ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ମିତ୍ରମାନଙ୍କ ବିରୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକକୁ କଡ଼ା ସମାଲୋଚନା କରିଛନ୍ତି।
ସେ କହିଛନ୍ତି ଯେ, ଏହି ଧମକ ସମ୍ପୂର୍ଣ୍ଣ ଭୁଲ ଏବଂ ବାଣିଜ୍ୟ ସଂଘର୍ଷ କାହାର ସ୍ୱାର୍ଥରେ ନୁହେଁ। ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷ୍ଟାରମର୍ କହିଛନ୍ତି ଯେ, ବ୍ରିଟେନ ଆର୍କଟିକ ଦ୍ୱୀପର ଭବିଷ୍ୟତ ନିଷ୍ପତ୍ତି ନେବା ପାଇଁ ଗ୍ରୀନଲ୍ୟାଣ୍ଡ ଏବଂ ଡେନମାର୍କର ମୌଳିକ ଅଧିକାରକୁ ସମର୍ଥନ କରେ। ସେ କହିଛନ୍ତି ଯେ, ବ୍ରିଟେନ ୟୁରୋପ, ନାଟୋ ଏବଂ ଆମେରିକାର ମିତ୍ରମାନଙ୍କ ସହିତ ଘନିଷ୍ଠ ଭାବରେ କାମ କରିବ ଏବଂ ଆଲୋଚନା ଜାରି ରଖିବ।
ଗତ ଶନିବାର ଦିନ ଶ୍ରୀ ଟ୍ରମ୍ପ ଘୋଷଣା କରିଥିଲେ ଯେ, ସେ ଫେବୃଆରୀରୁ ବ୍ରିଟେନ ସମେତ ଆଠଟି ୟୁରୋପୀୟ ଦେଶରୁ ସାମଗ୍ରୀ ଉପରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବେ। ସେ ସୂଚିତ କରିଥିଲେ ଯେ, ଏହି ଶୁଳ୍କଗୁଡ଼ିକ ଗତ ସପ୍ତାହରେ ଗ୍ରୀନଲ୍ୟାଣ୍ଡରେ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ପ୍ରତୀକାତ୍ମକ ସୈନ୍ୟ ମୁତୟନର ପ୍ରତିଶୋଧ ସ୍ୱରୂପ ଥିଲା। ସେ ଯୁକ୍ତି ବାଧିଥିଲେ ଯେ, ରୁଷ ଏବଂ ଚୀନ୍ ନାଟୋ ସହଯୋଗୀ ଡେନମାର୍କର ଅର୍ଦ୍ଧ-ସ୍ୱାୟତ୍ତ ଅଞ୍ଚଳକୁ ଦଖଲକୁ ଚେଷ୍ଟା କରିପାରନ୍ତି।


