ଏକ ମାସରେ 9.6 ଲକ୍ଷ କୋଟି ଆୟ କଲେ ଏହି ବ୍ୟକ୍ତି, ଜାଣନ୍ତୁ କିଏ?

Published: Feb 4, 2020, 7:38 pm IST

ନୂଆଦିଲ୍ଲୀ : ଏକମାସ ମଧ୍ୟରେ 9.6 ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି ଜଣେ ବ୍ୟକ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବର ଏକ ନମ୍ବର ଧନୀ ଜେଫ୍‌ ବେଜୋସ୍‌ ଏହି ବ୍ୟକ୍ତି ନୁହନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଟେସ୍‌ଲାର ପ୍ରତିଷ୍ଠାତା ଏଲନ୍‌ ମସ୍କ । ଜାନୁୟାରୀ 2020ରେ ମସ୍କ 13.6 ବିଲିୟନ୍‌ ଡଲାର ବା 9.6 ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି । ଏହିଚ ସମୟରେ ବେଜୋସ୍‌ 9 ବିଲିୟନ୍‌ ଡଲାର ଆୟ କରିଛନ୍ତି । ଏହି ଅଭିବୃଦ୍ଧି ସହିତ ମସ୍କ ବିଶ୍ବର ଶ୍ରେଷ୍ଠ ଧନୀଙ୍କ ତାଲିକାରେ 35 ତମ ସ୍ଥାନରୁ 22 ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି । ଏହି ଅଭିବୃଦ୍ଧି ସହିତ ମସ୍କଙ୍କ ସମୁଦାୟ ସମ୍ପତ୍ତି ପରିମାଣ 44.1 ବିଲିୟନ୍‌ ଡଲାରରେ ପହଞ୍ଚିଛି । ଏହି ସମୟରେ ଟେସ୍‌ଲାର ଅଂଶଧନ ମୂଲ୍ୟରେ 20 ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ଏହା 780 ଡଲାରରେ ପହଞ୍ଚିଛି । (ଏଜେନ୍ସୀ)

Related posts