
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଦୁବାଇରେ ହେବାକୁ ଥିବା ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରତ୍ୟେକ କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି। ଭାରତୀୟ ଦଳର ପ୍ରତ୍ୟେକ ପ୍ରଶଂସକ ଏହି ମ୍ୟାଚ ଜିତିବାକୁ ଆଶା କରୁଛନ୍ତି। କିନ୍ତୁ ସେପଟେ ରୋହିତ ଶର୍ମା କ୍ରମାଗତ ୧୫ ଥର ପାଇଁ ଟସ ହାରିଛନ୍ତି। ତେବେ ନ୍ୟୁଜିଲ୍ୟାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।