ଭାରତକୁ ୨୬୫ ରନ୍ ର ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ, ସ୍ମିଥ୍-କେରୀଙ୍କ ଅର୍ଦ୍ଧଶତକୀୟ ପାଳି, ଶାମି ନେଲେ ୩ ୱିକେଟ୍

Published: Mar 4, 2025, 6:13 pm IST

ନୂଆଦିଲ୍ଲୀ: ଭାରତକୁ ଜିତିବା ପାଇଁ ଅଷ୍ଟ୍ରେଲିଆ ୨୬୫ ରନ୍ ଲକ୍ଷ୍ୟ ଦେଇଛି। ଷ୍ଟିଭ୍ ସ୍ମିଥ୍ ଏବଂ ଆଲେକ୍ସ କେରି ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦୁହେଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ଷ୍ଟିଭ୍ ସ୍ମିଥ୍ ୭୩ ରନ କରିଥିବା ବେଳେ ଆଲେକ୍ସ କେରି ୬୧ ରନର ଏକ ଚମତ୍କାର ପାଳି ଖେଳିଛନ୍ତି।

ଭାରତ ପାଇଁ ବୋଲିଂ କରି ମହମ୍ମଦ ଶାମି ୩ ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଏବଂ ରବୀନ୍ଦ୍ର ଜାଡ଼େଜା ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Related posts