Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଫ୍ରାନ୍‌ସର ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବେ ଓଡିଶାର ୧୫ଜଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ଫ୍ରାନ୍‌ସର ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବେ ଓଡିଶାର ୧୫ଜଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

September 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫ୍ରାନ୍‌ସର ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବେ ଓଡିଶାର ୧୫ଜଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରୁ ଫ୍ରାନ୍‌ସର ଲିଓନ୍‌ଠାରେ ଅନୁଷ୍ଠିତ ହେଉଥିବା ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ସ୍କିଲ୍‌ଡ୍ ଇନ୍ ଓଡିଶାର ପ୍ରତିଯୋଗୀମାନଙ୍କ ସହିତ ଆଭାସୀ ଜରିଆରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରତିଯୋଗୀମାନଙ୍କ ସହ କଥା ହୋଇ କହିଥିଲେ ଯେ, ସାଧାରଣ ପରିବାରରୁ ଆସିଥିଲେ ମଧ୍ୟ ଏହା ତୁମ ପ୍ରତିଭାର ପରିସ୍ପୁଟନ ପାଇଁ ଏକ ସୁଯୋଗ। ‘ସ୍କିଲ୍‌ଡ୍ ଇନ୍ ଓଡିଶା’ କାର୍ଯ୍ୟକ୍ରମ ହେଉଛି ଏକ ପ୍ରେରଣା, ଯାହା ଆମ ଯୁବବର୍ଗଙ୍କୁ ସଶକ୍ତ କରୁଛି ଏବଂ ନୂତନ ସୁଯୋଗର ଦ୍ୱାର ଖୋଲି ବିଶ୍ୱ ମାନଚିତ୍ରରେ ସ୍ଥାନିତ କରୁଛି। ଭାରତର ୬୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।

ତନ୍ମଧ୍ୟରୁ ଓଡିଶାର ୧୫ଜଣ ମନୋନୀତ ହେବା ଆମ ସମସ୍ତଙ୍କ ପାଇଁ ଖୁସିର କଥା। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଆପଣମାନେ ପ୍ରତିନିଧିତ୍ୱ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପାର୍ଥନା କରୁଛି, ଆପଣମାନେ ସମସ୍ତେ ବିଶ୍ୱକୁ ଚମତ୍କୃତ କରି ସେଠାରୁ ମେଡାଲ୍ ନେଇ ଆସନ୍ତୁ । ଆପଣମାନଙ୍କ ସଫଳତା ସିଧାସଳଖ ଭାବେ ବିକଶିତ ଓଡିଶାକୁ ପ୍ରତିଫଳିତ କରିବ ବୋଲି ସେ କହିଥିଲେ।

ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଭାରତର ୬୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଏକ-ଚତୁର୍ଥାଂଶ ଓଡିଶାରୁ ହେବା ଆମ ପାଇଁ ସୌଭାଗ୍ୟର ବିଷୟ। ବିଭିନ୍ନ ଟ୍ରେଡ୍‌ରୁ ଆପଣମାନେ ଯାଉଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆଶା କରୁଛୁ, ଆପଣମାନେ ସେଠାରେ ଭଲ ପ୍ରଦର୍ଶନ କରିବେ ବୋଲି ସେ କହିଥିଲେ।

ଏହି ୧୫ ଜଣିଆ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରୀ ବରୁଣ ସାହୁ, ଶ୍ରୀ ରାଜେନ୍ଦ୍ର ବିନ୍ଧାଣୀ, କାମିନୀ କୁମାରୀ ରାମ, ଦିଶା ଦର୍ଶିନୀ ଏବଂ ଅମରେଶ ସାହୁଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍ ରାଜପୁତ୍ ଏବଂ ନିର୍ଦ୍ଦେଶକ ଶ୍ରୀମତୀ ରଶ୍ମିତା ପଣ୍ଡା ଉପସ୍ଥିତ ଥିଲେ ।

ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

January 13, 2026
Latest News

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026

ଆଜି ବାଂଲାଦେଶ ଫେରିବେ ଜେଲରେ ଥିବା ୩୮ ଅବୈଧ ବାଂଲାଦେଶୀ ନାଗରିକ

January 13, 2026

ବିଏମସି ନିର୍ବାଚନ ପୂର୍ବରୁ ୬,୮୭୧ ଅଧିକାରୀ ଏବଂ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.