The Samikhsya Desk: ଗୋଟିଏ ସପ୍ତାହରେ ତିନିଦିନ ଛୁଟି ଆଉ ଚାରିଦିନ କାମ। ଏହି ଘୋଷଣାକୁ ନେଇ କିଏ ବା ଖୁସି ନ ହେବ। ଏହି ପରି ଏକ ନିଷ୍ପତି କଲା ଏକ ଘରୋଇ ହସପିଟାଲ। ଉଦ୍ଦେଶ୍ୟ ହେଲା କର୍ମଚାରୀମାନେ ହସପିଟାଲ ପରି ଏକ ଜରୁୁରୀ ସେବା କାମ କରୁଛନ୍ତି। ସେମାନେ ସବୁବେଳେ ଟେନସନରେ ରହୁଛନ୍ତି। ବେଳେବେଳେ ରୋଗୀ ଉପରେ ରାଗି ଯାଉଛନ୍ତି। ଏହି ଅସୁବିଧାକୁ ଦୂର କରିବା ପାଇଁ ହସପିଟାଲ କର୍ତ୍ତୁପକ୍ଷ ନିଷ୍ପତି କଲେ ସପ୍ତାହକୁ ତିନିଦିନ ଛୁଟି।
ଏହା କାର୍ଯ୍ୟକାରୀ ହେବା ପରେ ଦେଖାଗଲା ଯେ, କର୍ମଚାରୀମାନେ ବେଶ ଭଲ କାମ କରୁଛନ୍ତି। ପୂର୍ବ ଅପେକ୍ଷା ସେମାନେ ରୋଗୀ ସେବା ଭଲରେ କରୁଛନ୍ତି। ତେବେ ହସପିଟାଲ କର୍ତ୍ତୁପକ୍ଷ କର୍ମଟାରୀଙ୍କ ଦରମା 10 ପ୍ରତିଶତ ହ୍ରାସ କରିଦେଲେ। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହେଲା। ଯେଉଁମାନେ ବରିଷ୍ଠ ନର୍ସ ବା ଡାକ୍ତର ସେମାନେ ଏପରି ନିଷ୍ପତିକୁ ବିରୋଧ କରି ହସପିଟାଲ ଛାଡିଦେଲେ। ହେଲେ ମଧ୍ୟ ହସପିଟାଲ କର୍ତ୍ତୁପକ୍ଷ କାହା କଥା ଶୁଣିଲେ ନାହିଁ। ପୂର୍ବପରି ସେମାନେ ସପ୍ତାହକୁ ତିନିଦିନ ଛୁଟି ଆଉ 10 ପ୍ରତିଶତ ଦରମା କାଟ ଜିଦରେ ଅଟଳ ରହିଲେ।
ଏହିପରି ଗୋଟିଏ ବର୍ଷ ପରେ ଦେଖାଦେଲା ଯେ, ଆଉ କର୍ମଚାରୀ କେହି ହସପିଟାଲ ଛାଡି ଗଲେ ନାହିଁ। ପୂର୍ବର ଅବସ୍ଥାରେ ବହୁତ ସୁଧାର ଆସିଲା। ଏପରି କି ଦେଖାଗଲା ପୂର୍ବ ବର୍ଷ ଅପେକ୍ଷା ବର୍ତ୍ତମାନ ହସପିଟାଲ ବେଶ ଭଲ ମଧ୍ୟ ଚାଲିଲା। ଏହିପରି ଏକ ପରୀକ୍ଷା କରି ବେଶ ସଫଳତା ହାସଲ କରିଛି ସାଉଥ କୋରିଆ ରାଜଧାନୀ ସିଓଲ ର ସେଭାରାନ୍ସ ହସପିଟାଲ।
Read English News- Mahindra Offers GST Benefits Up to ₹1.56 Lakh, Know Price Details Here
Mahindra & Mahindra Ltd. (M&M), India’s leading SUV manufacturer, today announced that it will pass on the full GST benefits to customers across its entire ICE SUV portfolio. This follows the announcement of GST 2.0 at the 56th GST Council meeting held on September 3, 2025, headed by Nirmala Sitharaman, Minister of Finance, Government of India.