Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ୱ ଆର୍ଥିକ ମଞ୍ଚରେ ଭାରତକୁ ନେଇ ବିଶ୍ୱର ଆତ୍ମବିଶ୍ୱାସ ସମ୍ପର୍କରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ବିଶ୍ୱ ଆର୍ଥିକ ମଞ୍ଚରେ ଭାରତକୁ ନେଇ ବିଶ୍ୱର ଆତ୍ମବିଶ୍ୱାସ ସମ୍ପର୍କରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ

January 23, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ଆର୍ଥିକ ମଞ୍ଚରେ ଭାରତକୁ ନେଇ ବିଶ୍ୱର ଆତ୍ମବିଶ୍ୱାସ ସମ୍ପର୍କରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ
ବିଶ୍ୱ ଆର୍ଥିକ ମଞ୍ଚରେ ଭାରତକୁ ନେଇ ବିଶ୍ୱର ଆତ୍ମବିଶ୍ୱାସ ସମ୍ପର୍କରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଡାଭୋସରେ ଅନୁଷ୍ଠିତ ବିଶ୍ୱ ଆର୍ଥିକ ମଞ୍ଚ (ଡବ୍ଲୁଇଏଫ୍‌) ବୈଠକରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ରେଳବାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତକୁ ନେଇ ବିଶ୍ୱର ଆତ୍ମବିଶ୍ୱାସ ସମ୍ପର୍କରେ ଆଲୋକପାତ କରିଛନ୍ତି। ଏକ ବିଶ୍ୱସ୍ତ ମୂଲ୍ୟ ଶୃଙ୍ଖଳା ଭାଗିଦାର ରୂପେ ଭାରତର ଅଭ୍ୟୁଦୟ ସମ୍ପର୍କରେ ମଧ୍ୟ ସେ ମତ ରଖିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ଡବ୍ଲୁଇଏଫରେ ହୋଇଥିବା ଆଲୋଚନା ଭାରତର ବିକାଶ ଗାଥାକୁ ଦୋହରାଇଛି। ବିଶ୍ୱର ଅଗ୍ରଣୀ ଶିଳ୍ପପତିମାନେ ଭିତ୍ତିଭୂମି, ପ୍ରଯୁକ୍ତି, ଲଜିଷ୍ଟିକ୍ସ, ଉତ୍ପାଦନ ଏବଂ ପ୍ରଗତିଶୀଳ କ୍ଷେତ୍ରରେ ନିବେଶ ଲାଗି ଭାଗିଦାରୀ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ସିଙ୍ଗାପୁରର ଟେମାସେକ୍‌ ସଂସ୍ଥାର ଅଧ୍ୟକ୍ଷ ଟେଓ ଚି ହିନ୍‌ଙ୍କ ସହିତ ଆଲୋଚନା କରିଥିଲେ। ଟେମାସେକର ଅଧ୍ୟକ୍ଷ ଭାରତର ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମି ସହିତ ଡିପ୍‌ ଟେକ୍‌ ଷ୍ଟାର୍ଟଅପ୍‌ କ୍ଷେତ୍ରରେ ନିବେଶ ଲାଗି ସିଙ୍ଗାପୁରର ପ୍ରତବଦ୍ଧତା ଦୋହରାଇଥିଲେ।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକସ ଓ ସାଇବର ସୁରକ୍ଷା କ୍ଷେତ୍ରରେ ମଧ୍ୟ ଭାଗିଦାରୀ ନେଇ ଉଭୟ ନେତା ଆଲୋଚନା କରିଥିଲେ।

ସେହିପରି ମାର୍ସ୍କ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଥିଲେ, ଭାରତରେ ଜାହାଜ ଚଳାଚଳ, ବନ୍ଦର ଏବଂ ରେଳବାଇ କ୍ଷେତ୍ରରେ ଲଜିଷ୍ଟିକ୍ସ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଏହି ସଂସ୍ଥା ସକ୍ରିୟ ଭାବେ ସମ୍ପୃକ୍ତ ରହିଛି। ବର୍ତ୍ତମାନ ସେମିକଣ୍ଡକ୍ଟର ଉପକରଣ କ୍ଷେତ୍ରରେ ସହଭାଗିତା ଲାଗି ମାର୍ସ୍କ ଭାରତ ସହିତ ଆଲୋଚନା କରିଛି। ହନିୱେଲ ସଂସ୍ଥା ଭାରତରେ ରେଳବାଇ  ଆଧୁନିକୀଣକରଣ କ୍ଷେତ୍ରରେ ସହଭାଗିତା ପ୍ରତିଷ୍ଠା କରିଥିବା ବେଳେ ବର୍ତ୍ତମାନ ଦେଶରେ ଉତ୍ପାଦନ ପରିଚାଳନାକୁ ସମ୍ପ୍ରସାରଣ ଦିଗରେ ଆଗ୍ରହ ପ୍ରକାଶ କରିଛି।

ଶ୍ରୀ ବୈଷ୍ଣବ ଗୁଗୁଲ୍ ଡିପମାଇଣ୍ଡର ସିଇଓ ତଥା ସହ-ପ୍ରତିଷ୍ଠାତା ଡେମିସ୍ ହାସାବିସ୍ ଏବଂ ଓପନଏଆଇର ମୁଖ୍ୟ ବିଶ୍ୱ ବ୍ୟାପାର ଅଧିକାରୀ କ୍ରିସ୍ ଲେହାନେଙ୍କୁ ମଧ୍ୟ ଭେଟିଥିଲେ। କେନ୍ଦ୍ର ମନ୍ତ୍ରୀ ବିଶ୍ୱ କଲ୍ୟାଣ ପାଇଁ ଏଆଇକୁ ଆକାର ଦେବାରେ ଭାରତର ବର୍ଦ୍ଧିତ ଭୂମିକା ବିଷୟରେ ଆଲୋଚନା କରିଥିଲେ। ସେ ଏଆଇ ନେତାମାନଙ୍କୁ ଫେବୃଆରୀ, 2026ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ।

ଶ୍ରୀ ବୈଷ୍ଣବ କହିଥିଲେ, ବିଶ୍ୱ ଅସ୍ଥିରତା, ପୁରୁଣା ନିୟମ ଏବଂ ମେଣ୍ଟ ପରିବର୍ତ୍ତନ ହେଉଥିବା ବେଳେ ଭାରତକୁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ଦେଖାଯାଉଛି। ଏହା ଏକ ଜୀବନ୍ତ ଗଣତନ୍ତ୍ର ଯାହା ସମାବେଶୀ ବିକାଶ ଉପରେ କେନ୍ଦ୍ରିତ ନେତୃତ୍ୱ ପ୍ରଦାନ କରିଥାଏ। ଡବ୍ଲୁଇଏଫରେ ହୋଇଥିବା ଆଲୋଚନାରେ ଭାରତ ପ୍ରତି ଏକ ସ୍ଥିର ବିଶ୍ୱାସ ଦେଖିବାକୁ ମିଳିଛି । ବିଶ୍ୱ ସହଭାଗୀମାନେ ଏଠାରେ ସହଜରେ କାମ କରିପାରିବେ, ସହଭାଗୀ ନିର୍ମାଣ ଏବଂ ନୂଆ ପ୍ରଯୁକ୍ତି ବିକଶିତ କରିପାରିବେ। ସେ କହିଥିଲେ, ଭାରତ ପୂର୍ବରୁ ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ୟୁରୋପ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସହଯୋଗ କରିଆସୁଛି ଏବଂ ଏହି ସହଭାଗୀତା ଗୁରୁତ୍ୱପୂର୍ଣ୍ଣ ଖଣିଜ ପରିସଂସ୍ଥାକୁ ସୁଦୃଢ଼ ​​କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସଙ୍ଗରେ ଶ୍ରୀ ବୈଷ୍ଣବ ଆପ୍ଲିକେସନ୍ ଏବଂ ମଡେଲରୁ ଚିପ୍ସ, ଭିତ୍ତିଭୂମି ଏବଂ ଶକ୍ତି ପର୍ଯ୍ୟନ୍ତ ଏଆଇର ସମ୍ପୂର୍ଣ୍ଣ ଷ୍ଟାକରେ ଭାରତର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ଖୁବଶୀଘ୍ର ସେମିକଣ୍ଡକ୍ଟରର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ। ସରକାର ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ କରିବା ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତର ଦୀର୍ଘକାଳୀନ କ୍ଷମତାକୁ ସୁଦୃଢ଼ ​​କରିବା ପାଇଁ ସତର୍କତା ଏବଂ ପଦ୍ଧତିଗତ ଭାବରେ ଆଗକୁ ବଢ଼ୁଛନ୍ତି। ଦେଶରେ ଏବେ ଏକ ଦୃଢ଼ ଏବଂ ପରିପକ୍ୱ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ ପ୍ରତିଷ୍ଠା ହୋଇଛି । ଆଗାମୀ 12 ରୁ 18 ମାସ ମଧ୍ୟରେ ଭାରତରେ ନିଜସ୍ୱ ମୋବାଇଲ୍ ଫୋନ୍ ବ୍ରାଣ୍ଡ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଡାଭୋସରେ ବିଶ୍ୱ ଶିଳ୍ପ ନେତାମାନଙ୍କ ସହ ସମ୍ପର୍କ ଭାରତ ପ୍ରତି ଦୃଢ଼ ଆଶାବାଦକୁ ପ୍ରତିଫଳିତ କରେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ଭାରତର ସ୍ଥିର ଆର୍ଥିକ ଅଭିବୃଦ୍ଧି, ଦୃଢ଼ ସଂସ୍କାର ଗତି ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ବିଶ୍ୱ ସ୍ତରରେ ସ୍ୱୀକୃତି ପାଉଛି।

ଅଶ୍ୱିନୀ ବୈଷ୍ଣବ ଡାଭୋସ ବିଶ୍ୱ ଆର୍ଥିକ ମଞ୍ଚ ଭାରତ ସହ ଭାଗିଦାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆର. ପ୍ରେମଦାସା ଷ୍ଟାଡିୟମରେ ହେବ ଭାରତ ଏବଂ ପାକିସ୍ତାନ ମ୍ୟାଚ: ଜାଣନ୍ତୁ ଉଭୟ ଦଳର ରେକର୍ଡ

February 14, 2026

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ଭାଲେଣ୍ଟାଇନ୍ସ ଡେ’ରେ ସୁନା ଏବଂ ରୂପା ମୂଲ୍ୟ କେତେ?: ଜାଣନ୍ତୁ ଆଜିର ଦର

February 14, 2026

500 କିଲୋମିଟର ପରିସର ଏବଂ କମ ମୂଲ୍ୟ ସହିତ ଲଞ୍ଚ ହେବ Tata Sierra EV: ଜାଣନ୍ତୁ କେବେ?

February 14, 2026
Latest News

ଆର. ପ୍ରେମଦାସା ଷ୍ଟାଡିୟମରେ ହେବ ଭାରତ ଏବଂ ପାକିସ୍ତାନ ମ୍ୟାଚ: ଜାଣନ୍ତୁ ଉଭୟ ଦଳର ରେକର୍ଡ

February 14, 2026

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.