Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇତିହାସ ରଚିଲେ କେନ୍ ୱିଲିୟମ୍ସନ୍, କଲେ ‘ବିରାଟ’ ରେକର୍ଡ
ଅନ୍ତରାଷ୍ଟ୍ରୀୟ

ଇତିହାସ ରଚିଲେ କେନ୍ ୱିଲିୟମ୍ସନ୍, କଲେ ‘ବିରାଟ’ ରେକର୍ଡ

November 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ 28 ନଭେମ୍ବରରୁ ଆରମ୍ଭ ହୋଇଥିଲା, ଯାହାକି 2 ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଖ୍ରୀଷ୍ଟଚର୍ଚର ଓଭାଲରେ ଖେଳାଯାଉଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ ପ୍ରଥମ ଇନିଂସରେ ଚମତ୍କାର ଇନିଂସ ଖେଳିଥିଲେ। ଯେଉଁଥିପାଇଁ ୱିଲିୟମ୍ସନ୍ ଏକ ବଡ଼ ଇତିହାସ ସୃଷ୍ଟି କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ନ୍ୟୁଜିଲ୍ୟାଣ୍ଡର ଖେଳାଳି କରିପାରି ନାହାଁନ୍ତି।

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ 9000 ରନ୍ ପୂରଣ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତା ହାସଲ କରିବାରେ ୱିଲିୟମସନ ପ୍ରଥମ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଦ୍ୱିତୀୟ ଇନିଂସରେ 26 ରନ୍ ସ୍କୋର କରିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡର ଶୀର୍ଷ ସ୍କୋରର:

9000 ରନ୍ ପୂରଣ କରି କେନ୍ ୱିଲିୟମସନ ନ୍ୟୁଜିଲ୍ୟାଣ୍ଡର ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବାଧିକ ରନ୍ ସ୍କୋରର ହୋଇପାରିଛନ୍ତି। ରସ ଟେଲର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ 112 ଟେଷ୍ଟ ମ୍ୟାଚରେ 7683 ରନ୍ ସଂଗ୍ରହ କରିଛନ୍ତି। ଏହା ପରେ ଷ୍ଟିଫେନ୍ ଫ୍ଲେମିଂ ତୃତୀୟ ସ୍ଥାନରେ ଅଛନ୍ତି। 111 ଟେଷ୍ଟ ମ୍ୟାଚରେ ଫ୍ଲେମିଂ 7172 ରନ୍ ସଂଗ୍ରହ କରିଛନ୍ତି।

9000 ରନ୍ ସ୍କୋର କରିବାରେ ଦ୍ରୁତତମ ଖେଳାଳିଙ୍କ ମଧ୍ୟରେ ୱିଲିୟମ୍ସ:

182 ଇନିଂସରେ କେନ୍ ୱିଲିୟମ୍ସନ୍ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ଦ୍ରୁତତମ 9000 ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ସେ ଅଷ୍ଟମ ସ୍ଥାନରେ ଅଛନ୍ତି। କୁମାର ସାଙ୍ଗାକାରା ଏକ ନମ୍ବରରେ ଅଛନ୍ତି। ସେ 172 ଇନିଂସରେ 9000 ଟେଷ୍ଟ ରନ୍ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଷ୍ଟିଭ୍ ସ୍ମିଥ୍, ଯିଏ 174 ଟେଷ୍ଟ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ରାହୁଲ ଦ୍ରାବିଡ ତୃତୀୟ ସ୍ଥାନରେ ଅଛନ୍ତି। ସେ 176 ଟେଷ୍ଟ ଇନିଂସରେ 9000 ରନ୍ ସଂଗ୍ରହ କରିଛନ୍ତି।

Kane Williamson
Share. Facebook Twitter LinkedIn Email WhatsApp Copy Link

Related Posts

ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ କଲା ମହିଳା ଏବଂ ଶିଶୁ ବିକାଶ ବିଭାଗ

December 5, 2025

IND-SA T20 Match: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ, ସୁରକ୍ଷା କଡାକଡି

December 5, 2025

Konark Festival 4th Day: କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ପରିବେଷଣ ହେଲା ମଣିପୁରୀ ଓ ଓଡିଶୀ

December 5, 2025

ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫

December 5, 2025
Latest News

NITI Aayog IBM Roadmap: ଭାରତ ଶ୍ରେଷ୍ଠ 3 କ୍ବାଣ୍ଟମ ଅର୍ଥନୀତି ହେବ, ଉନମୋଚିତ ହେଲା ରୋଡମ୍ୟାପ

December 5, 2025

ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ କଲା ମହିଳା ଏବଂ ଶିଶୁ ବିକାଶ ବିଭାଗ

December 5, 2025

IND-SA T20 Match: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ, ସୁରକ୍ଷା କଡାକଡି

December 5, 2025

Konark Festival 4th Day: କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ପରିବେଷଣ ହେଲା ମଣିପୁରୀ ଓ ଓଡିଶୀ

December 5, 2025

ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫

December 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.