
ନୂଆଦିଲ୍ଲୀ: ପୋପ୍ ଫ୍ରାନ୍ସିସ୍ ୮୮ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ଅସୁସ୍ଥତା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋପ୍ ଫ୍ରାନ୍ସିସ୍ ନିମୋନିଆରେ ପୀଡିତ ଥିଲେ। ଭାଟିକାନ୍ ସିଟିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତରେ କ୍ୟାଥୋଲିକ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାଯା ଖେଳିଯାଇଛିଛି। ଫେବୃଆରୀ ୧୪ ତାରିଖରେ ପୋପ୍ ଫ୍ରାନ୍ସିସ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥାରେ ସୁଧାର ଆସି ନଥିଲା।