
ନୂଆଦିଲ୍ଲୀ: ଏସିଆ କପ୍ ବିଜେତା ଭାରତୀୟ ଜୁନିଅର ମହିଳା ହକି ଟିମକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଟିମର ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପକୁ ସେ ପ୍ରଶଂସା କରିଥିଲେ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଏସିଆ କପ୍ ଟାଇଟଲ ବିଜୟୀ ହୋଇଥିବାରୁ ଭାରତୀୟ ଜୁନିଅର ମହିଳା ହକି ଟିମକୁ ଅଭିନନ୍ଦନ। ଦଳ ଅତ୍ୟଧିକ ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଛନ୍ତି। ଏହି ସଫଳତା ବିଶେଷ କରି ଯୁବଗୋଷ୍ଠୀଙ୍କ ମନରେ ହକି ପ୍ରତି ଅପାର ଉତ୍ସାହକୁ ମଧ୍ୟ ବଢ଼ାଇଛି। ଭବିଷ୍ୟତର ଉଦ୍ୟମ ପାଇଁ ଟିମକୁ ମୋର ଅଶେଷ ଶୁଭେଚ୍ଛା।”