ନୂଆଦିଲ୍ଲୀ: ନେପାଳରେ ଜେନ-ଜେଡ ବିପ୍ଳବର କ୍ଷମତା ପରିବର୍ତ୍ତନ ପରେ ଏବେ ସୁଶୀଳା କାର୍କିଙ୍କୁ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ କରିବା ପାଇଁ ସର୍ବସମ୍ମତି ପ୍ରକାଶ ପାଇଛି। ନେପାଳର ରାଷ୍ଟ୍ରପତି ଆଜି କିଛି ସମୟ ମଧ୍ୟରେ ତାଙ୍କୁ ଶପଥ ପାଠ କରାଇବେ। ସୂଚନା ଅନୁଯାୟୀ, ସୁଶୀଳା କାର୍କି ରାତି ୮:୪୫ ସୁଦ୍ଧା ଶପଥ ଗ୍ରହଣ କରିପାରନ୍ତି।