Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ ଚତୁର୍ଥ ବୃହତ ଅର୍ଥନୀତି ରାଷ୍ଟ୍ର ହେଲା, 2028 ସୁଦ୍ଧା ଜର୍ମାନୀକୁ ପଛରେ ପକାଇବ: ନୀତି ଆୟୋଗ
ଅନ୍ତରାଷ୍ଟ୍ରୀୟ

ଭାରତ ଚତୁର୍ଥ ବୃହତ ଅର୍ଥନୀତି ରାଷ୍ଟ୍ର ହେଲା, 2028 ସୁଦ୍ଧା ଜର୍ମାନୀକୁ ପଛରେ ପକାଇବ: ନୀତି ଆୟୋଗ

May 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ ଚତୁର୍ଥ ବୃହତ ଅର୍ଥନୀତି ରାଷ୍ଟ୍ର ହେଲା, 2028 ସୁଦ୍ଧା ଜର୍ମାନୀକୁ ପଛରେ ପକାଇବ: ନୀତି ଆୟୋଗ

ନୂଆଦିଲ୍ଲୀ: ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ରାଷ୍ଟ୍ର ହୋଇପାରିଛି। ଜାପାନକୁ ପଛରେ ପକାଇ ଭାରତ ଏହି ସ୍ଥିତିକୁ ଉତୀର୍ଣ୍ଣ ହୋଇଛି।। ନୀତି ଆୟୋଗର ସିଇଓ ବି.ଭି.ଆର. ସୁବ୍ରହ୍ମଣ୍ୟମ୍ କହିଛନ୍ତି, ଭାରତ ଆଗାମୀ ୨.୫ ରୁ ୩ ବର୍ଷ ମଧ୍ୟରେ ତୃତୀୟ ସ୍ଥାନରୁ ଜର୍ମାନୀକୁ ହଟାଇବାକୁ ପ୍ରସ୍ତୁତ।

ଗତକାଲି ନୂଆଦିଲ୍ଲୀରେ ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ ଯେ ଆଇଏମଏଫ ତଥ୍ୟ ଅନୁଯାୟୀ ଭାରତ ଏବେ ‘ଚାର ଟ୍ରିଲିୟନ ଡଲାର’ ଅର୍ଥନୀତି। ସେ କହିଛନ୍ତି, କେବଳ ଆମେରିକା, ଚୀନ୍ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ବଡ଼।

ଆଇଏମଏଫ ଏହାର ସାମ୍ପ୍ରତିକ ରିପୋର୍ଟରେ କହିଛି ଯେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ରହିବ।

ଏହି ମାସର ଆରମ୍ଭରେ ବିଶ୍ୱ ଅର୍ଥନୀତି ଆଉଟଲୁକ୍ ରିପୋର୍ଟରେ ଆଇଏମଏଫ କହିଛି ଯେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ରହିଆସିଛି ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ୬ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିବାର ଆଶା କରାଯାଉଥିବା ଏକମାତ୍ର ଦେଶ। ଆଇଏମଏଫ ଅନୁଯାୟୀ, ଭାରତର ଜିଡିପି ବର୍ତ୍ତମାନ ୪.୩ ଟ୍ରିଲିୟନ ଡଲାର ରହିଛି।

୨୦୧୫ ମସିହାରେ ଭାରତର GDP ୨.୧ ଟ୍ରିଲିୟନ ଡଲାର ଥିଲା, ସେବେଠାରୁ, ଦେଶ ଏହାର ଅର୍ଥନୀତିକୁ ଦୁଇଗୁଣରୁ ଅଧିକ କରିଛି। ରିପୋର୍ଟ ଅନୁଯାୟୀ, ଉଚ୍ଚ ଅଭିବୃଦ୍ଧି ହାର ଯୋଗୁଁ ୨୦୨୮ ମସିହାରେ ଭାରତର GDP ୫.୫ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ ଅର୍ଥନୀତି ହେବ।

IMF ୨୦୨୫ ମସିହାରେ ଜର୍ମାନୀର ଅଭିବୃଦ୍ଧି ହାର ଶୂନ୍ୟ ବୋଲି ଆକଳନ କରିଛି, ଏହା ପରେ ୨୦୨୬ ମସିହାରେ ୦.୯ ପ୍ରତିଶତ ରହିବ କାରଣ ଚଳିତ ବିଶ୍ୱ ବାଣିଜ୍ୟ ଯୁଦ୍ଧ ଯୋଗୁଁ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଏହା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆଶା କରାଯାଉଛି।

ବିଶ୍ୱର ସର୍ବବୃହତ ଅର୍ଥନୀତି ଆମେରିକାର GDP ୨୦୨୫ ପାଇଁ ୩୦.୫ ଟ୍ରିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି, ଯେତେବେଳେ ଦ୍ୱିତୀୟ ବୃହତ ଚୀନର GDP ପ୍ରାୟ ୧୯.୨ ଟ୍ରିଲିୟନ ଡଲାର ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.