Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆମେରିକାର ଟି-ମୋବାଇଲକୁ ପଛରେ ପକାଇ ବିଶ୍ୱରେ ଏକ ନମ୍ବର ହେଲା ଜିଓ
ଅନ୍ତରାଷ୍ଟ୍ରୀୟ

ଆମେରିକାର ଟି-ମୋବାଇଲକୁ ପଛରେ ପକାଇ ବିଶ୍ୱରେ ଏକ ନମ୍ବର ହେଲା ଜିଓ

July 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
୨୦୨୬ ମସିହାରେ ଜିଓ ପ୍ଲାଟଫର୍ମର ଆଇପିଓ ଆସିବା ଘୋଷଣା
୨୦୨୬ ମସିହାରେ ଜିଓ ପ୍ଲାଟଫର୍ମର ଆଇପିଓ ଆସିବା ଘୋଷଣା

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଜିଓ ଏଫଡବ୍ଲୁଏ ବା ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ ସେବା କ୍ଷେତ୍ରରେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇଛି। ୭୪ ଲକ୍ଷରୁ ଅଧିକ ଗ୍ରାହକ ଜିଓର ଏଫଡବ୍ଲୁଏ ସେବା ସହିତ ଯୋଡି ହୋଇଛନ୍ତି, ଯାହା ବିଶ୍ୱରେ ସର୍ବାଧିକ। ରିଲାଏନ୍ସ ଜିଓ ଏବେ ଆମେରିକାର ଟି-ମୋବାଇଲ କମ୍ପାନୀକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି। ରିଲାଏନ୍ସ ଜିଓ ଏଫଡବ୍ଲୁଏ ଅର୍ଥାତ୍ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ ଅଧୀନରେ ଜିଓଏୟାରଫାଇବର ସେବା ପ୍ରଦାନ କରୁଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କମ୍ପାନୀର ତ୍ରୈମାସିକ ଫଳାଫଳ ଘୋଷଣା ଅବସରରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜିଓଏୟାରଫାଇବର ସହିତ ଜିଓଫାଇବର ମଧ୍ୟ ବେଶ ଭଲ ପ୍ରଦର୍ଶନ କରୁଛି। ଜିଓ ଦୁଇ କୋଟିରୁ ଅଧିକ ଘର ଓ ପରିସରକୁ ହାଇସ୍ପିଡ଼ ହୋମ ବ୍ରଡ଼ବ୍ୟାଣ୍ଡ ସଂଯୋଗ କରିଛି।

କମ୍ପାନୀ ୫ଜି କ୍ଷେତ୍ରରେ ମଧ୍ୟ ବେଶ ଦ୍ରୁତ ଗତିରେ ଗ୍ରାହକ ଯୋଡିଛି। ୨୧ କୋଟି ୩୦ ଲକ୍ଷରୁ ଅଧିକ ଗ୍ରାହକ ଜିଓ ଟ୍ରୁ ୫ଜି ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି। ଆର୍ଥିକ ପ୍ରଦର୍ଶନରେ ମଧ୍ୟ କମ୍ପାନୀ ଅନେକ ରେକର୍ଡ ସ୍ଥାପନ କରିଛି। ଜିଓର ଆରପୁ ବା ଗ୍ରାହକ ପିଛା ମାସିକ ହାରାହାରି ରାଜସ୍ୱ ୨୦୮.୭ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ, କମ୍ପାନୀର ତ୍ରୈମାସିକ ନେଟ୍ ଲାଭ ଗତ ବର୍ଷ ତୁଳନାରେ ୨୪.୮ ପ୍ରତିଶତ ବୃଦ୍ଧି ପାଇ ୭,୧୧୦ କୋଟି ଟଙ୍କାରେ ପହଞ୍ଚିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀର ଆର୍ଥିକ ଫଳାଫଳ ନେଇ ଖୁସି ବ୍ୟକ୍ତ କରି କହିଛନ୍ତି ଯେ “ଆମର ଡିଜିଟାଲ୍ ସେବା ବ୍ୟବସାୟ ନିରନ୍ତର ଦୃଢ଼ ଆର୍ଥିକ ଏବଂ ପରିଚାଳନାଗତ ପ୍ରଦର୍ଶନ ସହିତ ଏହାର ବଜାର ସ୍ଥିତିକୁ ଆହୁରି ମଜବୁତ କରିଛି। ମୋବାଇଲ ସେବା, ବ୍ରଡବ୍ୟାଣ୍ଡ, ଏଣ୍ଟରପ୍ରାଇଜ୍ ସଂଯୋଗ, କ୍ଲାଉଡ୍ ଏବଂ ସ୍ମାର୍ଟ ହୋମ୍ସରେ ଜିଓର ବିବିଧ ସେବା ଏହାକୁ ଏକ ବିଶ୍ୱସ୍ତ ଭାରତୀୟ ପ୍ରଯୁକ୍ତିବିଦ୍ୟା ଗ୍ରାହକ ଅଂଶୀଦାର ଭାବରେ ସ୍ଥାପିତ କରିଛି।”

ତ୍ରୈମାସିକ ଫଳାଫଳରେ, କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ ୩୦ ଜୁନ୍, ୨୦୨୫ ସୁଦ୍ଧା, ମୋଟ ୪୯ କୋଟି ୮୧ ଲକ୍ଷରୁ ଅଧିକ ଗ୍ରାହକ ଜିଓ ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି। ଏହି ତ୍ରୈମାସିକରେ, କମ୍ପାନୀ ନେଟ୍ ଆଧାରରେ ୯୯ ଲକ୍ଷ ନୂତନ ଗ୍ରାହକ ଯୋଡିଛି। ଜିଓ ଗ୍ରାହକମାନେ ପୁଣି ଥରେ ଏହି ତ୍ରୈମାସିକରେ ବ୍ୟାପକ ଡାଟା ବ୍ୟବହାର କରିଛନ୍ତି, ଯାହା ଟେଲିକମ କ୍ଷେତ୍ରରେ ସର୍ବାଧିକ ରହିଛି। ପ୍ରତି ଗ୍ରାହକ ପିଛା ମାସିକ ଡାଟା ବ୍ୟବହାର ୩୭ ଜିବି ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଜିଓର ମୋଟ ଡାଟା ଟ୍ରାଫିକ୍ ମଧ୍ୟ ୨୪ ପ୍ରତିଶତ ଅଭିବୃଦ୍ଧି ସହିତ ୫୪.୭ ବିଲିୟନ ଜିବିରେ ପହଞ୍ଚିଛି।

ଆମେରିକା ଜିଓ ବିଶ୍ୱର ଏକ ନମ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପରେ ସିଆଇଏସଏଫ୍ ‘ବନ୍ଦେ ମାତରମ୍’ କୋଷ୍ଟାଲ୍ ସାଇକ୍ଲୋଥନ୍-୨୦୨୬କୁ ଉଚ୍ଛ୍ୱସିତ ସ୍ବାଗତ

February 3, 2026

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026
Latest News

ପାରାଦୀପରେ ସିଆଇଏସଏଫ୍ ‘ବନ୍ଦେ ମାତରମ୍’ କୋଷ୍ଟାଲ୍ ସାଇକ୍ଲୋଥନ୍-୨୦୨୬କୁ ଉଚ୍ଛ୍ୱସିତ ସ୍ବାଗତ

February 3, 2026

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.