପାଇଁ ରଣନୀତି ବିଷୟରେ ଆଲୋଚନା ନିମନ୍ତେ ତାଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀଙ୍କ ସହଯୋଗ ନିମନ୍ତେ ସେ କୃତଜ୍ଞତା ଜଣାଉଛନ୍ତି ବୋଲି ଶ୍ରୀମତୀ ଗୁଆନେରୀ ପ୍ରକାଶ କରିଛନ୍ତି।

ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ରରେ ସହଯୋଗୀ ଅଭିବୃଦ୍ଧି ତଥା ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ସହିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବୈଷୟିକ ଜ୍ଞାନକୌଶଳ ଏବଂ ଯୋଜନାଯୁକ୍ତ ସମନ୍ୱୟକୁ ଆମେ ଗୁରୁତ୍ୱ ଦେଉଛୁ, ଯାହାକି ଓଡିଶାର ଅସୁରକ୍ଷିତ ସମ୍ପ୍ରଦାୟର ଖାଦ୍ୟ ନିରାପତ୍ତା ତଥା ଜୀବିକା ନିର୍ବାହ ପାଇଁ ସହାୟକ ହେବ।
ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରିବାରେ ଶୀତଳ ଭଣ୍ଡାର କ୍ଷମତା ବୃଦ୍ଧି ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଶ୍ରୀମତୀ ଗୁଆନେରୀ ପ୍ରଶଂସା କରିଥିଲେ ଏବଂ ଏହି ପଦକ୍ଷେପ ଉପରେ ବିଭାଗକୁ ସହାୟତା କରିବାକୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ଶ୍ରୀମତୀ ଗୁଆନେରୀ, ଉପ-ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଯେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସମନ୍ୱୟରେ ଆଜି Adaptation for Resilience ନାମକ ଏକ ଆଞ୍ଚଳିକ ଅନୁକୂଳନ ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି, ଯାହା ମଧ୍ୟ ଓଡିଶାରେ କାର୍ଯ୍ୟକାରୀ ହେବ ।

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ କହିଛନ୍ତି ଯେ ବିଭାଗର ନୀତି ଏବଂ ଯୋଜନା ପ୍ରଣୟନ କରିବାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଉପସ୍ଥିତି ଏବଂ ସହଯୋଗ ପାଇଁ ଏହାର ଅବଦାନ ପ୍ରଶଂସନୀୟ। ଆମେ ଆଶା କରୁଛୁ ଯେ ଆଗାମୀ ବର୍ଷମାନଙ୍କରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟରେ କୃଷି-ଖାଦ୍ୟ ବ୍ୟବସ୍ଥା ଏବଂ ନୀତି ସମନ୍ୱୟ ପରିପ୍ରେକ୍ଷୀରେ ଏକ ଭବିଷ୍ୟତବାଦୀ ଏବଂ ସଠିକ୍‌ ଭାଗୀଦାରିର ସଫଳ ରୂପାୟନ ହେବ।

ଏହି ଆଲୋଚନାରେ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ଶାସନ ସଚିବ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଏବଂ ଜଳବାୟୁ ଅନୁଶୀଳନ କକ୍ଷର ଅଧିକାରୀବୃନ୍ଦ ତଥା ଭାରତରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି, ଦେଶ ନିର୍ଦ୍ଦେଶକ ଏଲିଜାବେଥ୍‌ ଫୌରେ ଏବଂ ଶ୍ରୀ ହିମାଂଶୁ ବଳ, ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟରେ ୧୯୮୬ ମସିହାରୁ କାର୍ଯ୍ୟରତ । ବିଗତ ବର୍ଷମାନଙ୍କରେ ଏହାର ଖାଦ୍ୟ ପାଇଁ କାର୍ଯ୍ୟ ଯୋଜନା ଓଡିଶାର ଆଦିବାସୀ ଜନସଂଖ୍ୟାକୁ ବେଶ ସହାୟକ ହୋଇଥିଲା । ଏହି କାର୍ଯ୍ୟକ୍ରମ ଓଡିଶାରେ ୨୦୧୨ ମସିହା ପର୍ଯ୍ୟନ୍ତ ଖାଦ୍ୟ ସହାୟତା ସହିତ ପରିବେଶୀୟ ଉତ୍ସ ସୃଷ୍ଟି କରି ସମାଜର ଦୁର୍ବଳ ବର୍ଗର ପୁଷ୍ଟିହୀନତାକୁ ସମାଧାନ କରିବା ସହିତ ରାଜ୍ୟକୁ ବୈଷୟିକ ସହାୟତା ପ୍ରଦାନ କରିଥିଲା ।

WFP କନକବର୍ଦ୍ଧନ ସିଂହଦେଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.