ଇସାଲାମବାଦ: ଇସାଲାମବାଦରେ ଇରାନ-ଆମେରିକା ଶାନ୍ତି ଆଲୋଚନା ହୋଇଥିଲା । ମାତ୍ର ଏହା ବିଫଳ ହୋଇଛି । ୨୧ଘଣ୍ଟା ଧରି ଆଲୋଚନା ହୋଇଥିଲା ମାତ୍ର ଏଥିରେ କୌଣସି ସମାଧାନ ବାହାରିନଥିବାର ସୂଚନା ଦେଇଛନ୍ତି ଜେଡ଼ି ଭାନ୍ସ । ଇରାନ୍ କୌଣସି ପ୍ରକାର
ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଇରାନ୍ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି ଜେଡ଼ି ଭାନ୍ସ । କୌଣସି ନିଷ୍କର୍ଷ ନ ବାହାରିବାରୁ ଆମେରିକା ଫେରିଯାଇଛନ୍ତି ଜେଡ଼ି ଭାନ୍ସ ।
ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, “ଆମେ ଉଭୟ ପକ୍ଷଙ୍କୁ ଆଲୋଚନା କରିବାକୁ ଚେଷ୍ଟା କରିଥିଲୁ। ଆମେ ଚାହୁଁଛୁ ଯେ ଯୁଦ୍ଧବିରତିର ସମୟସୀମା ବୃଦ୍ଧି କରାଯାଉ।”


